ନେପାଳ ପିଏମ୍‌ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…

କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍‌ ମାର୍କ୍ସବାଦୀ-ଲେନିନ୍‌ବାଦୀ) ସହ ପୁଷ୍ପ କମଲ ଏକ ନୂତନ ମେଣ୍ଟ ଗଠନ କରଛନ୍ତି। ଏହା ପରେ ତିନିଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ସୋମବାର ଏହି ମେଣ୍ଟ ଗଠନ ପରେ ନେପାଳର ୪ ଦଳ ୮ ପଏଣ୍ଟ ଚୁକ୍ତି କରିଛନ୍ତି, ଏହି ପଏଣ୍ଟ ଆଧାରରେ ସରକାରଙ୍କୁ ଆଗକୁ ନିଆଯିବ। ଚୁକ୍ତିନାମା ଅନୁଯାୟୀ, ଚାରିଟି ଦଳ ଜାତୀୟ ବିଧାନସଭା ବାଚସ୍ପତି ନିର୍ବାଚନରେ ମାଓବାଦୀ କେନ୍ଦ୍ର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାବେଳେ ଉପବାଚସ୍ପତିଙ୍କୁ ୟୁଏମ୍‌ଏଲ୍‌ ପକ୍ଷରୁ ଅଣାଯିବ। ଚୁକ୍ତିନାମାର ଅନ୍ୟ ପଏଣ୍ଟଗୁଡିକ ମଧ୍ୟରେ ଦେଶରେ ଫେଡେରାଲାଇଜିମ୍‌କୁ ପ୍ରଭାବଶାଳୀ କରିବା ଏବଂ ଶାନ୍ତି ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଇନ, ଆଇନରେ ସଂଶୋଧନ ଅନ୍ତର୍ଭୁକ୍ତ ରହିଛି।
ମେଣ୍ଟଭୁକ୍ତ ଦଳଗୁଡ଼ିକ ମନ୍ତ୍ରଣାଳୟର ବିଭାଜନ ଉପରେ ପାରସ୍ପରିକ ସହମତି ହାସଲ କରିପାରି ନାହାନ୍ତି।

ନୂତନ ମିଳିତ ସରକାର ଗଠନ ହେବାର ୨୪ ଘଣ୍ଟା ପରେ ମଧ୍ୟ କ୍ୟାବିନେଟ ସଦସ୍ୟଙ୍କୁ ମନ୍ତ୍ରୀ ପଦ ବଣ୍ଟନ କରିବାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ବିଫଳ ହୋଇଛନ୍ତି। ପୂର୍ବ ସରକାରରେ ନେପାଳୀ କଂଗ୍ରେସ ସହିତ ମତଭେଦ ହେବାର କାରଣ ମଧ୍ୟ କ୍ଷମତାର ବିଭାଜନ ଥିଲା। କାରଣ କଂଗ୍ରେସ ସଭାପତି ଦେଓବା ଚାହୁଁଥିଲେ ଯେ ଦଳର ବରିଷ୍ଠ ନେତା ତଥା ନବ ନିର୍ବାଚିତ ବିଧାୟକ କୃଷ୍ଣ ସୀତୌଲାଙ୍କୁ ଜାତୀୟ ସଭାର ସଭାପତି କରାଯିବାକୁ ଚାହୁଁଥିବାବେଳେ ପ୍ରଚଣ୍ଡ ଏହି ପଦବୀ ନିଜ ଦଳ ଅଧିନରେ ରଖିବାକୁ ଚାହୁଁଥିଲେ।

ବିନା ବିଭାଜନରେ ୟୁଏମ୍‌ଏଲ୍‌ରୁ ପଦ୍ମ ଗିରି, ସିପିଏନ୍‌ରୁ ହିଟ ବାହାଦୂର ତମାଙ୍ଗ ଏବଂ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ଡୋଲ ପ୍ରସାଦ ଆର୍ୟଲ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଭାଜନରେ କୌଣସି ସହମତି ହୋଇପାରି ନ ଥିବାରୁ ନେପାଳର ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସମେତ ୨୫ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛନ୍ତି। ବୁଧବାର ସୁଦ୍ଧା କ୍ୟାବିନେଟ ସମ୍ପ୍ରସାରଣ ସମାପ୍ତ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri