ଈଶ୍ୱର ଭିକ୍ଷାରେ ପାଣି ଦିଅନ୍ତୁ

ସାଣ୍ଟିଆଗୋ, ୧୫ା୬: ୨୦ ବର୍ଷ ତଳେ ମଧ୍ୟ-ଚିଲିର ଭାଲପାରାଇସୋ ସହରର ପ୍ରମୁଖ ଜଳଉତ୍ସ ଥିବା ପେନୁଲାସ୍‌ ହ୍ରଦ ଏବେ ଜଳଶୂନ୍ୟ ହୋଇଛି। ଯେଉଁଥିରେ ପୂର୍ବରୁ ୩୮ ହଜାର ଅଲିମ୍ପିକ୍‌ ସୁଇମିଂ ପୁଲ୍‌ କ୍ଷମତାର ଜଳ ରହୁଥିଲା ଏବେ ତାହା ମରୁଭୂମି ପାଲଟିଛି। ୩୮ ହଜାର ବଦଳରେ କେବଳ ୨ଟି ପୋଖରୀରେ ରହିପାରୁଥିବା ପାଣି ଏବେ ଉକ୍ତ ହ୍ରଦରେ ବାକି ଅଛି। ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଯୋଗୁ ହ୍ରଦଟି ଏବେ ଜଳଚର ପ୍ରାଣୀଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ହୋଇ ରହିନାହିଁ। ଯେଉଁଠି ଦିନେ ଶତାଧିକ ପ୍ରଜାତିର ମାଛ ତଥା ଜଳଚର ବାସ କରୁଥିଲେ ସେଠାରେ ଚାରିଆଡେ ସେଗୁଡ଼ିକର ଅବଶେଷ ତଥା ହାଡ଼ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି। ହ୍ରଦରୁ ମାଛ ଧରି ପେଟ ପୋଷୁଥିବା ସ୍ଥାନୀୟ ବାସିନ୍ଦା ୫୪ ବର୍ଷୀୟ ଆମାଣ୍ଡା କାରାସ୍‌କୋ କହିଛନ୍ତି, ଏବେ ଏକମାତ୍ର ଈଶ୍ୱର ହିଁ ଭରସା। ଆମେ ତାଙ୍କୁ ଜଳ ଭିକ୍ଷା କରୁଛୁ। କେବଳ ଆମାଣ୍ଡା ନୁହେଁ ସେଠାକାର ହଜାର ହଜାର ବାସିନ୍ଦାଙ୍କ ସମେତ ଆଖପାଖରେ ଥିବା ପଶୁପକ୍ଷୀ ପାଣି ସନ୍ଧାନରେ ଡହଳବିକଳ ହେଉଛନ୍ତି।
ବର୍ଷ ଧରି ମରୁଡ଼ି ଲାଗି ରହିବା ସହ ଏହି ଦକ୍ଷିଣ ଆମେରିକୀୟ ଦେଶରେ ବର୍ଷାର ମାତ୍ରା ଏବେ ବହୁ ପରିମାଣରେ ହ୍ରାସ ପାଇଛି। ଖରା ଓ ବସନ୍ତ ଋତୁ ପାଇଁ ଆଣ୍ଡିସ୍‌ ହିମବାହରୁ ତରଳିଥିବା ଜଳ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ। କିନ୍ତୁ ପ୍ରବଳ ଖରା ଯୋଗୁ ହିମବାହରୁ ତରଳୁଥିବା ଜଳ ସିଧାସଳଖ ବାଷ୍ପୀଭୂତ ହୋଇଯାଉଛି। ବିଶ୍ୱର ସର୍ବାଧିକ କପର୍‌ ବା ତମ୍ବା ଉତ୍ପାଦନକାରୀ ଦେଶ ଚିଲି ଏବେ ଜଳାଭାବ ସମସ୍ୟାରେ ଯୁଝି ହେଉଥିବାବେଳେ ଲିଥିୟମ ପାଇଁ ଆବଶ୍ୟକ ପାଣି ଉପଲବ୍ଧ ହୋଇପାରୁନାହିଁ। ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ପ୍ରତିଦିନ ବହୁ ସଂଖ୍ୟାରେ ପଶୁପକ୍ଷୀ ପାଣି ଅଭାବରୁ ମରୁଛନ୍ତି। ପରିବେଶ ବିଶେଷଜ୍ଞଙ୍କ ମତରେ, ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଜଳସ୍ରୋତଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି। ଚିଲିରେ ପାଣିପାଗ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଆଣ୍ଡିସ୍‌ ପାହାଡ଼ରୁ ବରଫ ତରଳିବା ଉପରେ ଏଠାକାର ଲୋକେ ନିର୍ଭର କରୁଥିଲେ। ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି। ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଦେଶରେ ୩୦%ରୁ ଅଧିକ ପରିମାଣର ଜଳ ଅଭାବ ଲାଗି ରହିବ ବୋଲି ଚିଲି ୟୁନିଭର୍ସିଟି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri