କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!
ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ, ଦେଶରେ ପ୍ରବେଶ ସମୟରେ କେହି ଯଦି ସ୍ବାସ୍ଥ୍ୟ ସମ୍ପର୍କିତ…
କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ
ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ ଏହାର ସଠିକ୍ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ସାରା ବିଶ୍ୱ ପାଇଁ…
କରୋନା ଭାଇରସକୁ ହରାଇଲେ ଶତାୟୁ
ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା କହିଛି ଚାଇନା ଗଣମାଧ୍ୟମ। ସିନୁହା ନ୍ୟୁଜର…
ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଘନି
କାବୁଲ,୯।୩: ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର ଶପଥ ନେଇଛନ୍ତି ଅଶରଫ ଘନି। କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ସୋମବାର ଘନି ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ଡେନମାର୍କ, ନରଓ୍ବେ ଆଦିର ରାଷ୍ଟ୍ରଦୂତମାନେ ଯୋଗ…
ପାକିସ୍ତାନରେ ଚିହ୍ନଟ ହେଲେ ୭ କରୋନା ଭାଇରସ ରୋଗୀ
ଇସ୍ଲାମାବାଦ,୯।୩: ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ରବିବାର ଟୁଇଟ୍ କରି ଜଣାଇଛନ୍ତି କି ଏବେସୁଦ୍ଧା ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର କରାଚିରେ ଜଣେ ବ୍ୟକ୍ତି କୋଭିଡ-୧୯ ପଜିଟିଭ ମିଳିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଥିବା…
ଖୋଜା ଚାଲିଛି କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ!
ବେଜିଂ,୯।୩: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏବେ ଚାଇନା କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତି ବା ଜିରୋ ପେସେଣ୍ଟଙ୍କୁ ଖୋଜୁଥିବା ଜଣାପଡିଛି। ଭାଇରସ ବା ବ୍ୟାକ୍ଟେରିଆରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ ଜିରୋ ପେସେଣ୍ଟ ବୋଲି କୁହାଯାଇଥାଏ।…
ପୁରୁଷଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅଧିକ: ରିପୋର୍ଟ !
ବେଜିଂ, ୯।୩: କରୋନା ସଂକ୍ରମଣ ଯୋଗୁ ପୃଥିବୀର ୧୦୧ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକ ପୁରୁଷ ରହିଥିବା ବେଳେ ଛୋଟ ପିଲା ଏବଂ ମହିଳାଙ୍କ…
ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ
ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା। ଆମେରିକା ମେଟାଲ କମ୍ପାନୀର ମାଲିକ ରୁଥ୍ ହ୍ୟାଣ୍ଡଲର ଛୋଟପିଲାଙ୍କ ପାଇଁ ଏହି ଖେଳନା ତିଆରି…
ନିର୍ବାଚନ ପୂର୍ବରୁ ଜଳିଗଲା ୫୦ ହଜାର ଭୋଟିଂ ମେଶିନ
କାରାକାସ,୯।୩: ଭେନେଜୁଏଲାର ନିର୍ବାଚନ ପରିଷଦ ରବିବାର କହିଛନ୍ତି ରାଜଧାନୀ କାରାକାସରେ ଥିବା ଏକ ଗୋଦାମରେ ନିଆଁ ଲାଗିବା ଫଳରେ ଷ୍ଟୋରରେ ଥିବା ଅଧିକାଂଶ ଭୋଟିଂ ମେଶିନ ନଷ୍ଟ ହୋଇଯାଇଛି। ଭେନେଜୁଏଲାରେ ଆଗକୁ ଥିବା ନିର୍ବାଚନ ପାଇଁ ଏହା ଏକ ସମସ୍ୟା ହେଲା…
‘ସୌଦି ରାଜା ମୃତ କିମ୍ବା ମୃତ୍ୟୁଶଯ୍ୟାରେ’
ରିୟାଧ,୯ା୩(ଆଇଏଏନ୍ଏସ୍): ସୌଦି ଆରବରେ ବିଦ୍ରୋହ ଉଦ୍ୟମ ଅଭିଯୋଗରେ ରାଜ ପରିବାରର ୩ ଜଣଙ୍କୁ ଅଟକ ରଖାଯିବା ପରେ ୮୪ ବର୍ଷୀୟ ରାଜାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫଳରେ ରବିବାର ରାଜା ସଲ୍ମାନଙ୍କ ଫଟୋ ଛଡ଼ାଯାଇଛି। ଫଟୋରେ ରାଜା ୟୁକ୍ରେନ…
କରୋନା ମୁକାବିଲା ପାଇଁ ଡବ୍ଲୁଏଚ୍ଓକୁ ୨୦ ନିୟୁତ ଡଲାର ସହାୟତା ଦେବ ଚାଇନା
ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ)କୁ ୨୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି। ଧୀରେଧୀରେ କରୋନା ବ୍ୟାପୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଏନେଇ…
ଚାଇନାରେ କାହିଁକି କମୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା
ବେଜିଂ,୮।୩: ଚାଇନାରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଏବେ କଡ ଲେଉଟାଇଛି। ଗୋଟିଏ ଦିନରେ ଏଠାରେ ହଜାର ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୦୦ରୁ ବି କମ୍ ହୋଇଯାଇଛି। ସାରା ବିଶ୍ୱରେ…
Archives


