ନେପାଳ ପିଏମ୍‌ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…

କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍‌ ମାର୍କ୍ସବାଦୀ-ଲେନିନ୍‌ବାଦୀ) ସହ ପୁଷ୍ପ କମଲ ଏକ ନୂତନ ମେଣ୍ଟ ଗଠନ କରଛନ୍ତି। ଏହା ପରେ ତିନିଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ସୋମବାର ଏହି ମେଣ୍ଟ ଗଠନ ପରେ ନେପାଳର ୪ ଦଳ ୮ ପଏଣ୍ଟ ଚୁକ୍ତି କରିଛନ୍ତି, ଏହି ପଏଣ୍ଟ ଆଧାରରେ ସରକାରଙ୍କୁ ଆଗକୁ ନିଆଯିବ। ଚୁକ୍ତିନାମା ଅନୁଯାୟୀ, ଚାରିଟି ଦଳ ଜାତୀୟ ବିଧାନସଭା ବାଚସ୍ପତି ନିର୍ବାଚନରେ ମାଓବାଦୀ କେନ୍ଦ୍ର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାବେଳେ ଉପବାଚସ୍ପତିଙ୍କୁ ୟୁଏମ୍‌ଏଲ୍‌ ପକ୍ଷରୁ ଅଣାଯିବ। ଚୁକ୍ତିନାମାର ଅନ୍ୟ ପଏଣ୍ଟଗୁଡିକ ମଧ୍ୟରେ ଦେଶରେ ଫେଡେରାଲାଇଜିମ୍‌କୁ ପ୍ରଭାବଶାଳୀ କରିବା ଏବଂ ଶାନ୍ତି ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଇନ, ଆଇନରେ ସଂଶୋଧନ ଅନ୍ତର୍ଭୁକ୍ତ ରହିଛି।
ମେଣ୍ଟଭୁକ୍ତ ଦଳଗୁଡ଼ିକ ମନ୍ତ୍ରଣାଳୟର ବିଭାଜନ ଉପରେ ପାରସ୍ପରିକ ସହମତି ହାସଲ କରିପାରି ନାହାନ୍ତି।

ନୂତନ ମିଳିତ ସରକାର ଗଠନ ହେବାର ୨୪ ଘଣ୍ଟା ପରେ ମଧ୍ୟ କ୍ୟାବିନେଟ ସଦସ୍ୟଙ୍କୁ ମନ୍ତ୍ରୀ ପଦ ବଣ୍ଟନ କରିବାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ବିଫଳ ହୋଇଛନ୍ତି। ପୂର୍ବ ସରକାରରେ ନେପାଳୀ କଂଗ୍ରେସ ସହିତ ମତଭେଦ ହେବାର କାରଣ ମଧ୍ୟ କ୍ଷମତାର ବିଭାଜନ ଥିଲା। କାରଣ କଂଗ୍ରେସ ସଭାପତି ଦେଓବା ଚାହୁଁଥିଲେ ଯେ ଦଳର ବରିଷ୍ଠ ନେତା ତଥା ନବ ନିର୍ବାଚିତ ବିଧାୟକ କୃଷ୍ଣ ସୀତୌଲାଙ୍କୁ ଜାତୀୟ ସଭାର ସଭାପତି କରାଯିବାକୁ ଚାହୁଁଥିବାବେଳେ ପ୍ରଚଣ୍ଡ ଏହି ପଦବୀ ନିଜ ଦଳ ଅଧିନରେ ରଖିବାକୁ ଚାହୁଁଥିଲେ।

ବିନା ବିଭାଜନରେ ୟୁଏମ୍‌ଏଲ୍‌ରୁ ପଦ୍ମ ଗିରି, ସିପିଏନ୍‌ରୁ ହିଟ ବାହାଦୂର ତମାଙ୍ଗ ଏବଂ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ଡୋଲ ପ୍ରସାଦ ଆର୍ୟଲ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଭାଜନରେ କୌଣସି ସହମତି ହୋଇପାରି ନ ଥିବାରୁ ନେପାଳର ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସମେତ ୨୫ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛନ୍ତି। ବୁଧବାର ସୁଦ୍ଧା କ୍ୟାବିନେଟ ସମ୍ପ୍ରସାରଣ ସମାପ୍ତ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?