ଅନ୍ତର୍ଜାତୀୟ

କରୋନାକୁ ହରାଇ ଘରକୁ ଫେରିଲେ ବୋରିସ୍‌ ଜନସନ୍‌: କିଛି ଦିନ ବିଶ୍ରାମ ପରେ କାର୍ଯ୍ୟରେ ଦେବେ ଯୋଗ

ଲଣ୍ଡନ,୧୨।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାକୁ ପରାଜିତ କରି ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। କିଛି ଦିନ ବିଶ୍ରାମ ପରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି। ୫୫ ବର୍ଷ ବୟସ୍କ ବୋରିସ୍‌ଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ…

ଆମାଜନ୍‌ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ

ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ ଏପ୍ରିଲ୍‌ ୩ରେ ଜ୍ୱର ହେବା ସହିତ ମୁଣ୍ଡବିନ୍ଧା, ଗଳାରେ…

ଲକ୍‌ଡାଉନ ଖୋଲିବା ପରେ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ଲାଗିଲା ଲମ୍ବା ଲାଇନ୍‌ !

ବେଜିଂ,୧୨।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଚାଇନାର ଉହାନ ସହରରେ ଲାଗିଥିବା ୭୮ ଦିନିଆ ଲକ୍‌ଡାଉନ୍‌ ଏବେ ଶେଷ ହୋଇଛି। ଏହାପରେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ସହ ସହର ବଜାର ସବୁ ଖୋଲାଥିବା ଦେଖିବାକୁ ମିଳିଛି। ଚାଇନା ସରକାରଙ୍କ…

କରୋନାକୁ ଜିତିଲେ ୯୩ ବର୍ଷର ବୃଦ୍ଧା !

ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍‌ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ ଏବେ ଏଠାରୁ ଆସିଛି ଏକ ଖୁସି ଖବର। ତୁର୍କୀର ୯୩ ବର୍ଷର ବୃଦ୍ଧା ଏଲି…

ନେପାଳରେ ଥିବା ୩ ଭାରତୀୟ କରୋନାରେ ସଂକ୍ରମିତ

ବିରଗୁଞ୍ଜ,୧୨।୪: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍‌ରେ ଟେଷ୍ଟ କରାଯିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏହାପରେ ଏମାନଙ୍କର…

କେତେ ସଫଳ ହେବ ଆଣ୍ଟିବଡି ପରୀକ୍ଷା

ଓ୍ବାଶିଂଟନ,୧୨।୪: କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଅଧିକାଂଶ ଦେଶ ଲକ୍‌ଡାଉନ ରହିଛି। କେବେ ଜୀବନଯାତ୍ରା ସ୍ବାଭାବିକ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏବେ ବଡ଼ ପ୍ରଶ୍ନ ଉଠୁଛି, ଆମେରିକୀୟମାନେ କେବେ ଓ…

ଆମେରିକାରେ ୪୦ ଭାରତୀୟଙ୍କ ମୃତ୍ୟୁ ହେଲାଣି

ଓ୍ବାଶିଂଟନ,୧୨।୪: ଆମେରିକା କୋଭିଡ୍‌-୧୯ ସଂକ୍ରମଣର ବିଶ୍ୱ ହଟ୍‌ସ୍ପଟରେ ପରିଣତ ହୋଇଛି। ଏଠାରେ କରୋନା ସଂକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ ତଥା ଭାରତୀୟ-ଆମେରିକୀୟଙ୍କର ମୃତ୍ୟୁ ଘଟିଲାଣି। ଏହି ଘାତକ ଭୂତାଣୁ ଦ୍ୱାରା ସେଠାରେ ୧୫୦୦ରୁ ଅଧିକ ଭାରତୀୟ ସଂକ୍ରମିତ ହୋଇଥିବା ଜଣାପଡିଛି।…

ଭେଣ୍ଟିଲେଟର ଯୋଗାଣ ବିଳମ୍ବରୁ ଚାଇନାରେ ବଢ଼ିଥିଲା ମୃତ୍ୟୁସଂଖ୍ୟା

ବେଜିଂ,୧୨।୪(ପି.ଟି.): ଚାଇନାରେ ଉପଯୁକ୍ତ ସମୟରେ ଯଥେଷ୍ଟ ଭେଣ୍ଟିଲେଟର ଯୋଗାଣ ହୋଇଥିଲେ କରୋନାଜନିତ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇ ପାରିଥାନ୍ତା ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ସେଠାରେ କରୋନାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି ସେଥିରୁ ୨୦ ପ୍ରତିଶତଙ୍କୁ ଯାନ୍ତ୍ରିକ ଭେଣ୍ଟିଲେଟର ଓ ରେସ୍ପିରେଟୋରି…

କରୋନା ସହ ଲଢ଼େଇ ପାଇଁ ଅଣ୍ଟାଭିଡ଼ା: ତୁର୍କୀର ୩୧ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ

ଆଙ୍କରା,୧୧।୪: କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ ରାଜଧାନୀ ଆଙ୍କରା, ଆଦନା, ଅନ୍ତାଲ୍ୟା, ଆୟାଦିନ୍‌, ବାଲିକସିର୍‌, ବୁର୍ସା, ଡେନିଜିଲ୍‌ ଆଦି ସହର ରହିଛି।…

କରୋନାରୁ ଦୂରେଇ ରଖିବାକୁ ନବଜାତକଙ୍କ ପାଇଁ ରକ୍ଷାକବଚ ତିଆରି କଲା ଥାଇଲାଣ୍ଡ ହସ୍ପିଟାଲ

ବ୍ୟାଂକକ,୧୧।୪: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ ଦେଖି ଏବେ ସମସ୍ତେ ବେଶ୍‌ ସଚେତନ ହୋଇଯାଇଛନ୍ତି। ତେବେ ଥାଇଲାଣ୍ଡର କିଛି ହସ୍ପିଟାଲରେ ନବଜାତକଙ୍କୁ…

ରାଷ୍ଟ୍ରପତି ଭବନର ୨୦ କର୍ମଚାରୀ କରୋନା ପଜିଟିଭ୍‌: ଟେଷ୍ଟ୍‌ କିଟ୍‌ର ଅଭାବ ଯୋଗୁ ଆଫଗାନିସ୍ତାନରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

କାବୁଲ,୧୧।୪: କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ରାଷ୍ଟ୍ରପତିଭବନର ୨୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା କୁହାଯାଉଛି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ କ୍ୱାରାଣ୍ଟାଇନ୍‌ରେ…

ସୁସ୍ଥ ହେଲା ପରେ ବି ରିପୋର୍ଟ କିପରି ଆସୁଛି କରୋନା ପଜିଟିଭ୍‌ !

ଲଣ୍ଡନ/ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ରିପୋର୍ଟ ପଜିଟିଭ ଆସୁଛି। ଏହାକୁ ନେଇ କରୋନା ଭଲ ହେଉଛି କି ନାହିଁ ସେ ନେଇ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?