ଦକ୍ଷିଣକୋରିଆ ଉପରେ ଆକ୍ରମଣ ପାଇଁ ଧମକ ଦେଲେ କିମ୍ଙ୍କ ଭଉଣୀ
ସିଓଲ, ୧୪।୬: ଦକ୍ଷିଣକୋରିଆ ଉପରେ ଆକ୍ରମଣ କରିବା ଲାଗି ଉତ୍ତରକୋରିଆ କହିଛି। ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ୍ ଏନେଇ ଦକ୍ଷିଣକୋରିଆକୁ ଧମକ ଦେଇଛନ୍ତି। କାସେଙ୍ଗ୍ ସହରରେ ଥିବା କାର୍ଯ୍ୟାଳୟକୁ ଶୀଘ୍ର ବନ୍ଦ କରାଯିବ…
ଚାଇନାକୁ ପୁଣି ଫେରିଲା କରୋନା: ଜିନଫାଦି ବଜାର ହେଲା ବନ୍ଦ
ବେଜିଂ, ୧୪।୬: କରୋନା ସଂକ୍ରମଣ ପୁଣି ଥରେ ଚାଇନାକୁ ଫେରିଛି। ବେଜିଂରେ ୫୩ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଠାକାର ବୃହତ ସମୁଦ୍ରଜାତ ଖାଦ୍ୟ ପଦାର୍ଥ ବଜାର ଜିନଫାଦିକୁ ସାମୟିକ ଭାବେ ବନ୍ଦ କରିବା ଲାଗି…
ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳିକରି ହତ୍ୟା କଲେ ପୋଲିସ ଅଧିକାରୀ
ଆଟଲାଣ୍ଟା, ୧୪।୬: ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗିରଫ କରିବା ସମୟରେ ଗୁଳି କରାଯାଇଥିବା କୁହାଯାଉଛି। ଆଟଲାଣ୍ଟା ଜର୍ଜିଆରେ ୨୭ ବର୍ଷ ବୟସ୍କ ରେଶାର୍ଡ ବ୍ରୁକସ୍ ପାର୍କିଂସ୍ଥଳରେ ନିଜ କାରରେ ଶୋଇଥିଲେ।…
ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ
କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଥିଲା। ପୂର୍ବରୁ ନେପାଳ କ୍ୟାବିନେଟ ଅନୁମୋଦନ କରିଥିବା ନୂଆ ମାନଚିତ୍ରରେ ଭାରତର ୩ଟି ଅଞ୍ଚଳ…
୫ ଦଶନ୍ଧି ଧରି କମୁଛି ବର୍ଷା
ବେଜିଂ/ନୂଆଦିଲ୍ଲୀ, ୧୪ା୬: କୃଷି ପ୍ରଧାନ ଦେଶ ଭାରତରେ ଚାଷକାର୍ଯ୍ୟ ଲାଗି ବିଶେଷତଃ ବର୍ଷା ଉପରେ କୃଷକମାନେ ନିର୍ଭର କରିଥାନ୍ତି। କିନ୍ତୁ ବିଗତ ୫ ଦଶନ୍ଧି ଧରି ବର୍ଷାର ପରିମାଣ କମିବାରେ ଲାଗିଛି। ୫୦ ବର୍ଷ ମଧ୍ୟରେ ବର୍ଷାର ପରିମାଣ କମିବା ଓ…
ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ
ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ ପିଢ଼ି ପାଇଁ ଭଲ ପରିବେଶ ଦେବାକୁ ସକ୍ଷମ, ତାହାର ସମ୍ଭାବନା ଏଥିରୁ ସ୍ପଷ୍ଟ ହୋଇଥିଲା।…
କରୋନାର ସତ୍ୟତା କହିବାକୁ ଯାଉଥିବା ଡାକ୍ତରଙ୍କର ସଂକ୍ରମଣରେ ହୋଇଥିଲା ମୃତ୍ୟୁ: ପତ୍ନୀ ଦେଲେ ଶେଷ ଉପହାର
ଉହାନ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ଚିନ୍ତାକୁ ବଢାଇବାରେ ଲାଗିଛି। ଏହି ମହାମାରୀର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା ଚାଇନାର ୩୪ ବର୍ଷିୟ ଡାକ୍ତର ଲି ଓ୍ବେନଲିଆଙ୍ଗର ଶେଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଏ।…
ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍ଡାଉନ
ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର…
ବଙ୍କରକୁ ଫେରିଯାଅ
ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଥିଲେ। ଫଳରେ ଟ୍ରମ୍ପ୍ ଓ ସିଟଲ ମେୟରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଟ୍ରମ୍ପ୍ ନିଜ ବଙ୍କରକୁ…
କ୍ଷମା ମାଗିଲେ ଜେନେରାଲ ମିଲେ
ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ ଶେଷରେ କ୍ଷମା ମାଗିଛନ୍ତି। ଗତ ସପ୍ତାହରେ ହ୍ବାଇଟ୍ ହାଉସ୍ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ…
ରତନ ଲାଲ୍ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ
ଓ୍ବାଶିଂଟନ୍,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା କରାଯାଇଛି। ମୃତ୍ତିକା ସଂରକ୍ଷଣ ପାଇଁ ଗତ ପାଞ୍ଚ ଦଶନ୍ଧି ଧରି ସେ କରିଥିବା ଉଦ୍ୟମ…
ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା: ୪.୨୦ ଲକ୍ଷରୁ ଅଧିକ ମୃତ
ନୂଆଦିଲ୍ଲୀ,୧୨।୬: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର ୧୮୮ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି…
Archives


