ଅନ୍ତର୍ଜାତୀୟ

୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା ସୁରକ୍ଷା (ସିବିପି) ଅଧିକାରୀ ଉଦ୍ଧାର କରିଛନ୍ତି। ଜଣଙ୍କ ବୟସ ୫ ବର୍ଷ ହୋଇଥିବାବେଳେ...

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌ ୫୦ ଫୁଟ ଉପରୁ ଏକ ବିରାଟ ପଥରଖଣ୍ଡ ଖସିଲା। ଫଳରେ ତାଙ୍କ କାର୍‌...

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ରହିଲା ନାହିଁ। ଫଳରେ ସେ ଫ୍ୟାକ୍ଟ୍ରିରେ ଥିବା...

ପ୍ରଥମ ଦେଶ ଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କଲା ରୁଷିଆ

ମସ୍କୋ,୧।୪: ଗତ ବର୍ଷ ଅଗଷ୍ଟରେ ରୁଷିଆ ବିଶ୍ୱରେ ପ୍ରଥମ କରୋନା ଟିକା ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ପୁଣି ଥରେ ପ୍ରଥମ ଦେଶଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିଛି ରୁଷିଆ। ରୁଷିଆରେ କୃଷି ସଂଗଠନ...

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ପ୍ୟାରିସ,୧।୪: ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ -୧୯ ସଂକ୍ରମଣର ବ୍ୟାପୁ ଥିବାରୁ ସ୍କୁଲଗୁଡ଼ିକୁ ତିନି...

୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ୧୦୦% ଫଳପ୍ରଦ

ବର୍ଲିନ,୧।୪: ବାୟୋଟେକ୍‌-ଫାଇଜର କମ୍ପାନୀ ପ୍ରସ୍ତୁତ କୋଭିଡ୍‌ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ବୁଧବାର ଦାବି କରାଯାଇଛି। ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଏହି କିଶୋର କିଶୋରୀଙ୍କୁ କୋଭିଡ୍‌ ଟିକା ଦେବା...

ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର ‘ମେଜର’ ହ୍ବାଇଟ୍‌ ହାଉସରେ ପୁଣି ଥରେ ଜଣେ ଲୋକଙ୍କୁ କାମୁଡ଼ିଛି। ନ୍ୟାଶନାଲ ପାର୍କ...

ଭାରତ ସହ ସମ୍ପର୍କ ସୁଦୃଢ ପାଇଁ ଆଗେଇ ଆସିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲମାବାଦ୍‌,୩୧।୩: ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି।ଦୁଇ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଟକି ରହିଥିବା ବାଣିଜ୍ୟକୁ ପୁନଃ ଆରମ୍ଭ କରିବାକୁ...

ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆଞ୍ଚୋରେଜ୍‌ର ଉତ୍ତରପୂର୍ବରେ ଥିବା କ୍ନିକ୍‌...

କମଲା ହାରିସ୍‌ ହୋଲି ଅବସରରେ କହିଲେ ଏପରି…

ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍‌ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ ଥିବା ମତଭେଦ ଭୁଲି ଏକାଠି ହେବା ଆବଶ୍ୟକ। ହୋଲିର ରଙ୍ଗ ଭଲ ପାଉଥିବା...

ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍‌ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ...

ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ ପେନସନ୍‌ ମିଳିବ। ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri