ଲିପୋପ୍ରୋଟିନ୍(ଏ) ଚିକିତ୍ସା ପାଇଁ ପ୍ରଥମ ଔଷଧ
ଆମଷ୍ଟରଡାମ୍,୩୦ା୮: ଲିପୋପ୍ରୋଟିନ୍(ଏ) ହେଉଛି ଅଠାଳିଆ କୋଲେଷ୍ଟରଲର ମୁଖ୍ୟତଃ ଏକ ଆନୁବଂଶିକ ରୂପ। ଏହା ହୃଦ୍ରୋଗ ଓ ହୃଦ୍ଘାତଜନିତ ବିପଦ ବଢ଼ାଇଥାଏ। ବିଶ୍ୱରେ ପ୍ରଥମ ଥର ପାଇଁ ଲିପୋପ୍ରୋଟିନ୍(ଏ)ର ଚିକିତ୍ସା ଏକ ନୂଆ ଔଷଧରେ କରାଯାଇପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଉଚ୍ଚସ୍ତରର ଲିପୋପ୍ରୋଟିନ୍(ଏ)…
ବ୍ରିଟିଶ କଲମ୍ବିଆରେ ରହୁଥିବା ଜଣେ ବ୍ୟକ୍ତି ବିଏ.୨.୮୬ରେ ସଂକ୍ରମିତ
ଓଟାଓ୍ବା,୩୦।୮: ଦୁନିଆରେ କରୋନାଭାଇରସ ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। କାନାଡାର ବ୍ରିଟିଶ କଲମ୍ବିଆରେ ରହୁଥିବା ଜଣେ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ବିଏ.୨.୮୬ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକାରୀ କହିଛନ୍ତି ଯେ, ଆକ୍ରାନ୍ତ ଜଣଙ୍କ ପ୍ରଶାନ୍ତ ପ୍ରଦେଶ ବାହାରେ ଯାତ୍ରା କରିନାହାଁନ୍ତି।…
ରୁଷିଆ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ମୁହଁତୋଡ ଜବାବ ଦେଲେ ରୁଷିଆ ସୈନିକ
ମସ୍କୋ,୩୦।୮: ଗତ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ବୁଧବାର ରୁଷିଆ ଦାବି କରିଛି ଯେ ପଶ୍ଚିମ ରୁଷିଆର ପସ୍କୋଭ ସହରର ବିମାନବନ୍ଦରରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି। ଏହାର ଜବାବରେ ରୁଷିଆର ସୈନିକମାନେ…
ବ୍ୟକ୍ତିଗତ ଭାବେ ହେଲା ପ୍ରିଗୋଝିନ୍ଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେନି ପୁଟିନ୍
ମସ୍କୋ,୩୦।୮: ୱାଗନର୍ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ଙ୍କ ଅନ୍ତିମ ସଂସ୍କାର ତାଙ୍କ ସହର ସେଣ୍ଟ ପିଟର୍ସବର୍ଗର ଏକ ଶ୍ମଶାନରେ ବ୍ୟକ୍ତିଗତ ଭାବେ ହୋଇଛି। ଗତ ସପ୍ତାହରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପ୍ରେସ ସେବାତାଙ୍କ ଫଟୋ ସହିତ ଟେଲିଗ୍ରାମରେ…
ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୮ ସେମି ଲମ୍ବ ପୋକ…
ସିଡନୀ,୨୯।୮ : ଜଣେ ମହିଳାଙ୍କ ମସ୍ତିଷ୍କରେ ଆଠ ସେମି ଲମ୍ବ ଜୀବନ୍ତ ପରଜୀବୀ (ପୋକ) ପାଇ ଅଷ୍ଟ୍ରେଲିୟ ନ୍ୟୁରୋ ସର୍ଜନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ମହିଳାଙ୍କଠାରେ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଏହା ବୋଧହୁଏ ଦୁନିଆରେ ପ୍ରଥମ ଘଟଣା। ବାସ୍ତବରେ…
କରୋନା ସହାୟତା ପାଣ୍ଠିରୁ ଚୋରି କଲେ ୫ ଲକ୍ଷ ଡଲାର: ମୂଳ ଭାରତୀୟ ଡାକ୍ତର ଗିରଫ…
ଓ୍ବାଶିଂଟନ,୨୯।୮ : ଆମେରିକାର ଜଣେ ମୂଳ ଭାରତୀୟ ଦନ୍ତ ଚିକିତ୍ସକ ଦୁଇ ବର୍ଷ ମଧ୍ୟରେ କରୋନା ସହାୟତା ପାଣ୍ଠିରୁ ୫ ଲକ୍ଷ ଡଲାର ଚୋରି କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଏହି ଟଙ୍କାକୁ ନିବେଶ ପରି ଅନୁପଯୁକ୍ତ ବ୍ୟକ୍ତିଗତ ଖର୍ଚ୍ଚ…
ପ୍ରିଗୋଝିନଙ୍କ ଶେଷକୃତ୍ୟରେ ଯୋଗ ଦେବେ ପୁଟିନ୍!
ମସ୍କୋ,୨୯।୮: ଗତ ସପ୍ତାହରେ ୱାଗନର୍ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ସମେତ ୧୦ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଏଥିସହ ପୁଟିନ୍ ପ୍ରିଗୋଝିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ କି…
‘ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି, ଶେଷ କରାଯାଇନାହିଁ’
ଇସଲାମାବାଦ,୨୯।୮: ପାକିସ୍ତାନ ତେହେରିକ-ଇ-ଇନସାଫର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ତୋଶାଖାନା ମାମଲାରେ ଇସଲାମାବାଦ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ଏହାର ରାୟ ଦେଇ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଭାଇଛନ୍ତି, ଏବଂ ମୁକ୍ତ କରିବା…
କାଲିଫର୍ନିଆରେ ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ପାଇଁ ବିଲ ପାରିତ…
ଓ୍ବାଶିଂଟନ,୨୯।୮ : ଆମେରିକାର ଅନ୍ୟତମ ବୃହତ୍ତମ ରାଜ୍ୟ କାଲିଫର୍ନିଆ ଷ୍ଟେଟରେ ଜାତି ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ପାରିତ ହୋଇଛି। ଭେଦଭାବ ବିରୋଧୀ ଆଇନରେ ଜାତିକୁ ସଂରକ୍ଷିତ ବର୍ଗ ଭାବରେ ଯୋଡିଥିବା ଏହା ବର୍ତ୍ତମାନ ଆମେରିକାର ପ୍ରଥମ ରାଜ୍ୟ ହୋଇପାରିଛି।…
୨୦୧୬ ଇରାକ ବୋମା ବିସ୍ଫୋରଣର ୩ଦୋଷୀଙ୍କୁ ଫାଶୀ, ୩୦୦ରୁ ଅଧିକ ଲୋକଙ୍କ ହୋଇଥିଲା ମୃତ୍ୟୁ
ବାଗବାଦ,୨୯।୮: ଇରାକରେ ୨୦୧୬ ବୋମା ବିସ୍ଫୋରଣର ତିନିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଇରାକର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୨୦୧୬ରେ ବାଗଦାଦର ସପିଂ ଜିଲାରେ ହୋଇଥିବା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ ଆଇଏସଆଇଏସର…
ଆମେରିକୀୟ ଡ୍ରୋନର କ୍ରିମିଆ ଦ୍ୱୀପରେ ଅନୁପ୍ରବେଶ, ପ୍ରତିରୋଧ କଲା ଋଷିଆ
ମସ୍କୋ,୨୯।୮: କ୍ରିମିଆ ସୀମାରେ ଅନୁପ୍ରେବଶ କରୁଥିବା ଦୁଇଟି ଆମେରିକୀୟ ଡ୍ରୋନକୁ ବାଧା ଦେଇଛି ଋଷିଆ। ଉଭୟ ଡ୍ରୋନ ଋଷିଆର ସୀମା ଆଡକୁ ଯାଉଥିଲେ। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏନେଇ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଉଭୟ ଡ୍ରୋନ ସୀମାରେ…
ଫ୍ଲୋରିଡାରେ ତାଣ୍ଡବ ରଚିବ ବାତ୍ୟା ‘ଇଦାଲିଆ’, ଆଲର୍ଟ କଲେ ରାଜ୍ୟପାଳ
ଟାମ୍ପା,୨୯।୮: ମାଡି ଆସୁଛି ଭୟଙ୍କର ବାତ୍ୟା ‘ଇଦାଲିଆ’। ଏହା ଉଗ୍ର ରୂପ ଧାରଣ କରି ଫ୍ଲୋରିଡା ଉପକୂଳକୁ ମାଡି ଆସୁଛି। ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉପକୂଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପାଣିପାଗ…
Archives


