ଇସ୍ତଫା ଦେଲେ ସିଇବି ମୁଖ୍ୟ

କଲମ୍ବୋ, ୧୪ା୬: ଶ୍ରୀଲଙ୍କାରେ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଇଥିଲେ ବୋଲି ସେଠାକାର ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ଅଭିଯୋଗ ଆଣିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସଂସଦୀୟ କମିଟି ଆଗରେ ଶୁକ୍ରବାର ଏଭଳି ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ କଥାରୁ ଓହରି ଯାଇଥିବା ଫର୍ଡିନାଣ୍ଡୋ ସୋମବାର ସେଲନ୍‌ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
୫ ଶହ ମେଗାଓ୍ବାଟ୍‌ ବିଶିଷ୍ଟ ପବନଚାଳିତ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେଇଥିବା ଫର୍ଡିନାଣ୍ଡୋ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସମ୍ପର୍କିତ ପାର୍ଲାମେଣ୍ଟାରୀ କମିଟିର ଏକ ଖୋଲା ଶୁଣାଣିରେ ଅଭିଯୋଗ ଆଣିଥିଲେ। ୨୦୨୧ ନଭେମ୍ବର ୨୪ରେ ରାଷ୍ଟ୍ରପତି ରାଜପାକ୍‌ସେ ଏ ନେଇ ଫର୍ଡିନାଣ୍ଡୋଙ୍କୁ ଜଣାଇଥିଲେ ବୋଲି ସିଇବି ପୂର୍ବତନ ମୁଖ୍ୟ ପ୍ରକାଶ କରିଥିଲେ। ଏହାର ଜବାବରେ ଫର୍ଡିନାଣ୍ଡୋ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ଏହି ପ୍ରସଙ୍ଗ ଉପରେ ସିଇବି ନିଷ୍ପତ୍ତି ନେଇପାରିବ ନାହିଁ। ଏହା ନିବେଶ ବୋର୍ଡ ଅଧୀନରେ ଆସୁଥିବାରୁ ଅର୍ଥ ସଚିବ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କାରଣ ଏହା ଆନ୍ତଃସରକାରୀ ଡିଲ୍‌ ବୋଲି ସେ ପ୍ରକାଶ କରିଥିଲେ। ୧୦ ମେଗାଓ୍ବାଟ୍‌ରୁ ଅଧିକ କ୍ଷମତା ବିଶିଷ୍ଟ ପାଓ୍ବାର ପ୍ଲାଣ୍ଟ ପାଇଁ ନିଲାମ ପ୍ରକ୍ରିୟା ହେବା କଥା ବୋଲି ମୁଖ୍ୟ ବିରୋଧୀ ଏସ୍‌ଜେବି ଦାବି କରିଥିଲା। କିନ୍ତୁ ଶାସକ ଦଳ ଏମ୍‌ପି ଏହା ବିରୋଧରେ ଭୋଟ ଦେବାରୁ ତାହା ଖାରଜ ହୋଇଥିଲା। ରାଷ୍ଟ୍ରପତି ରାଜପାକ୍‌ସେ ଅଭିଯୋଗକୁ ଖଣ୍ଡନ କରି ଫର୍ଡିନାଣ୍ଡୋଙ୍କୁ ଏଭଳି ନିର୍ଦ୍ଦେଶ ଦେଇ ନ ଥିବା ଜୁନ୍‌ ୧୧ରେ ଟୁଇଟ୍‌ କରି କହିଥିଲେ। ଫଳରେ ଫର୍ଡିନାଣ୍ଡୋ ନିଜ ମନ୍ତବ୍ୟରୁ ଓହରି ଯାଇଥିଲେ। ତାଙ୍କ ଉପରେ ବଢ଼ୁଥିବା ଚାପରେ ବିବ୍ରତ ଓ ଭାବପ୍ରବଣ ହୋଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ। ଏଥିସହ ଫର୍ଡିନାଣ୍ଡୋ କ୍ଷମା ମଧ୍ୟ ମାଗିଥିଲେ। ପ୍ରକାଶ ଯେ, ଗତବର୍ଷ ଅକ୍ଟୋବର ୨୧ରେ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେହି ସମୟରେ ଆଦାନୀ ଗ୍ରୁପ୍‌ ଏବଂ ସିଇବି ମଧ୍ୟରେ ମନାର୍‌ ଓ ପୁନେରନ୍‌ ପ୍ରଦେଶରେ ୫୦୦ ମେଗାଓ୍ବାଟ୍‌ ବିଶିଷ୍ଟ ନବୀକରଣୀୟ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ହୋଇଥିଲା। ଏଥିରେ ଆଦାନୀ ଗ୍ରୁପ୍‌ ୫୦୦ ମିଲିୟନ ଡଲାର ନିବେଶ କରିବ ବୋଲି ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ...

ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌, ୩୧ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା...

ରାଜକୁମାରୀ ଡାଏନା-କିଙ୍ଗ୍‌ ଚାଲର୍‌ସଙ୍କ ବିବାହ କେକ୍‌ ନିଲାମ ହେବ

ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍‌ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ...

ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ।...

ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ…

ବେଜିଂ,୧୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ଶୀତଳ ଯୁଦ୍ଧ ଭଳି ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେବା ଉଚିତ...

ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ...

ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ

ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ...

ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍‌

ଓ୍ବାଶିଂଟନ୍‌, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି।...

Advertisement
Archives

Model This Week