ଇମ୍ରାନଙ୍କୁ ନେଇ ପାକିସ୍ତାନୀ ସେନାକୁ ଚାଇନା ଦେଇଥିଲା ଚେତାବନୀ…

ଇସଲାମାବାଦ,୯।୭ : ପାକିସ୍ତାନରେ ସେନା ଯାହାକୁ ଚାହୁଁଛି ସେ କ୍ଷମତାରେ ରହୁ୍‌ଛନ୍ତି। ସେନା ୨୦୧୮ ରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା। ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ସମ୍ପର୍କ କୌଣସି ବିଶେଷ ଉଚ୍ଚତାକୁ ଛୁଇଁ ନ ଥିଲା। ବର୍ତ୍ତମାନ ପାକିସ୍ତାନର ଜଣେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଇମ୍ରାନ ଖାନଙ୍କୁ କ୍ଷମତାକୁ ଆଣିବାକୁ ଚାଇନା କେବେ ରାଜି ହୋଇ ନ ଥିଲା। ପାକିସ୍ତାନର ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି ଇମ୍ରାନ ଖାନ ବହୁ ବିଲିୟନ ଡଲାରର ଚାଇନା-ପାକିସ୍ଥାନ ଅର୍ଥନୈତିକ କରିଡର (ସିପିଇସି) କୁ କ୍ଷତି ପହଞ୍ଚାଇଛନ୍ତି।

ଇକବାଲ ପ୍ରକାଶ କରିଛନ୍ତି ଚାଇନା ତତ୍କାଳୀନ ସେନାକୁ ଚେତାବନୀ ଦେଇଥିଲା। ଚାଇନା ତତ୍କାଳୀନ ସେନା ମୁଖ୍ୟ କମର ଜାଭେଦ ବାଜୱାଙ୍କୁ କହିଥିଲା ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ନୂତନ ପରୀକ୍ଷଣ ନ କରାଯାଉ। ଜିଓ ନ୍ୟୁଜ କାର୍ଯ୍ୟକ୍ରମ ଜିରଗାରେ ସେ କହିଛନ୍ତି କୌଣସି ନୂତନ ପରୀକ୍ଷଣକୁ ଏଡାଇବା ପାଇଁ ଚାଇନା ତତ୍କାଳୀନ ସେନା ମୁଖ୍ୟଙ୍କ ନିକଟକୁ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲା। ଚାଇନା ଅନୁମାନ କରିଥିଲା ଏହା ସିପିଇସିକୁ ବାଧା ପହଞ୍ଚାଇବ।

ତେବେ ଚୀନ ନିଶ୍ଚିତ କରାଯାଇଥିଲା ଯିଏ କ୍ଷମତାକୁ ଆସିବେ ସେ ମେଗା ଭିତ୍ତିଭୂମି ଏବଂ ସଂଯୋଗୀକରଣ ପ୍ରକଳ୍ପରେ ବାଧା ଦେବେ ନାହିଁ। ମନ୍ତ୍ରୀ କହିଛନ୍ତି, ଚାଇନା ସେନାକୁ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri