ଜୁଲାଇ ୨୧ରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ/ନୂଆଦିଲ୍ଲୀ,୯।୭ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।ଅଧିକାରୀଙ୍କ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଏବେ ଆର୍ଥିକ…
ନେତନ୍ୟାହୁ ସରକାର ଆଣିଥିବା ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ପୂର୍ବରୁ ଦେଶରେ ବିରୋଧ ପ୍ରଦର୍ଶନ
ତେଲ ଆଭିବ,୯।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ହେବା ପୂର୍ବରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଞ୍ଚଳିକ ମିଡିଆର ସୂଚନା ଅନୁଯାୟୀ, ହଜାର ହଜାର ଲୋକ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି…
ବିମାନର ଓଜନ ବଢ଼ିବାରୁ ୧୯ ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ପାଇଲଟ…
ଲଣ୍ଡନ,୯।୭ : ବ୍ରିଟିଶ (ୟୁକେ) ଏୟାରଲାଇନ୍ସ ଇଜିଜେଟ ସ୍ପେନର ଲାନଜାରୋଟ ରୁ ଲିଭରପୁଲ ଅଭିମୁଖେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କହିଥିଲେ। କାରଣ ବିମାନଟି ଅତ୍ୟଧିକ ଭାରୀ ହୋଇଯାଇଥିଲା ଫଳରେ ଉଡିବା ପାଇଁ ଅସୁବିଧା ହେବାର ଆଶଙ୍କା…
କାନାଡାରେ ଭାରତୀୟ ଦୂତାବାସ ସାମ୍ନାରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ତ୍ରିରଙ୍ଗା ଉଡାଇ ଭାରତୀୟ ଦେଲେ କଡା ଜବାବ
ଟରଣ୍ଟୋ,୯।୭: ଖଲିସ୍ତାନି ସମର୍ଥକମାନେ ଶନିବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ଖଲିସ୍ତାନିମାନେ କାନାଡାର ଟରଣ୍ଟୋରେ ବି ଭାରତୀୟ ବାଣିଜ୍ୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ। ହେଲେ ସେଠାରେ ଥିବା ମୂଳ ଭାରତୀୟ ବାସିନ୍ଦା ଏହାର କଡା ଜବାବ…
ସ୍ବିଜରଲାଣ୍ଡରେ ସାମ୍ବାଦିକ ସମ୍ମିଳନୀ କଲେ ରୋବର୍ଟ, କହିଲେ ମଣିଷଙ୍କ ଠାରୁ ଦୁନିଆକୁ ଭଲ ଭାବେ ଚଳାଇପାରିବୁ
ଜେନିଭା,୯।୭: ସ୍ବିିଜରଲାଣ୍ଡର ଜେନେଭାରେ ରୋବର୍ଟମାନେ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ବିଶ୍ୱରେ ପ୍ରଥମ ଥର ଏହିଭଳି କିଛି ଦେଖିବାକୁ ମିଳିଛି। ଏହି ସମସ୍ତ ରୋବଟଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ ଦ୍ୱାରା ପରିଚାଳିତ। ସମ୍ମିଳନୀରେ ପ୍ରାୟ ୫୧ଟି ରୋବର୍ଟ ଯୋଗ ଦେଇଥିଲେ। ବୈଠକରେ…
ଜର୍ମାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ ଓ ଉପଦ୍ରବକାରୀଙ୍କ ସଂଘର୍ଷରେ ୨୨ପୋଲିସ କର୍ମୀ ଆହତ, ପୋଲିସର ଲାଠି ଚାର୍ଜ
ବର୍ଲିନ,୯।୭: ପଶ୍ଚିମ ଜର୍ମାନୀର ଜିସେନ ସହରରେ ଇରିଟ୍ରିଆନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଙ୍ଗାରେ ୨୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର,ବୋତଲ ଏବଂ ଗ୍ୟାସ ବମ୍ ଫିଙ୍ଗିଥିଲେ। ସେମାନେ ବ୍ୟାରିକଡେ ଭାଙ୍ଗି ଧସି ପଶିବାକୁ ଚେଷ୍ଟା ମଧ୍ୟ କରିଥିଲେ।…
ଚାଇନାରେ ପ୍ରାକୃତିକ ବିପର୍ଯ୍ୟୟ: କେଉଁଠି ପ୍ରଚଣ୍ଡ ଗରମ ତ କେଉଁଠି ବନ୍ୟା, ଉଦ୍ଧାର କାର୍ଯ୍ୟ ଜାରି
ବେଜିଂ,୯।୭: ଚାଇନାରେ ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଜଳବାୟୁ ବରିବର୍ତ୍ତନ ଯୋଗୁ କେଉଁଠି ପ୍ରବଳ ବର୍ଷା ହେଉଛି ତ କେଉଁଠି ବନ୍ୟା ଯୋଗୁଁ ଚାଇନାବାନୀ ଆର୍ତ୍ତ ଚିତ୍କାର କରୁଛନ୍ତି। ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନ ହୋଇଛି।…
ଟିକସ ବୃଦ୍ଧି ନେଇ କେନିଆରେ ପ୍ରଦର୍ଶନ, ୩ ମୃତ…
ନାଇରୋବି,୯।୭ : ଟିକସ ବୃଦ୍ଧି ନେଇ କେନିଆରେ ଚାଲିଥିବା ବିରୋଧ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ଡାକ୍ତରଖାନା ଅଧିକାରୀ ଏବଂ ଦୁଇ ଜଣ ପୋଲିସକୁ ଏନେଇ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି କେନିଆରେ ହୋଇଥିବା ବିକ୍ଷୋଭରେ…
ଇମ୍ରାନଙ୍କୁ ନେଇ ପାକିସ୍ତାନୀ ସେନାକୁ ଚାଇନା ଦେଇଥିଲା ଚେତାବନୀ…
ଇସଲାମାବାଦ,୯।୭ : ପାକିସ୍ତାନରେ ସେନା ଯାହାକୁ ଚାହୁଁଛି ସେ କ୍ଷମତାରେ ରହୁ୍ଛନ୍ତି। ସେନା ୨୦୧୮ ରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା। ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ସମ୍ପର୍କ କୌଣସି ବିଶେଷ ଉଚ୍ଚତାକୁ ଛୁଇଁ ନ…
୨୦୫୦ ସୁଦ୍ଧା ପୃଥିବୀର ୯୦ କୋଟି ଲୋକ ଭୋକିଲା ରହିବେ…
ଓ୍ବାଶିଂଟନ,୯।୭ : ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ଅନେକ ଅଞ୍ଚଳରେ ଫସଲ ଅମଳ ହ୍ରାସ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଆମ ଖାଦ୍ୟ ପ୍ରଣାଳୀ ଉପରେ ବହୁତ ପ୍ରଭାବ ପକାଉଛି । ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଉତ୍ପାଦନ ବିଶ୍ୱକୁ ଗରମ…
ଆମେରିକୀୟ ସେନାର ଖବରୀଙ୍କୁ ଆମେରିକାରେ ଗୁଳି କରି ହତ୍ୟା
ଓ୍ବାଶିଂଟନ୍,୯।୭: ଆମେରିକାର ୱାଶିଂଟନରେ ଆଫଗାନିସ୍ତାନର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୁବକ ଜଣକ ଆଫଗାନିସ୍ତାନରେ ରହୁଥିବାବେଳେ ଆମେରିକୀୟ ସେନାକୁ ସାହାଯ୍ୟ କରୁଥିଲେ। ତେବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆଫଗାନିସ୍ତାନ ଯୁବକ ଆମେରିକାରେ ପଳାଇ ଆସିଥିଲେ। ଯୁବକ…
ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…
ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଙ୍କ ଅନୁଗାମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ଜୀବନ, କାର୍ଯ୍ୟ ଏବଂ ବିଭିନ୍ନ କମ୍ପାନୀଗୁଡିକର ଅତ୍ୟାଧୁନିକ…
Archives


