ସୁସ୍ଥ ହେଲା ପରେ ବି ରିପୋର୍ଟ କିପରି ଆସୁଛି କରୋନା ପଜିଟିଭ୍‌ !

ଲଣ୍ଡନ/ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ରିପୋର୍ଟ ପଜିଟିଭ ଆସୁଛି। ଏହାକୁ ନେଇ କରୋନା ଭଲ ହେଉଛି କି ନାହିଁ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବାୟୋଲୋଜିଷ୍ଟ ଡ. ବିନିତ୍‌ ମେନାଞ୍ଚରିଙ୍କ ଅନୁସାରେ କରୋନାରୁ ସୁସ୍ଥ ହେବା ପୂର୍ବରୁ କରାଯାଉଥିବା ରିପୋର୍ଟରେ ଯଦି ନେଗେଟିଭ୍‌ ଆସୁଛି ମାତ୍ର ପରେ ଏହା ପଜିଟିଭ୍‌ ଆସୁଛି। ଏଥିରୁ ଜାଣିଯିବା ଆବଶ୍ୟକ ଯେ ପୁରୁଣା ରିପୋର୍ଟ ଭୁଲ୍‌ ଥିଲା। କାରଣ ସଂକ୍ରମିତଙ୍କ ଶରୀରରେ ୭ରୁ ୧୦ ଦିନ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡ଼ି ତିଆରି ହେବା ଆରମ୍ଭ ହୋଇଥାଏ। ତେଣୁ ସୁସ୍ଥ ହୋଇଥିବା ଲୋକଙ୍କ ରିପୋର୍ଟ ପଜିଟିଭ ଆସିବା କଥା। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେବେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ଏହା ନିର୍ଭର କରେ। ଆଣ୍ଟିବଡ଼ିର ଉପସ୍ଥିତି ଯୋଗୁ ବେଳେବେଳେ ସୁସ୍ଥ ବ୍ୟକ୍ତିଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସୁଥିବା ମେନାଞ୍ଚରି କହିଛନ୍ତି। ଅପରପକ୍ଷରେ ହଂକଂ ବିଶ୍ୱବିଦ୍ୟାଳୟର ରେସ୍ପେଟୋରୀ ମେଡିସିନ୍‌ ବିଶେଷଜ୍ଞ ପ୍ରଫେସର ଡେଭିଡ୍‌ ହୁଇଙ୍କ ଅନୁସାରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ କରୋନା ଆର୍‌ଏନ୍‌ଏ କିଛି ମାତ୍ରାରେ ରହିଥାଏ। ମାତ୍ର ଏହା ଯୋଗୁ ସଂକ୍ରମଣ ହେବାର ଆଶଙ୍କା ନ ଥାଏ। ଆର୍‌ଏନ୍‌ଏ ଥିବାରୁ ହୁଏତ ରିପୋର୍ଟ ପଜିଟିଭ୍‌ ଆସୁଥିବାର ସେ ଅନୁମାନ କରିଛନ୍ତି। କିନ୍ତୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଥାଏ। ମାଙ୍କଡ଼ଙ୍କ କ୍ଷେତ୍ରରେ ହୋଇଥିବା ପ୍ରୟୋଗ ଏହା ଜଣାପଡ଼ିଛି। କିଛି ସୁସ୍ଥ ମାଙ୍କଡ଼ଙ୍କଠାରେ ପୁଣିଥରେ ସଂକ୍ରମଣ ହୋଇଥିବା ହୁଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri