ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ଟ୍ରମ୍ପ୍‌-ବାଇଡେନ୍‌ ଲଢ଼େଇ…

ଓ୍ବାଶିଂଟନ୍‌,୭।୩: ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍‌ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ଓ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋ ବାଇଡେନ୍‌ ପୁଣି ଥରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସାଉଥ୍‌ କ୍ୟାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘକୁ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ରାଷ୍ଟ୍ରଦୂତ ଥିବା ନିକ୍କି ହାଲି ଚାର୍ଲେଷ୍ଟନ୍‌ ସୁପର ଟିଉଜ୍‌ଡେ’ରେ ପରାଜୟର ଦିନକ ପରେ ଏହି ଘୋଷଣା କରିଛନ୍ତି। ଚାର୍ଲେଷ୍ଟନ୍‌ରେ ୧୫ ରିପବ୍ଲିକାନ୍‌ଙ୍କ ମଧ୍ୟରୁ ୧୪ ଜଣ ଟ୍ରମ୍ପ୍‌ଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ଭୋଟ ଦେଇଥିଲେ। ୨୦୨୪ ପ୍ରାଇମେରି କ୍ୟାଲେଣ୍ଡରରେ ଏହା ଥଲା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଏକ-ତୃତୀୟାଂଶରୁ ଅଧିକ ରିପବ୍ଲିକାନ୍‌ ଡେଲିଗେଟ୍‌ ଉପସ୍ଥିତ ଥିଲେ।

ଏନେଇ ହାଲି କହିଛନ୍ତି, ବର୍ତ୍ତମାନ ନିଜ କ୍ୟାମ୍ପେନ୍‌ ବନ୍ଦ କରିବା ସମୟ ଆସିଛି। ଏଥିପାଇଁ ସେ ଅନୁତପ୍ତ ନୁହନ୍ତି। ଟ୍ରମ୍ପ୍‌ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଛି। କିନ୍ତୁ ସେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବା ବିଷୟ ଘୋଷଣା କରିନାହାନ୍ତି। ହାଲି କହିଛନ୍ତି, ଦଳ ଭିତରୁ ଓ ବାହାରୁ ସମର୍ଥନ ଯୋଗାଡ଼କରିବା ଏବେ ଟ୍ରମ୍ପ୍‌ଙ୍କ କାମ। ଏଥିରେ ସେ ସଫଳ ମଧ୍ୟ ହୋଇପାରନ୍ତି। ତେବେ ଆମେରିକାର ବୈଶ୍ୱିକ ନେତୃତ୍ୱ ବଜାୟ ରଖିବା ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୫୨ ବର୍ଷୀୟା ହାଲି ନିଜ ପ୍ରଚାର ଅଭିଯାନ ବେଳେ ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ୍‌ର ଆମତ୍ରକ୍ଷା କ୍ଷେତ୍ରରେ ଆମେରିକାର ସହାୟତା ପ୍ରସଙ୍ଗ ଉଠାଇଥିଲେ। ଦୌଡ଼ରୁ ହାଲି ଓହରିବା ପରେ ତାଙ୍କ ପୂର୍ବତନ ବସ୍‌ ୭୭ ବର୍ଷୀୟ ଟ୍ରମ୍ପ୍‌ ଓ ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନର୍ବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ସାମ୍ନାସାମ୍ନି ହୋଇଛନ୍ତି। ସର୍ବେକ୍ଷଣ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିମ୍ନ ଅନୁମୋଦନ ରେଟିଂକୁ ଦର୍ଶାଉଛନ୍ତି। ବାଇଡେନ୍‌ ଟ୍ରମ୍ପ୍‌ଙ୍କୁ ଆମେରିକାର ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ବିପଦ ବୋଲି ଦର୍ଶାଉଥିବାବେଳେ ଟ୍ରମ୍ପ୍‌ ନିଜ ଚ୍ୟାଲେଞ୍ଜରଙ୍କୁ ୨୦୨୦ର ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri