ରୁଷିଆର ଜୋର୍‌ଦାର ସେଲ୍‌ ମାଡ଼

କିଭ୍‌, ୭ା୩ : ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ବାଖମୁଟ୍‌ ସହରକୁ ରୁଷିଆ ଚାରିପଟୁ ଘେରିଲାଣି। ସହରକୁ କାବୁ କରିବା ଲାଗି ରୁଷିଆ ସୈନ୍ୟ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ଏହାକୁ ହାତଛଡ଼ା ନ କରିବାକୁ କିଭ୍‌ ସୈନ୍ୟ ପ୍ରତିବଦ୍ଧ। ସେମାନେ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ରହିଛନ୍ତି। ବାଖମୁଟ୍‌କୁ ଦଖଲକୁ ନେବା ଲାଗି ରୁଷିଆ ୬ ମାସ ହେଲା ଉଦ୍ୟମ ଚଳାଇଛି। ରୁଷିଆ ସୈନ୍ୟଙ୍କ ଘନ ଘନ ଆକ୍ରମଣରେ ହଜାର ହଜାର ଜୀବନ ଗଲାଣି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଉଚ୍ଚ ସାମରିକ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ୟୁକ୍ରେନ୍‌ ସ୍ଥିତି ମଜଭୁତ କରିବା ଲାଗି ବୈଠକରେ ସେନା ଅଧିକାରୀମାନେ ମତ ଦେଇଥିଲେ। ଅନ୍ୟ ପକ୍ଷରେ ରୁଷିଆ ସୈନ୍ୟ ଡୋନେସ୍କ ସହରାଞ୍ଚଳ ଓ ଆଖପାଖ ଗ୍ରାମ ଉପରେ ଜୋର୍‌ଦାର ସେଲ୍‌ ମାଡ଼ କରିଚାଲିଛି। ବାଖମୁଟ୍‌ ବାସିନ୍ଦାଙ୍କୁ ଶେଷ କରିଦେବା ଲାଗି ମସ୍କୋ ଅଧିକ ସୈନ୍ୟ ସମ୍ବଳ ନିୟୋଜିତ କରିଛି। ସେଲ୍‌ ମାଡ଼ରୁ ରକ୍ଷା ପାଇବା ପାଇଁ ନାଗରିକମାନେ ସହର ଛାଡ଼ି ପଳାଇଯାଉଛନ୍ତି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବର୍ଷେ ବିତିଥିବାବେଳେ ମସ୍କୋକୁ କ୍ରମାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବାଖମୁଟ୍‌ର କୌଣସି ବଡ଼ ରଣନୀତିକ ମୂଲ୍ୟ ନାହିଁ। ତେବେ ଏହାକୁ ହାତେଇବା ଦ୍ୱାରା ଯୁଦ୍ଧ ଏକ ନୂଆ ମୋଡ଼ ନେବ ବୋଲି କୁହାଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧକ୍ଷେତ୍ରରୁ କିଛି ଭଲ ଖବର ପାଇବା ପାଇଁ ବ୍ୟସ୍ତ ହୋଇପଡ଼ିଲେଣି। ଅନ୍ୟପକ୍ଷରେ ବର୍ଷେ ହେଲା ପାଶ୍ଚାତ୍ୟ ସହଯୋଗୀଙ୍କ ସହାୟତାରେ ୟୁକ୍ରେନ୍‌ ଲଢ଼େଇ ଜାରି ରଖିବା ସହ ନିଜ ଅଞ୍ଚଳକୁ ହାତଛଡ଼ା ନ କରିବା ଜିଦ୍‌ରେ ଅଟଳ ରହିଛି। ନିକଟରେ ଆମେରିକା ପ୍ରତିରକ୍ଷା ସଚିବ ଲିଓଡ ଅଷ୍ଟିନ୍‌ ଜୋର୍ଡାନ ଗସ୍ତରେ ଥିବାବେଳେ ବାଖ୍‌ମୁଟର ରଣନୀତିକ ଏବଂ ପରିଚାଳନା ମୂଲ୍ୟଠାରୁ ପ୍ରତୀକାତ୍ମକ ମୂଲ୍ୟ ଅଧିକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri