ପାକିସ୍ତାନରେ ଧୁମ୍ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ
ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର…
ରୁଷିଆରେ ଭାରତୀୟଙ୍କ ମୃତ୍ୟୁ
ମସ୍କୋ,୭ା୩: ରୁଷିଆରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବୁଧବାର ସେଠାକାର ଅବସ୍ଥାପିତ ଜଣେ ଭାରତୀୟ ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ନାମ ମହମ୍ମଦ ଅସଫାନ୍। ତାଙ୍କୁ ୟୁକ୍ରେନ୍ ବିରୋଧରେ ରୁଷିଆ ପକ୍ଷରୁ ଯୁଦ୍ଧ ଲଢ଼ିବା ପାଇଁ ବାଧ୍ୟ କରାଯାଇଥିବା ଅଧିକାରୀ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ଟ୍ରମ୍ପ୍-ବାଇଡେନ୍ ଲଢ଼େଇ…
ଓ୍ବାଶିଂଟନ୍,୭।୩: ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ…
ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ କରିବେ ଏହି ଦୁଇ ଦେଶ
ମସ୍କୋ,୬ା୩: ଆସନ୍ତା ୧୦ ବର୍ଷ ମଧ୍ୟରେ ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ ପାଇଁ ଦୁଇ ଦେଶ ଏକ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି। ମହାକାଶ ଉଡ଼ାଣ ଏବଂ ଅନୁସନ୍ଧାନ ପାଇଁ ରୋସ୍କୋସ୍ମୋର ସିଇଓ ୟୁରୀ ବୋରିସୋଭ କହିଛନ୍ତି, ଏହି ମିଶନ ସ୍ବୟଂଚାଳିତ…
ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍ ସୁପ୍ରିମକୋର୍ଟ
ଇସ୍ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍-ହକ୍ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି…
ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ
ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ…
ନେପାଳ ପିଏମ୍ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…
କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି…
ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟ
ମାଲେ/ବେଜିଂ,୬ା୩: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରି ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ ସାଦା…
ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି
ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ଏପରି…
ମହିଳାଙ୍କ ଗର୍ଭପାତ ବିଲ୍ ଅନୁମୋଦନ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ପ୍ରଶଂସା
ପ୍ୟାରିସ,୫।୩: ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଜୋରଦାର କରତାଳିରେ ସାଂସଦମାନେ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ୍ ଅନୁମୋଦନ କରିଛନ୍ତି। ଏହି ବିଲ୍ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଗର୍ଭପାତ ସମ୍ବନ୍ଧୀୟ…
ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା
ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍) ସହିତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଛି। ଚାଇନା ପ୍ରତିରକ୍ଷା ବଜେଟରେ ଏହି…
ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା
ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ମରିୟମ…
Archives


