ଇସ୍ତଫା ଦେଲେ ସିଇବି ମୁଖ୍ୟ

କଲମ୍ବୋ, ୧୪ା୬: ଶ୍ରୀଲଙ୍କାରେ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଇଥିଲେ ବୋଲି ସେଠାକାର ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ଅଭିଯୋଗ ଆଣିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସଂସଦୀୟ କମିଟି ଆଗରେ ଶୁକ୍ରବାର ଏଭଳି ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ କଥାରୁ ଓହରି ଯାଇଥିବା ଫର୍ଡିନାଣ୍ଡୋ ସୋମବାର ସେଲନ୍‌ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
୫ ଶହ ମେଗାଓ୍ବାଟ୍‌ ବିଶିଷ୍ଟ ପବନଚାଳିତ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେଇଥିବା ଫର୍ଡିନାଣ୍ଡୋ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସମ୍ପର୍କିତ ପାର୍ଲାମେଣ୍ଟାରୀ କମିଟିର ଏକ ଖୋଲା ଶୁଣାଣିରେ ଅଭିଯୋଗ ଆଣିଥିଲେ। ୨୦୨୧ ନଭେମ୍ବର ୨୪ରେ ରାଷ୍ଟ୍ରପତି ରାଜପାକ୍‌ସେ ଏ ନେଇ ଫର୍ଡିନାଣ୍ଡୋଙ୍କୁ ଜଣାଇଥିଲେ ବୋଲି ସିଇବି ପୂର୍ବତନ ମୁଖ୍ୟ ପ୍ରକାଶ କରିଥିଲେ। ଏହାର ଜବାବରେ ଫର୍ଡିନାଣ୍ଡୋ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ଏହି ପ୍ରସଙ୍ଗ ଉପରେ ସିଇବି ନିଷ୍ପତ୍ତି ନେଇପାରିବ ନାହିଁ। ଏହା ନିବେଶ ବୋର୍ଡ ଅଧୀନରେ ଆସୁଥିବାରୁ ଅର୍ଥ ସଚିବ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କାରଣ ଏହା ଆନ୍ତଃସରକାରୀ ଡିଲ୍‌ ବୋଲି ସେ ପ୍ରକାଶ କରିଥିଲେ। ୧୦ ମେଗାଓ୍ବାଟ୍‌ରୁ ଅଧିକ କ୍ଷମତା ବିଶିଷ୍ଟ ପାଓ୍ବାର ପ୍ଲାଣ୍ଟ ପାଇଁ ନିଲାମ ପ୍ରକ୍ରିୟା ହେବା କଥା ବୋଲି ମୁଖ୍ୟ ବିରୋଧୀ ଏସ୍‌ଜେବି ଦାବି କରିଥିଲା। କିନ୍ତୁ ଶାସକ ଦଳ ଏମ୍‌ପି ଏହା ବିରୋଧରେ ଭୋଟ ଦେବାରୁ ତାହା ଖାରଜ ହୋଇଥିଲା। ରାଷ୍ଟ୍ରପତି ରାଜପାକ୍‌ସେ ଅଭିଯୋଗକୁ ଖଣ୍ଡନ କରି ଫର୍ଡିନାଣ୍ଡୋଙ୍କୁ ଏଭଳି ନିର୍ଦ୍ଦେଶ ଦେଇ ନ ଥିବା ଜୁନ୍‌ ୧୧ରେ ଟୁଇଟ୍‌ କରି କହିଥିଲେ। ଫଳରେ ଫର୍ଡିନାଣ୍ଡୋ ନିଜ ମନ୍ତବ୍ୟରୁ ଓହରି ଯାଇଥିଲେ। ତାଙ୍କ ଉପରେ ବଢ଼ୁଥିବା ଚାପରେ ବିବ୍ରତ ଓ ଭାବପ୍ରବଣ ହୋଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ। ଏଥିସହ ଫର୍ଡିନାଣ୍ଡୋ କ୍ଷମା ମଧ୍ୟ ମାଗିଥିଲେ। ପ୍ରକାଶ ଯେ, ଗତବର୍ଷ ଅକ୍ଟୋବର ୨୧ରେ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେହି ସମୟରେ ଆଦାନୀ ଗ୍ରୁପ୍‌ ଏବଂ ସିଇବି ମଧ୍ୟରେ ମନାର୍‌ ଓ ପୁନେରନ୍‌ ପ୍ରଦେଶରେ ୫୦୦ ମେଗାଓ୍ବାଟ୍‌ ବିଶିଷ୍ଟ ନବୀକରଣୀୟ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ହୋଇଥିଲା। ଏଥିରେ ଆଦାନୀ ଗ୍ରୁପ୍‌ ୫୦୦ ମିଲିୟନ ଡଲାର ନିବେଶ କରିବ ବୋଲି ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?