୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର ଜଙ୍ଗଲକୁ ମାଡ଼ି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହାସହ ହଜାର ହଜାର ଘର ଜଳିପୋଡ଼ି ଧ୍ୱଂସ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ବ୍ୟାପିବାରୁ ରୋକିବା ପାଇଁ ଲଗାତର ଉଦ୍ୟମ ଚଳାଇଛନ୍ତି। ତେବେ ସପ୍ତାହାନ୍ତରେ ପାଣିପାଗ ବଦଳିଲେ ନିଆଁ ଆହୁରି ଦ୍ରୁତଗତିରେ ଅନ୍ୟ ଦିଗକୁ ବ୍ୟାପିବା ଆଶଙ୍କା କରାଯାଉଛି।
ସାନ୍‌ ଫ୍ରାନ୍‌ସିସ୍କୋ ଉପସାଗରୀୟ କ୍ଷେତ୍ରର ଦୁଇପଟେ ଲାଗିଥିବା ନିଆଁ ଆକାର ଦୃଷ୍ଟିରୁ କାଲିଫର୍ନିଆ ଇତିହାସରେ ବନାଗ୍ନିର ସବୁ ରେକର୍ଡ ଭାଙ୍ଗିଦେଇଛି। ଅଗଷ୍ଟ ୧୫ ପରଠାରୁ ୧୨,୦୦୦ରୁ ଅଧିକ ଥର ବଜ୍ରପାତ ହେଲାଣି। ଏଥିରେ ୫୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଛି। ରାଜ୍ୟର ସବୁଠୁ ପୁରୁଣା ପାର୍କ ରେଡ୍‌ଉଡ୍ସ ଜଳିଯାଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ ରାଜ୍ୟର ଦମକଳ ବାହିନୀର ଚିନ୍ତା ବଢ଼ିଯାଇଛି। ଏହି ଜରୁରୀ ସ୍ଥିତିରୁ ମୁକୁଳିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ସଂଘୀୟ ସହାୟତା ପ୍ରଦାନ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। କାଲିଫର୍ନିଆ ଗଭର୍ନର ଗୋବିନ ନ୍ୟୁଜୋମ୍‌ ଏକ ବିବୃତିରେ କହିଛନ୍ତି, ଏହି ଘୋଷଣା ସଙ୍କଟ ସମୟରେ ନିଆଁ ପ୍ରଭାବିତ କାଉଣ୍ଟିର ଲୋକଙ୍କୁ ଘର ଓ ଅନ୍ୟ ସାମାଜିକ ସେବା ଯୋଗାଇଦେବାରେ ସହାୟକ ହେବ। ପରିବର୍ତ୍ତନଶୀଳ ପାଣିପାଗ ଯୋଗୁ ନୂଆ ସ୍ଥାନଗୁଡ଼ିକରେ ନିଆଁ ଲାଗିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଓ ସ୍ଥାନୀୟ ଅଧିକାରୀମାନେ ବିପଜ୍ଜନକ କ୍ଷେତ୍ରର ନିବାସୀଙ୍କୁ କୌଣସି ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଇଛନ୍ତି। ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ହାଲୁକା ପବନ, ଥଣ୍ଡା ଓ ଆର୍ଦ୍ରତା ବୃଦ୍ଧି ରାତିରେ କାମ କରିବା ପାଇଁ ସେମାନଙ୍କୁ ସୁବିଧା ହୋଇଛି। କିନ୍ତୁ ଗରମ, ଶୁଷ୍କ ପାଗ, ଖୁବ୍‌ ଜୋର୍‌ରେ ପବନ ବହିବା ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଉଥିବାରୁ ସେମାନଙ୍କ ନିଆଁଲିଭା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ। ନ୍ୟାଶନାଲ ଓ୍ବେଦର ସର୍ଭିସେସ୍‌ ପକ୍ଷରୁ ରବିବାର ସକାଳୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଉପସାଗରୀୟ କ୍ଷେତ୍ର ଓ କେନ୍ଦ୍ରୀୟ ଉପକୂଳ ନିକଟରେ ଆହୁରି ଭୟଙ୍କର ନିଆଁ ଲାଗିବା ନେଇ ଚେତାବନୀ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍‌

ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍‌ ଗୃହୀତ କରିବାକୁ ଉଦ୍ୟମ...

ଚମତ୍କାରୀ ତେଲ ନେବାକୁ ଦଳାଚକଟା: ୨୦ ମୃତ

ମୋଶି,୨।୨: ଚମତ୍କାରୀ ତେଲ ନେବାକୁ ତାଞ୍ଜାନିଆରେ ହୋଇଥିବା ଦଳାଚକଟାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ

ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍‌...

ଚାଇନାକୁ ପୁଣି ଫେରିଲା କରୋନା: ଜିନଫାଦି ବଜାର ହେଲା ବନ୍ଦ

ବେଜିଂ, ୧୪।୬: କରୋନା ସଂକ୍ରମଣ ପୁଣି ଥରେ ଚାଇନାକୁ ଫେରିଛି। ବେଜିଂରେ ୫୩ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଠାକାର...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୭

ଇଜ୍‌ମିର୍‌ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍‌ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ...

ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍‌ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …

ଦାମାସ୍‌କସ୍‌, ୯।୨ : ସିରିଆ ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌...

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ...

Advertisement
Archives

Model This Week