ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟ

ମାଲେ/ବେଜିଂ,୬ା୩: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରି ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ ସାଦା ପୋଷାକରେ ମଧ୍ୟ ମାଳଦ୍ୱୀପରେ ରହିପାରିବେ ନାହିଁ ବୋଲି ମୁଇଜୁ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ମାଳଦ୍ୱୀପ ସହ ଚାଇନା ଏକ ପ୍ରତିରକ୍ଷା ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିଛି। ଏହି ରାଜିନାମା ଅନୁସାରେ ଦ୍ୱୀପରାଷ୍ଟ୍ରକୁ ବେଜିଂ ମାଗଣାରେ ସାମରିକ ସହାୟତା ପ୍ରଦାନ କରିବ, ଯଦ୍ଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ବେଳର ଫଟୋଶୁଟ୍‌କୁ ନେଇ ଭାରତୀୟଙ୍କ ପକ୍ଷରୁ ମାଳଦ୍ୱୀପକୁ ନୂ୍ୟନ ଦର୍ଶାଇବା ପାଇଁ ହୋଇଥିବା ଉଦ୍ୟମର ଏହା ପ୍ରତିଫଳନ ବୋଲି କୁହାଯାଉଛି।
ଗତ ଜାନୁଆରୀ ପ୍ରଥମ ସପ୍ତାହରେ ମୋଦି ଲାକ୍ଷାଦ୍ୱୀପ ଯାଇ ସେଠାକାର କେତୋଟି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ମୋଦି ଉଲ୍ଲେଖ କରିଥିଲେ, ପର୍ଯ୍ୟଟକମାନେ ପ୍ରକୃତିକୁ ଉପଭୋଗ କରିବାକୁ ଚାହୁଁଥିଲେ ଲାକ୍ଷାଦ୍ୱୀପକୁ ଆସିବା ଉଚିତ। ଏହା ପରେ ସାମାଜିକ ଗଣମାଧ୍ୟମରେ ଭାରତୀୟମାନେ ମାଳଦ୍ୱୀପ ବିରୋଧରେ ବିଷ ଓକାଳିବାରେ ଲାଗିଥିଲେ। ଦେଶରେ ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପକୁ ପର୍ଯ୍ୟଟନ ପାଇଁ ଯିବା ଆବଶ୍ୟକ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଏଇଠୁ ପଡ଼ୋଶୀ ମାଳଦ୍ୱୀପ ସହ ଭାରତର ସମ୍ପର୍କରେ ତିକ୍ତତା ବଢ଼ିଥିଲା। ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ପ୍ରତିକ୍ରିୟାଶୀଳ ହୋଇ ଭାରତୀୟ ସୈନ୍ୟଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିଥିଲେ। ଫେବୃଆରୀ ୨ରେ ନୂଆଦିଲ୍ଲୀରେ ଦୁଇଦେଶର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତୀୟ ସନ୍ୟୈଙ୍କୁ ସ୍ବଦେଶକୁ ପ୍ରତ୍ୟାହାର କରିବା ପାଇଁ ଭାରତ ସହମତି ପ୍ରକାଶ କରିଥିଲା। କିନ୍ତୁ ଏଥି ସକାଶେ ମାଳଦ୍ୱୀପରେ ଥିବା ୩ଟି ବିମାନ ଚଳାଚଳ ପ୍ଲାଟ୍‌ଫର୍ମକୁ ଭାରତୀୟମାନେ ପରିଚାଳନା କରିବେ ବୋଲି ଭାରତ ସର୍ତ୍ତ ବାଢ଼ିଥିଲା।
ଭାରତ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ମାର୍ଚ୍ଚ ୧୦ରେ ସମ୍ପୂର୍ଣ୍ଣ କରିବ ବୋଲି କହିଥିଲା। ଫେବୃଆରୀ ୫ରେ ପାର୍ଲାମେଣ୍ଟକୁ ନିଜ ପ୍ରଥମ ସମ୍ବୋଧନରେ ମଧ୍ୟ ମୁଇଜୁ ଅନୁରୂପ କଥା କହିଥିଲେ। ତଦନୁଯାୟୀ ଗତ ସପ୍ତାହରେ ଏକ ଭାରତୀୟ ଟିମ୍‌ ମାଳଦ୍ୱୀପରେ ଥିବା ୩ ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏର ଦାୟିତ୍ୱ ନେବା ପାଇଁ ସେଠାରେ ପହଞ୍ଚତ୍ଥିଲେ। ଚାଇନା ସମର୍ଥକ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ମଙ୍ଗଳବାର ବା ଏଟୋଲରେ ଏୟଧାଫୁଶି ସମ୍ପ୍ରଦାୟକୁ ସମ୍ବୋଧିତ କରି କହିଛନ୍ତି, ଦେଶରୁ ଭାରତୀୟ ସୈନ୍ୟଙ୍କୁ ବିଦା କରିବାରେ ତାଙ୍କ ସରକାର ସଫଳ ହୋଇଛନ୍ତି। ଏହାକୁ ନେଇ କେତେଜଣ ବ୍ୟକ୍ତି ମିଛ ଗୁଜବ ବିସ୍ତାରକରି ସ୍ଥିତିରେ ନୂଆ ମୋଡ଼ ଆଣିବାକୁ ଅପଚେଷ୍ଟା କରୁଛନ୍ତି। ମେ’ ୧୦ ପରେ ମାଳଦ୍ୱୀପରେ ଆଉ ଜଣେ ହେଲେ ଭାରତୀୟ ସୈନ୍ୟ ରହିବେ ନାହିଁ। ଏପରି କି ସାଦା ପୋଷାକରେ ମଧ୍ୟ ସେମାନେ ରହିପାରିବେ ନାହିଁ। ପ୍ରକାଶ ଯେ, ମାଳଦ୍ୱୀପରେ ଥିବା ୩ ଭାରତୀୟ ପ୍ଲାଟ୍‌ଫର୍ମରେ ୮୮ ସୈନ୍ୟ ଅଛନ୍ତି। ସେମାନେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ଇତିମଧ୍ୟରେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘସାନ ମଉମୁନ ଏବଂ ଚାଇନାର ଅନ୍ତର୍ଜାତୀୟ ସାମରିକ ସହଯୋଗ ଅଫିସ ଉପନିର୍ଦ୍ଦେଶକ ମେଜର ଜେନେରାଲ ଝାଙ୍ଗ୍‌ ବାଓକୁନ୍‌ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ମାଲେକୁ ବେଜିଂ ମାଗଣାରେ ସାମରିକ ସହାୟତା ଦେବାକୁ ରାଜିହୋଇଥିବା ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ପ୍ରତିରକ୍ଷା ସହଯୋଗ ଚୁକ୍ତି ଉପରେ ବିସ୍ତୃତ ସୂଚନା ଦିଆଯାଇନାହିଁ। ମାଳଦ୍ୱୀପର ଏମ୍‌ଭି ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବେଜିଂ ମାଲେକୁ ୧୨ ଇକୋଫ୍ରେଣ୍ଡ୍‌ଲି ଆମ୍ବୁଲାନ୍ସ ଉପହାର ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri