ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍‌ଫାଷ୍ଟ କରିବା ଜରୁରୀ। କମ୍‌ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ ଅପେକ୍ଷାକୃତ ଅଧିକ ଖାଦ୍ୟ ଖାଉଥିବା ପିଲାଙ୍କ ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ। ଫଳରେ ପିଲା ପାଠପଢ଼ିଲେ, ତାହା ସହଜରେ ମନେରହିଥାଏ। କମ୍‌ ବ୍ରେକ୍‌ଫାଷ୍ଟ କରୁଥିବା ପିଲାଙ୍କ ତୁଳନାରେ ଅଧିକ ବ୍ରେକ୍‌ଫାଷ୍ଟ କରୁଥିବା ପିଲାଙ୍କ ଅଧ୍ୟୟନ ଭଲ ଓ ସେମାନେ ଅପେକ୍ଷାକୃତ ଅଧିକ ମାର୍କ ରଖାଥାନ୍ତି ବୋଲି କୁହାଯାଇଛିି। ବହୁ ଗବେଷଣା ପରେ ଏହି ତଥ୍ୟ ପଦାକୁ ଆସିଥିଲେ ହେଁ ପିଲାଙ୍କ ଖାଦ୍ୟପେୟ ଉପରେ ପିତାମାତାମାନେ ଗୁରୁତ୍ୱ ଦେଉ ନ ଥିବା କିମ୍ବା ଅବହେଳା ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ଏନେଇ ଜର୍ନାଲ ଫ୍ରଣ୍ଟିୟର୍ସ ଇନ୍‌ ପବ୍ଲିକ ହେଲ୍ଥ, ରିସର୍ଚ୍ଚର୍ସ ଫ୍ରମ୍‌ ୟୁନିଭର୍ସିଟି ଅଫ୍‌ ଲିଡ୍ସ ପକ୍ଷରୁ ଦର୍ଶାଯାଇଛି। ସକାଳୁ ପିଲାମାନେ ପ୍ରଚୁର ପରିମାଣର ଖାଦ୍ୟ ଖାଇବା ଦ୍ୱାରା ମନ ସତେଜ୍‌ ରହିଥାଏ। ପାଠ ପଢ଼ିବା ଓ ମନେରଖିବା ଲାଗି ଏହା ଆଗ୍ରହ ସୃଷ୍ଟି କରିଥାଏ। କମ୍‌ ଖାଇବା ଦ୍ୱାରା କୁପୋଷଣର ଶିକାର ହୋଇ ମାନସିକ ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ରହିଛି। ୨୯୪ ସ୍କୁଲ, କଲେଜ୍‌ ପିଲାଙ୍କ କ୍ଷେତ୍ରରେ ଏହା ପରୀକ୍ଷା କରାଯାଇଥିବାବେଳେ ବ୍ରେକ୍‌ଫାଷ୍ଟ କମ କରୁଥିବା ପିଲା କମ୍‌ ମାର୍କ ରଖୁଥିବା ଜଣାପଡ଼ିଛି। ୨୦୧୯ର ବ୍ରିଟେନ ଡାଟା କହୁଛି ୧୬% ପିଲା ବ୍ରେକ୍‌ଫାଷ୍ଟ ମିସ୍‌ କରନ୍ତି। ତେଣୁ ସେମାନଙ୍କ ମାନସିକ ସ୍ଥିତି ଓ ପାଠ ପଢ଼ିବାର ଆଗ୍ରହ କମିଥିବା ଜଣାପଡ଼ିଛି। ପାଠପଢ଼ିବା ଲାଗି ପିଲାମାନେ ପେଟପୂରା ଖାଇବା ଓ ମାନସିକ ଭାବେ ସୁସ୍ଥ ରହିବା ଏକାନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri