ସୁସ୍ଥ ହେଲା ପରେ ବି ରିପୋର୍ଟ କିପରି ଆସୁଛି କରୋନା ପଜିଟିଭ୍‌ !

ଲଣ୍ଡନ/ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ରିପୋର୍ଟ ପଜିଟିଭ ଆସୁଛି। ଏହାକୁ ନେଇ କରୋନା ଭଲ ହେଉଛି କି ନାହିଁ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବାୟୋଲୋଜିଷ୍ଟ ଡ. ବିନିତ୍‌ ମେନାଞ୍ଚରିଙ୍କ ଅନୁସାରେ କରୋନାରୁ ସୁସ୍ଥ ହେବା ପୂର୍ବରୁ କରାଯାଉଥିବା ରିପୋର୍ଟରେ ଯଦି ନେଗେଟିଭ୍‌ ଆସୁଛି ମାତ୍ର ପରେ ଏହା ପଜିଟିଭ୍‌ ଆସୁଛି। ଏଥିରୁ ଜାଣିଯିବା ଆବଶ୍ୟକ ଯେ ପୁରୁଣା ରିପୋର୍ଟ ଭୁଲ୍‌ ଥିଲା। କାରଣ ସଂକ୍ରମିତଙ୍କ ଶରୀରରେ ୭ରୁ ୧୦ ଦିନ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡ଼ି ତିଆରି ହେବା ଆରମ୍ଭ ହୋଇଥାଏ। ତେଣୁ ସୁସ୍ଥ ହୋଇଥିବା ଲୋକଙ୍କ ରିପୋର୍ଟ ପଜିଟିଭ ଆସିବା କଥା। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେବେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ଏହା ନିର୍ଭର କରେ। ଆଣ୍ଟିବଡ଼ିର ଉପସ୍ଥିତି ଯୋଗୁ ବେଳେବେଳେ ସୁସ୍ଥ ବ୍ୟକ୍ତିଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସୁଥିବା ମେନାଞ୍ଚରି କହିଛନ୍ତି। ଅପରପକ୍ଷରେ ହଂକଂ ବିଶ୍ୱବିଦ୍ୟାଳୟର ରେସ୍ପେଟୋରୀ ମେଡିସିନ୍‌ ବିଶେଷଜ୍ଞ ପ୍ରଫେସର ଡେଭିଡ୍‌ ହୁଇଙ୍କ ଅନୁସାରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ କରୋନା ଆର୍‌ଏନ୍‌ଏ କିଛି ମାତ୍ରାରେ ରହିଥାଏ। ମାତ୍ର ଏହା ଯୋଗୁ ସଂକ୍ରମଣ ହେବାର ଆଶଙ୍କା ନ ଥାଏ। ଆର୍‌ଏନ୍‌ଏ ଥିବାରୁ ହୁଏତ ରିପୋର୍ଟ ପଜିଟିଭ୍‌ ଆସୁଥିବାର ସେ ଅନୁମାନ କରିଛନ୍ତି। କିନ୍ତୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଥାଏ। ମାଙ୍କଡ଼ଙ୍କ କ୍ଷେତ୍ରରେ ହୋଇଥିବା ପ୍ରୟୋଗ ଏହା ଜଣାପଡ଼ିଛି। କିଛି ସୁସ୍ଥ ମାଙ୍କଡ଼ଙ୍କଠାରେ ପୁଣିଥରେ ସଂକ୍ରମଣ ହୋଇଥିବା ହୁଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri