ଚାଇନାର କ୍ଷତି କରିପାରିବ ନାହିଁ ଭାରତ

ବେଜିଂ,୨୮/୮:ଭାରତୀୟ ଅର୍ଥନୀତି ବହୁଳ ଭାବେ ଚାଇନା ଉପରେ ନିର୍ଭରଶୀଳ। ତେଣୁ ସୀମାରେ ଯେତେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର କ୍ଷତି କରିପାରିବ ନାହିଁ ବୋଲି ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି। ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଓ ଚାଇନା ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ କଣ୍ଟେମ୍ପୋରାରି ଇଣ୍ଟରନ୍ୟାଶନାଲ ରିଲେଶନ୍ସ (ସିଆଇସିଆଇଆର୍‌) ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା। ଅଗଷ୍ଟ ୧୭ରୁ ୨୦ ତାରିଖ ମଧ୍ୟରେ କରାଯାଇଥିବା ସର୍ଭେରେ ବେଜିଂ, ଉହାନ ଓ ସାଂଘାଇ ସମେତ ୧୦ ବଡ଼ ସହରରେ ଭାରତ-ଚାଇନା ସମ୍ପର୍କକୁ ନେଇ ୧,୯୬୦ଙ୍କୁ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ଭାରତର ଭାବମୂର୍ତ୍ତି, ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଉତ୍ତେଜନା, ଭାରତରେ ଚାଇନା ସାମଗ୍ରୀ ବର୍ଜନ, ଦ୍ୱିପାକ୍ଷିକ ସମ୍ପର୍କ ଓ ଆମେରିକାର ହସ୍ତକ୍ଷେପ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳିଥିଲା।
ସର୍ଭେରେ ସାମିଲ ଉତ୍ତରଦାତାଙ୍କ ମଧ୍ୟରୁ ୫୭% କହିଛନ୍ତି ଯେ, ଭାରତୀୟ ସେନା ଚାଇନା ପ୍ରତିପକ୍ଷ ପାଇଁ ବିପଦ ନୁହେଁ। ୪୯.୬ ପ୍ରତିଶତଙ୍କ ମତରେ ଭାରତୀୟ ଅର୍ଥନୀତି ଚାଇନା ଉପରେ ଅଧିକ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ବିସ୍ତୃତ ଜାତୀୟ ଶକ୍ତି କ୍ଷେତ୍ରରେ ଭାରତ ଚାଇନାକୁ ଟପିପାରିବ କି ବୋଲି ପ୍ରଶ୍ନ କରାଯାଇଥିଲା। ୫୪% ଉତ୍ତରଦାତା କହିଥିଲେ, ଏହା କେବେହେଲେ ସମ୍ଭବ ନୁହେଁ। ୧୦.୪ ପ୍ରତିଶତଙ୍କ ମତରେ ଚାଇନାକୁ ଅତିକ୍ରମ କରିବା ପାଇଁ ଭାରତକୁ ୧୦୦ ବର୍ଷ ଲାଗିପାରେ। ଶିଙ୍ଗହୁଆ ୟୁନିଭର୍ସିଟିର ଇଣ୍ଡିଆନ୍‌ ଷ୍ଟଡିଜ ସହକାରୀ ପ୍ରାଧ୍ୟାପକ ଶିଏ ଚାଓ କହିଛନ୍ତି, ୧୯୪୭ରେ ବ୍ରିଟିଶ୍‌ ଉପନିବେଶରୁ ଭାରତ ସ୍ବାଧୀନ ହୋଇଥିବାବେଳେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ୧୯୪୯ରେ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭିତ୍ତିଭୂମି ଓ ଅର୍ଥନୀତି ଦୃଷ୍ଟିରୁ ଚାଇନା ଅପେକ୍ଷା ଭାରତ ଅଧିକ ଉନ୍ନତ ଥିଲା। କିନ୍ତୁ ବର୍ତ୍ତମାନ ଭିତ୍ତିଭୂମି, ସହରୀକରଣ, ଆଧୁନିକୀକରଣ, ଶିକ୍ଷା, ଲୋକଙ୍କ ଜୀବିକା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସାମରିକ ଓ ଅର୍ଥନୀତି କ୍ଷେତ୍ରରେ ଭାରତ ତୁଳନାରେ ଚାଇନା ବହୁ ଆଗରେ ରହିଛି। ତେଣୁ ଅଧିକାଂଶ ଚାଇନା ନାଗରିକ ଭାରତକୁ ଦେଖିଲେ ନିଜକୁ ଉତ୍କର୍ଷ ଓ ଦୃଢ଼ ଆମତ୍ବିଶ୍ୱାସୀ ବିବେଚନା କରିଥାଆନ୍ତି। ଚାଇନାର ସାମରିକ
ବିଶେଷଜ୍ଞ ତଥା ଟିଭି କମେଣ୍ଟ୍ରେଟର ସୋଙ୍ଗ୍‌ ଝୋଙ୍ଗ୍‌ପିଙ୍ଗ କହିଛନ୍ତି, ଭାରତୀୟ ସେନାଠାରୁ ପିଏଲ୍‌ଏ ଅଧିକ ଶକ୍ତିଶାଳୀ। ଭାରତୀୟ ସେନାର କେତେକ ଭୁଲ୍‌ ଯୋଗୁ ବାରମ୍ବାର ସେମାନଙ୍କ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ବୁଡ଼ାଜାହାଜରେ ବିସ୍ଫୋରଣ ଘଟୁଛି। ସେହିପରି ଭାରତୀୟ ପ୍ରତିରକ୍ଷା ଶିଳ୍ପରେ ଦୁର୍ନୀତି ଚାଲିଛି। ଏହିସବୁ କାରଣକୁ ନେଇ ଚାଇନାବାସୀ ବିଶେଷକରି ସାମରିକ ତଥ୍ୟ ଉପରେ ଆଗ୍ରହ ରଖୁଥିବା ଲୋକେ ଭାରତୀୟ ସେନାକୁ ‘କେବଳ ଏକ ଉପହାସ’ ବୋଲି ବିବେଚନା କରନ୍ତି। କିନ୍ତୁ ଭାରତୀୟ ସେନାକୁ ନେଇ ଏହି ଧାରଣା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ପାକିସ୍ତାନ ସହ ସାମରିକ ସଂଘର୍ଷ ଲାଗିରହିଥିବାରୁ ଭାରତୀୟ ଯବାନଙ୍କଠାରେ ଅଧିକ ଯୁଦ୍ଧ ଅନୁଭୂତି ରହିଛି। ତେଣୁ ଭବିଷ୍ୟତରେ ଭାରତ ସହ ଆମେ ଯୁଦ୍ଧ କଲେ ଆମ ପ୍ରତିଦ୍ୱନ୍ଦ୍ୱୀକୁ ଉପହାସ କରିବା ପରିବର୍ତ୍ତେ ସମ୍ମାନ ଦେଇ ସେମାନଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ। କାରଣ ଥଟ୍ଟା ଆମ ସେନାକୁ ଯୁଦ୍ଧରେ ବିଜୟୀ କରିପାରିବ ନାହିଁ।
ଏଥିଯୋଗୁ ଚାଇନା ସରକାର ଭାରତର ଉତ୍ତେଜନାମୂଳକ ପଦକ୍ଷେପ ବିରୋଧରେ କଡ଼ା ପଦକ୍ଷେପ ନେବା ଉଚିତ ବୋଳି ୭୦.୫% ଚାଇନା ନାଗରିକ କହିଛନ୍ତି। ଭାରତ ପଟୁ ସୀମା ବିବାଦ ଆରମ୍ଭ କରାଗଲେ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସର୍ଭେରେ ସାମିଲ ହୋଇଥିବା ୮୯% ଉତ୍ତରଦାତା ମତ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦.୪% ଆମତ୍ରକ୍ଷା ଓ ଜବାବୀ ଆକ୍ରମଣ ପାଇଁ ଦୃଢ଼ ସମର୍ଥନ କରିଥିବାବେଳେ ୩୮% ଆଂଶିକ ଭାବେ ସମର୍ଥନ କରିଛନ୍ତି। ଭାରତ ଓ ଚାଇନା ଆଗରେ ସୀମା ବିବାଦକୁ ମୁଖ୍ୟ ପ୍ରତିବନ୍ଧକ ବୋଲି ୩୦% ଲୋକ କହିଛନ୍ତି। ସେମାନଙ୍କ ମଧ୍ୟରୁ ୨୪% ଆମେରିକାର ହସ୍ତକ୍ଷେପକୁ ପ୍ରତିବନ୍ଧକ ବୋଲି ଦାୟୀ କରିଥିବାବେଳେ ୧୦.୭% ଦୁଇଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ନାପସନ୍ଦ କରିଛନ୍ତି। ସେହିପରି ଚାଇନାକୁ ମୁକାବିଲା କରିବା ପାଇଁ ଭାରତ ଆମେରିକାକୁ ଅନୁସରଣ କରୁଥିବା ୬୬.୪% ଉତ୍ତରଦାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri