ବିଶ୍ୱ ଟେଲିଭିଜନ ଦିବସ

ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ କରି ବିଶ୍ୱରେ ସବୁ ଦେଶ ମଧ୍ୟରେ ଟେଲିଭିଜନ କାର୍ଯ୍ୟକ୍ରମର ଆଦାନପ୍ରଦାନକୂୁ ପ୍ରୋତ୍ସାହିତ କରିବା ସହ ଏହା ମାଧ୍ୟମରେ କିପରି ବିଶ୍ୱରେ ଅର୍ଥନୀତି, ସୁରକ୍ଷା, ଶାନ୍ତି ,ସାମାଜିକ ବିକାଶ ଓ ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେଇ ହେବ ତା’ ଉପରେ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରିଥିଲା। ସେବେଠାରୁ ଟେଲିଭିଜନ ଦିବସରେ ଏହିସବୁ ଲକ୍ଷ୍ୟପୂରଣ କରିବାରେ ଟେଲିଭିଜନ କେତେ ସକ୍ଷମ ହୋଇପାରିଛି ତା’ର ସମୀକ୍ଷା କରାଯାଉଛି। ଟେଲିଭିଜନ ଶିକ୍ଷାରେ ଉନ୍ନତି ଆଣିବା ସହ ସମାଜର ବିଭିନ୍ନ ସମସ୍ୟା ଓ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିପାରୁଛି। ଟେଲିଭିଜନ ଏକ ପ୍ରଭାବଶାଳୀ ମାଧ୍ୟମ ଯାହା ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ କରିବାରେ ମୁଖ୍ୟ ଭୂମିକା ନିଭାଉଛି। ସାଂସ୍କୃତିକ ବିଭେଦତାକୁ ହ୍ରାସ କରିପାରୁଛି। ବିଶ୍ୱରେ ଯେଉଁ ସମସ୍ୟା ଲୋକମାନଙ୍କୁ ବେଶି ପ୍ରଭାବିତ କରୁଛି ତାହାକୁ ଟେଲିଭିଜନ ଦ୍ୱାରା କିପରି ଦୂର କରାଯାଇପାରିବ ତାହା ଏହି ଦିବସର ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି। ସମାଜ ଉପରେ ପ୍ରଭାବ ପକାଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ନିରପେକ୍ଷ ମତ ବା ଖବର ପରିବେଷଣ କରି ସେଥିରେ ସୁଧାର ଆଣିବାରେ ଟେଲିଭିଜନ ମିଡିଆକୁ ସରକାର,ଅନୁଷ୍ଠାନ ତଥା ବ୍ୟକ୍ତିମାନେ ସମର୍ଥନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ରିଣ୍ଟ୍‌, ଅନ୍‌ଲାଇନ, ବ୍ରଡ୍‌କାଷ୍ଟ ମିଡିଆରେ ଏହି ଦିବସ ସମ୍ପର୍କରେ ପ୍ରକାଶ ପାଏ। ରେଡିଓରେ ଏହି ଦିବସ ସମ୍ବନ୍ଧରେ ତଥ୍ୟ ପରିବେଷଣ କରାଯାଏ। ବ୍ଲଗର୍ସମାନେ ବି ଏହା ବିଷୟରେ ମତାମତ ଦେଇଥାନ୍ତି। ଶିକ୍ଷାନୁଷ୍ଠାନଗୁଡିକରେ ବି ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ବକ୍ତାମାନଙ୍କୁ ଆମନ୍ତ୍ରଣ କରାଯାଏ ଓ ଟେଲିଭିଜନ କିପରି ସାମାଜିକ ବିଭେଦତା ଏବଂ ବୁଝାମଣାରେ ବିକାଶ ଆଣି ପାରିଛି ତାହା ଉପରେ ଆଲୋଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri