ଅନ୍ତର୍ଜାତୀୟ

କରତାରପୁର କରିଡର: ଦର୍ଶନ ପାଇଁ ଶିଖ ଶ୍ରଦ୍ଧାଳୁଙ୍କୁ ୨୦ ଡଲାର ମାଗୁଛି ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୦: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଏବେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କଠାରୁ ଚାନ୍ଦା ମାଗିବାକୁ ଯୋଜନା ପ୍ରସ୍ତୁତ କରି ସାରିଛି। ପାକିସ୍ତାନ କରତାରପୁର କରିଡରକୁ ନେଇ ଶେଷ ଥର ପାଇଁ ଭାରତକୁ ପଠାଇଥିବା ବାର୍ତ୍ତାରେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ…

ସଙ୍କଟରେ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି

ଦୁବଇ,୧୫।୧୦: ୟୁନାଇଟେଡ ଅରବ ଏମିରେଟ୍ସ (ୟୁଏଇ)ରେ ଡିପ୍ଲୋମା ଡିଗ୍ରିଧାରୀ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି ଏବେ ସଙ୍କଟରେ ବୋଲି ସୂଚନା ମିଳିଛି। ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷାଗତ ଯୋଗ୍ୟତା। ଏହା ପୂର୍ବରୁ ୨ଶହ ନର୍ସଙ୍କୁ…

ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌

ପ୍ୟାରିସ୍‌,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏହି ଦେଶକୁ ସୁଧୁରିବା ଲାଗି ଶେଷ ଚେତାବନୀ ସ୍ବରୂପ ଡାର୍କ ଗ୍ରେ (କଳା…

ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ…

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ। ଏଠି ଗ୍ରାହକଙ୍କୁ ଚିକିତ୍ସାଳୟର ଅନୁଭୁତି ମିଳିଥାଏ। ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀର ନାମ ହାର୍ଟଆଟାକ୍‌ ସହିତ ସାମ୍ୟତା ରକ୍ଷା କରିଥାଏ।…

ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶ-ଇ-ମହମ୍ମଦ: ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ନେଉଛନ୍ତି ପ୍ରଶିକ୍ଷଣ

ଇସ୍‌ଲାମାବାଦ୍‌,୧୪।୧୦: ପାକିସ୍ତାନ ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜୈଶ-ଇ-ମହମ୍ମଦର ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ସେଠାରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି। ଏଥିରେ ଫିଦାୟିନ ଆତଙ୍କବାଦୀ ମଧ୍ୟ ସାମିଲ ରହିଛନ୍ତି। ବାଲାକୋଟରେ ଭାରତୀୟ…

ଅର୍ଥନୀତିରେ ନୋବେଲ

ଷ୍ଟକହୋମ,୧୪।୧୦: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ବାସିନ୍ଦା ଅଭିଜିତ ବାନାର୍ଜୀ ଥିବା ବେଳେ ଫ୍ରାନ୍ସ ଜନ୍ମିତ ଆମେରିକାନ ଇସ୍ଥର ଡଫଲୋ…

ଆଫଗାନିସ୍ତାନ ବିମାନ ଆକ୍ରମଣରେ ୯ ଆତଙ୍କବାଦୀ ମୃତ

ନଙ୍ଗାହାର,୧୪।୧୦: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ବିମାନ ଆକ୍ରମଣ ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ହୋଇଥିଲା। ସୂଚନାଯୋଗ୍ୟ, ଶାନ୍ତି ପ୍ରତିଷ୍ଠା ପାଇଁ…

ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ରବିବାର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ରାଓ୍ବଲପିଣ୍ଡି ଓ ଇସ୍‌ଲାମାବାଦରେ ସର୍ବାଧିକ…

ଗୁଗଲ ଡୁଡୁଲରେ ଜୋଶେଫ୍‌ ଏଣ୍ଟୋନିୟୋ: ଫିଲ୍ମରେ ଆଣିଥିଲେ ଆନିମେସନ୍‌ ଜ୍ଞାନକୌଶଳ

ଓ୍ବାଶିଂଟନ,୧୪।୧୦: ଖ୍ୟାତି ସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଜୋଶେଫ୍‌ ଏଣ୍ଟୋନିୟୋଙ୍କ ସମ୍ମାନରେ ସୋମବାର ଗୁଗଲ ପକ୍ଷରୁ ଡୁଡୁଲ ପ୍ରଦର୍ଶନ କରାଯାଇଛି। ଜୋଶେଫ୍‌ ଫିଲ୍ମରେ ଫେନାକିସଟିସ୍କୋପ୍‌ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଗବେଷଣା କରିଥିଲେ। ଏହାଦ୍ୱାରା ଫିଲ୍ମରେ ଆନିମେସନ ପ୍ରସ୍ତୁତ କରି ହୋଇଥାଏ। ଏହି ଜ୍ଞାନକୌଶଳର…

ଚାଇନାକୁ ବିଭାଜନ ଉଦ୍ୟମ କଲେ ଦଳି ଦିଆଯିବ

କାଠମାଣ୍ଡୁ,୧୪ା୧୦(ପି.ଟି.): କୌଣସି ଶକ୍ତି ଚାଇନାକୁ ବିଭାଜନ ଉଦ୍ୟମ କଲେ ତାକୁ ଦଳି ଦିଆଯିବ ବୋଲି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ରବିବାର ଚେତାବନୀ ଦେଇଛନ୍ତି। ଭାରତ ଗସ୍ତ ଶେଷ କରି ଜିନ୍‌ପିଙ୍ଗ୍‌ ନେପାଳ ଯାଇଛନ୍ତି। ସେ ସେଠାରେ ନେପାଳର ଶୀର୍ଷ ନେତୃତ୍ୱଙ୍କ ସହ…

ମାରିଅମ ଥ୍ରେସିଆ ସନ୍ଥ ଘୋଷିତ

ଭାଟିକାନ୍‌ ସିଟି, ୧୪ା୧୦ : ଭାରତୀୟ ନନ୍‌ ମାରିଅମ୍‌ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍ସିସ୍‌ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର ଭାଟିକାନ୍‌ ସିଟିରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେରଳ ଜନ୍ମିତ ସିଷ୍ଟର ମାରିଅମ୍‌ଙ୍କ ସହ…

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସାଇକେଲରେ ଯାଉଥିବା କର୍ମଚାରୀଙ୍କୁ କିଲୋମିଟିର ପିଛା ୧୬ଟଙ୍କା ମିଳିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?