ଅନ୍ତର୍ଜାତୀୟ

ଛୁଟି ନେଇ ଚାଷ କର

କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ କରୁଛନ୍ତି। ଅତିରିକ୍ତ ଛୁଟି ନେଇ ସେମାନେ ନିଜ ବାଡ଼ି ବଗିଚାରେ ଚାଷ କରି ଫସଲ…

ଈଶ୍ୱର ଭିକ୍ଷାରେ ପାଣି ଦିଅନ୍ତୁ

ସାଣ୍ଟିଆଗୋ, ୧୫ା୬: ୨୦ ବର୍ଷ ତଳେ ମଧ୍ୟ-ଚିଲିର ଭାଲପାରାଇସୋ ସହରର ପ୍ରମୁଖ ଜଳଉତ୍ସ ଥିବା ପେନୁଲାସ୍‌ ହ୍ରଦ ଏବେ ଜଳଶୂନ୍ୟ ହୋଇଛି। ଯେଉଁଥିରେ ପୂର୍ବରୁ ୩୮ ହଜାର ଅଲିମ୍ପିକ୍‌ ସୁଇମିଂ ପୁଲ୍‌ କ୍ଷମତାର ଜଳ ରହୁଥିଲା ଏବେ ତାହା ମରୁଭୂମି ପାଲଟିଛି।…

ଭାରତୀୟଙ୍କ ଉପରୁ ଭିଜା ବ୍ୟାନ୍‌ ହଟାଇଲା ଚାଇନା

ବେଜିଂ,୧୪।୬: କୋଭିଡ୍‌ ମହାମାରୀ ଯୋଗୁ ଚାଇନା ୨ ବର୍ଷ ହେଲା ଲଗାଇଥିବା ଭିଜା କଟକଣା ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଏହି କଟକଣା ଯୋଗୁ ଭାରତରେ ଅଟକି ରହିଥିବା ପେସାଦାର ଓ ସେମାନଙ୍କ ପରିବାରଙ୍କୁ ବେଜିଂ ଭିଜା ଯୋଗାଇଦେବ ବୋଲି ଘୋଷଣା କରିଛି।…

ପ୍ୟାକେଟ୍‌ର ପ୍ରତ୍ୟେକ ସିଗାରେଟ୍‌ରେ ରହିବ ଓ୍ବାର୍ଣ୍ଣିଂ ଚେତାବନୀ

ଟୋରୋଣ୍ଟୋ(କାନାଡ଼ା): ତମାଖୁ, ସିଗାରେଟ, ଖଇନି ଆଦି ସେବନ କରିବା ଦ୍ୱାରା ଯକ୍ଷ୍ମା, କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ତମାଖୁ, ସିଗାରେଟ ଆଦି ପ୍ୟାକେଟ୍‌ରେ ଚେତାବନୀମୂଳକ ଚିତ୍ର କିମ୍ବା ଓ୍ବାର୍ଣ୍ଣିଂ ଲେଖାଯାଇଥାଏ। ତେବେ ଏହାଦ୍ୱାରା…

ବିକ୍ଷୋଭକାରୀ ବିଦେଶୀଙ୍କୁ ବିଦା କରିବ କୁଏଟ୍‌

କୁଏଟ୍‌ ସିଟି, ୧୪ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି କୁଏଟ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିଦେଶୀ ନାଗରିକଙ୍କୁ ବିଦା କରିବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି। ଭାଜପା ପୂର୍ବତନ ନେତ୍ରୀ ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କ…

ଇସ୍ତଫା ଦେଲେ ସିଇବି ମୁଖ୍ୟ

କଲମ୍ବୋ, ୧୪ା୬: ଶ୍ରୀଲଙ୍କାରେ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଇଥିଲେ ବୋଲି ସେଠାକାର ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ଅଭିଯୋଗ ଆଣିବା ପରେ…

୧୫ରେ ବନ୍ଦ ହେବ ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୩ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ୧୫ ତାରିଖରେ ବନ୍ଦ ହେବ। ଏ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍‌ ୧୫ ପରେ ଆଇଇ…

ୟୁକ୍ରେନର ପୋଲ ଉଡ଼ାଇଲା ରୁଷିଆ

କ୍ୱିଭ୍‌,୧୩ା୬: ୟୁକ୍ରେନର ସିଭିଏରୋଡୋନେଟସ୍କକୁ ଦେଶର ଅନ୍ୟ ସହର ସହିତ ସଂଯୋଗ କରୁଥିବା ନଦୀର ପୋଲ ଉଡ଼ାଇ ଦେଇଛି ରୁଷିଆ ସେନା। ଏହା ସହିତ ଏକମାତ୍ର ଯାତାୟାତର ମାଧ୍ୟମ ଥିବା ଏହି ପୋଲ ରୁଷିଆ ଉଡ଼ାଇ ଦେଇଥିବାରୁ ଲୋକେ ବାହାରକୁ ଯାଇପାରୁ ନ…

ପାକିସ୍ତାନ ରାଜନୀତିରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କୁ ରୁଷିଆ ଗସ୍ତ ପାଇଁ କରାଯାଇଛି କ୍ଷମତା ଚ୍ୟୁତ …

ମସ୍କୋ, ୧୩।୬ : ବର୍ତ୍ତମାନ ରୁଷିଆ ମଧ୍ୟ ପାକିସ୍ତାନର ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛି। ପାକିସ୍ତାନରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଦାବି କରିଛନ୍ତି ଯେ ଇମ୍ରାନ ଖାନ ରୁଷିଆ ଗସ୍ତ କରିଥିବାରୁ ତାଙ୍କୁ କ୍ଷମତା ଚ୍ୟୁତ କରାଯାଇ…

ଶ୍ରୀଲଙ୍କାରେ ପ୍ରତି ସପ୍ତାହରେ ହୁ ହୁ ବଢୁଛି ପେଟ୍ରୋଲ, ଡିଜେଲ

କଲମ୍ବୋ,୧୩ା୬: ଆସନ୍ତା ମାସରୁ ଇନ୍ଧନ ରାଶନ ଯୋଜନା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ପଞ୍ଜୀକୃତ ଗ୍ରାହକଙ୍କୁ ସାପ୍ତାହିକ କୋଟା ନିଶ୍ଚିତ କରାଯିବ। ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ଏହା କହିଛନ୍ତି। ତାପଜ ବିଦ୍ୟୁତ୍‌…

ଶାହବାଜଙ୍କୁ ଇମ୍ରାନ୍‌ଙ୍କ ଚ୍ୟାଲେଞ୍ଜ୍‌, ନିର୍ବାଚନରେ ବିଜୟୀ ହୋଇ ଦେଖାଅ …

ଇସଲାମାବାଦ, ୧୩।୬ : ପାକିସ୍ତାନ ରାଜନୀତିରେ ସଙ୍କଟ ଜାରି ରହିଛି। କ୍ଷମତାରୁ ବାହାରିବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନୂଆ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିବା ସହିତ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି।…

ଯୁଦ୍ଧର କରୁଣ ଦୃଶ୍ୟ, ମାରିଆପୁଲ ରାସ୍ତାରେ ପଡ଼ି ରହିଛି ମୃତଦେହ…

କ୍ୱିଭ୍‌, ୧୩।୬ : ୟୁକ୍ରେନ୍‌ର ବନ୍ଦର ସହର ମାରିଆପୁଲରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସହରର ରାସ୍ତାଘାଟରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଯୁଦ୍ଧର ଏଭଳି କରୁଣ ଦୃଶ୍ୟ ବହୁ ଲୋକଙ୍କୁ ଭାବୁକ କରିଛି। ପଚାସଢ଼ା ମୃତଦେହ ଯୋଗୁ ସହରରେ ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?