ପାକିସ୍ତାନରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ: ୧୫ ଆହତ

ଇସ୍‌ଲାମାବାଦ୍‌,୭।୩: ପାକିସ୍ତାନରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ପଞ୍ଜାବ ବିଶ୍ୱବିଦ୍ୟାଳୟରେ ୩୦ ଜଣ ଛାତ୍ରୀଛାତ୍ର ହୋଲି ପାଳନ କରୁଥିଲେ। ଇସ୍‌ଲାମି ଜାମିଆତ ତୁଲବା (ଆଇଜେଟି)ର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ହୋଲି ପାଳନ ନ କରିବାକୁ ବଳପୂର୍ବକ ଅଟକାଇଥିଲେ। ଫଳରେ ସେଠାରେ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ୧୫ ଜଣ ହିନ୍ଦୁ ଛାତ୍ର ଆହତ ହୋଇଥିଲେ।
ପାକିସ୍ତାନରେ ହିନ୍ଦୁମାନଙ୍କ ଅବସ୍ଥା ଭଲ ନୁହେଁ। ଭାରତ ପ୍ରାୟତଃ ଏହି ପ୍ରସଙ୍ଗ ଜାତିସଂଘରେ ଉଠାଇଛି। ମାର୍ଚ୍ଚ ୩ରେ ମିଳିତ ଜାତିସଂଘରେ ଭାରତ ତାଗିଦ କରିଥିଲା ଯେ, ପାକିସ୍ତାନରେ ହିନ୍ଦୁ, ଶିଖ୍‌ ଏବଂ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ହେଉଛି। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଦେଇଥିବା ବିବୃତିର ଉତ୍ତରରେ ଭାରତ କହିଛି ଯେ ପାକିସ୍ତାନର ପ୍ରତିନିଧି ତାଙ୍କ ଦେଶ ବିରୋଧରେ ନିଜର କୁତ୍ସିତ ପ୍ରଚାର ପାଇଁ ଏହି ସମ୍ମାନଜନକ ପ୍ଲାଟ୍‌ଫର୍ମର ଅପବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ...

ମୋଦି ବର୍ଷାରେ ଓଦା ନ ହେବା ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୬: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା...

ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚାଇନାର ବିରୋଧ

ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍‌ଏସ୍‌ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି।...

ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଲେ ଇମ୍ରାନ୍‌ ସରକାର

ଇସଲାମାବାଦ,୧।୧୧: ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି।...

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ...

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫...

୪ ବିଦେଶୀ ଉପହାର ବିକ୍ରି କରିଛନ୍ତି ଇମ୍ରାନ

ଇସଲାମାବାଦ,୮ା୯: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଥିବା ୪ଟିି ବିଦେଶୀ ଉପହାର...

୧୦ ହଜାର କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ୍‌,୧୮।୧: ପ୍ରସିଦ୍ଧ ଟେକ କମ୍ପାନୀ ମାଇକ୍ରୋସଫ୍ଟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ, ମାକ୍ରୋ-ଅର୍ଥନୈତିକ ଅବସ୍ଥା...

Advertisement
Archives

Model This Week