ଅନ୍ତର୍ଜାତୀୟ

ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭିଏତ୍‌ନାମ୍‌ ଡ୍ୟାନ୍ସର କ୍ୱାଙ୍ଗ୍‌ ଏବଂ ଆଫଙ୍ଗ୍‌ ଲୋକଙ୍କୁ ହାତ ଧୋଇବା ଲାଗି ଗୀତ…

ମନୁଷ୍ୟଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ

ହଂକଂ,୫।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି। ଏମିତିକି ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏବେ କରୋନା ଭାଇରସ କବଳକୁ ଚାଲି ଆସିଛି। ତେବେ ହଂକଂରେ ପ୍ରଥମ କରି ଗୋଟିଏ କୁକୁର କରୋନା…

ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି। ସେ ତାଙ୍କ ଦେଶର ପ୍ରତି ମହିଳାଙ୍କୁ ଅତି କମ୍‌ରେ ୬ ସନ୍ତାନ…

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁଭି ଲାଇଟ୍‌ ରହିଛି। ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ…

ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍‌ ଦୁଗ୍ଧଜାତ ଖାଦ୍ୟ

ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରେ ଛେନା, ଦହି, ଲହୁଣୀ ସହିତ ଅନ୍ୟ ଖାଦ୍ୟ ମଧ୍ୟ ରହିଛି। ସ୍ଥାନୀୟ ମୈଡ଼ିସନ୍‌…

ନମସ୍ତେ କହି ଅଭିବାଦନ କଲେ କରୋନାଠାରୁ ରହିହେବ ଦୂରେଇ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୫।୩: ପୃଥିବି ସାରା କରୋନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୯୦,୦୦୦ରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିବାବେଳେ ୩,୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟି ସାରିଲାଣି। ଏଥିରୁ ଦୂରେଇ ରହିବା ଲାଗି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାବିନ୍‌ ନେତାନ୍ୟାହୁଙ୍କ ମନ୍ତବ୍ୟ ନେଇ…

ଦୌଡ଼ରୁ ଓହରିଲେ ବ୍ଲୁମ୍‌ବର୍ଗ

ଓ୍ବାଶିଂଟନ,୫ା୩: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ଦିଷ୍ଟ ଡେମୋକ୍ରାଟିକ୍‌ ପ୍ରାଇମେରି ପ୍ରସେସ୍‌ ‘ସୁପର ଟ୍ୟୁଜ୍‌ଡେ’ ଦୁର୍ବଳ ପ୍ରଦର୍ଶନ ପରେ ଦୌଡ଼ରୁ ଓହରିଯାଇଛନ୍ତି ବିଲିଅନାରି ବିଜନେସମ୍ୟାନ୍‌ ମାଇକ୍‌ ବ୍ଲୁମ୍‌ବର୍ଗ। ସେ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଯିବା ସହ ବର୍ତ୍ତମାନ ଦୌଡ଼ରେ ଆଗୁଆ ଥିବା…

ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ କରିଥାଏ…

୪୮ଘଣ୍ଟାର ଶାନ୍ତି ଚୁକ୍ତି ଗଲା ଫସର ଫାଟି: ତାଲିବାନ ଶିବିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌

ଓ୍ବାଶିଂଟନ,୪।୩: ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ବି ରହି ପାରିନି। ଏହା ଫସର ଫାଟି ଯାଇଛି। ଚୁକ୍ତି ପରେ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନ ଆକ୍ରମଣ ଜାରି ରଖିବାରୁ ଆମେରିକା ମିତ୍ର…

ମୁଲ୍ଲାଙ୍କୁ ଫୋନ୍‌ କଲେ ଟ୍ରମ୍ପ୍‌: କଏଦୀଙ୍କ ମୁକ୍ତି ନେଇ ଏବେ ବି ସନ୍ଦେହ !

ଓ୍ବାଶିଂଟନ,୪।୩: ତାଲିବାନ ମୁଖ୍ୟ ମୁଲ୍ଲା ବରଦାରଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା ହୋଇଛି। ଜଣେ ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କ ସହିତ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନାକୁ ପ୍ରଥମ ଥର ପାଇଁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।…

କରୋନା ଭୟ: ୫୪ ହଜାର କଏଦୀଙ୍କୁ ମୁକ୍ତ କଲା ଇରାନ

ତେହେରାନ୍‌,୪।୩ : କରୋନା ଆତଙ୍କରେ ଇରାନ ସରକାର ଆତଙ୍କିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୨୩ ସାଂସଦଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇସାରିଛି। ସୁରକ୍ଷା ଦୃଷ୍ଟିରୁ ସରକାର ୫୪ ହଜାର କଏଦୀଙ୍କୁ ମୁକ୍ତ କରିଛନ୍ତି। ତେବେ ୫ ବର୍ଷରୁ କମ ସମୟ ଜେଲରେ ବିତାଇଥିବା…

ଆଫଗାନ ସେନା ଘାଟିକୁ ତାଲିବାନର ଟାର୍ଗେଟ

କାବୁଲ,୪ା୩(ଏଏଫ୍‌ପି): ଆଫଗାନିସ୍ତାନର ସେନା ଘାଟି ଉପରେ ତାଲିବାନ ପକ୍ଷରୁ ଏକାଧିକ ଆକ୍ରମଣ କରାଯାଇଛି। ଫଳରେ ଆମେରିକା-ଆଫଗାନିସ୍ତାନ ଶାନ୍ତି ଆଲୋଚନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋମବାର ରାତିରେ ଆଫଗାନିସ୍ତାନର ୧୩ଟି ସ୍ଥାନରେ ଥିବା ସେନା ଘାଟି ଉପରେ ତାଲିବାନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?