ପ୍ରଚଣ୍ଡଙ୍କ ଅଡୁଆ ବଢ଼ିଲା,ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ…
କାଠମାଣ୍ଡୁ,୭।୩ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ ବିରୋଧରେ ନେପାଳର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ…
ଇମ୍ରାନଙ୍କ ଐତିହାସିକ ରାଲିକୁ ମନେ ରଖିବେ ଆଗାମୀ ପିଢ଼ି: ପିଟିଆଇ ନେତା…
ଇସଲାମାବାଦ,୭।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ପଞ୍ଜାବରେ ଏକ ଐତିହାସିକ ରାଲିରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଏହି ରାଲି ସମ୍ପର୍କରେ ପୂର୍ବରୁ ଘୋଷଣା କରାଯାଇଥିଲା। ଇମ୍ରାନ ଏହାର ନେତୃତ୍ୱ…
ଫିଲିପାଇନ୍ସରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୦
ମାନିଲା,୭।୩: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ମିଣ୍ଡାନାଓ ଦ୍ୱୀପରେ ଥିବା ଦାବାଓ ଡି ଓରୋର ପାର୍ବତ୍ୟ ପ୍ରଦେଶର…
ନୂତନ ଭିସା ସେବା ଘୋଷଣା କଲା ଆମେରିକା: ଅଧ୍ୟୟନ ସହିତ ଚାକିରି ମଧ୍ୟ କରିପାରିବେ ଛାତ୍ରୀଛାତ୍ର
ଓ୍ବାଶିଂଟନ୍,୭।୩: ଆମେରିକା ସରକାର କିଛି ଭିସା ଆବେଦନ ପାଇଁ ଏକ ପ୍ରିମିୟମ ପ୍ରକ୍ରିୟାକରଣ ଯୋଜନା ଆରମ୍ଭ କରିଛନ୍ତି। ଏହା ଆମେରିକାକୁ ଆସିବାକୁ ଚାହୁଁଥିବା ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ଲାଭଦାୟକ ହେବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ର…
ପୁଣି କର୍ମଚାରୀଙ୍କୁ ଛଟେଇ କରିବ ମେଟା
କାଲିଫର୍ନିଆ,୭।୩: ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ନଭେମ୍ବରରେ ଏହି କମ୍ପାନୀ ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…
ପାକିସ୍ତାନରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ: ୧୫ ଆହତ
ଇସ୍ଲାମାବାଦ୍,୭।୩: ପାକିସ୍ତାନରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ,…
ଆମେରିକା ଉପରେ ବର୍ଷିଲେ ଚାଇନା ରାଷ୍ଟ୍ରପତି
ବେଜିଂ,୭।୩: ଅତୀତରେ ଗୁପ୍ତଚର ବେଲୁନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦେଶ ମଧ୍ୟରେ ଥିବା ଏହି ତିକ୍ତତା ବର୍ତ୍ତମାନ ଶତ୍ରୁତା ଆଡ଼କୁ ଗତି କରୁଥିବା ଜଣାପଡିଛି। ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ତାଙ୍କର…
ବ୍ରିଟେନରେ ଟିକଟକ ଡିଲିଟ କଲା ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ
ଲଣ୍ଡନ,୭ ।୩: ବ୍ରିଟେନରେ ଚାଇନା ସୋସିଆଲ ମିଡିଆ ଆପ ଟିକଟକ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଡିଲିଟ କରିଛି । ଏପଟେ ସ୍ନାପଚ୍ୟାଟ ବି ୧୩ ବର୍ଷରୁ କମ ବୟସର ୭୦୦ ପିଲାଙ୍କୁ ପ୍ଲାଟଫର୍ମରୁ ବାହାରର ରାସ୍ତା ଦେଖାଇ ଦେଇଛି ।…
ପାକ ମନ୍ତ୍ରୀଙ୍କ ଦାବି, ଗିରଫରୁ ବଞ୍ଚିବାକୁ ପାଚେରି ଡେଇଁ ପଳାଇଛନ୍ତି ଇମ୍ରାନ, ଲୁଚିଛନ୍ତି ପଡୋଶୀ ଘରେ
ଇସଲାମାବାଦ,୭ ।୩: ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଳ୍ଲାହ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଗୋଟିଏ ଦିନ ପୂର୍ବରୁ ତୋଶାଖାନା ମାମଲାରେ ଗରିଫ ହେବା ଭୟରେ ଇମ୍ରାନ ଖାଁ ଲାହୋରରେ…
୨ ବିମାନ ମଧ୍ୟରେ ଧକ୍କା
ବୋଷ୍ଟନ,୭।୩: ଯୁକ୍ତରାଷ୍ଟ୍ରର ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ମଧ୍ୟରୋ ଧକ୍କା ହୋଇଛି। ସିଏନ୍ଏନ୍ ଫେଡେରାଲ ଆଭିଏଶନ ଆଡ୍ମିନିଷ୍ଟ୍ରେଶନ (ଏଫ୍ଏଏ)କୁ ଦର୍ଶାଇ କହିଛି, ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରୁଥିବା ଦୁଇଟି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସୋମବାର…
ରୁଷିଆର ଜୋର୍ଦାର ସେଲ୍ ମାଡ଼
କିଭ୍, ୭ା୩ : ୟୁକ୍ରେନ୍ର ପୂର୍ବଭାଗରେ ଥିବା ବାଖମୁଟ୍ ସହରକୁ ରୁଷିଆ ଚାରିପଟୁ ଘେରିଲାଣି। ସହରକୁ କାବୁ କରିବା ଲାଗି ରୁଷିଆ ସୈନ୍ୟ ଜୋର୍ଦାର ଉଦ୍ୟମ ଚଳାଇଥିବାବେଳେ ଏହାକୁ ହାତଛଡ଼ା ନ କରିବାକୁ କିଭ୍ ସୈନ୍ୟ ପ୍ରତିବଦ୍ଧ। ସେମାନେ ମୁକାବିଲା ପାଇଁ…
ଇଣ୍ଡୋନେସିଆରେ ଭୂସ୍ଖଳନ: ୧୧ ମୃତ
ଜାକର୍ତ୍ତା, ୭। ୩: ଇଣ୍ଡୋନେସିଆ ନିକଟରେ ଥିବା ରିଉ ଦ୍ୱୀପରେ ଭୂସ୍ଖଳନରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ସୋମବାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରି…
Archives


