ଛୁଟି ନେଇ ଚାଷ କର

କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ କରୁଛନ୍ତି। ଅତିରିକ୍ତ ଛୁଟି ନେଇ ସେମାନେ ନିଜ ବାଡ଼ି ବଗିଚାରେ ଚାଷ କରି ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଉଥିବା ଜଣାପଡ଼ିଛି। କାରଣ ବିଦେଶୀ ମୂଦ୍ରା ଅଭାବ ଯୋଗୁ ଏହି ଦେଶ ବାହାରୁ କୌଣସି ସାମଗ୍ରୀ ଆମଦାନୀ କରିବା ସ୍ଥିତିରେ ନାହିଁ। ଖାଦ୍ୟ, ଔଷଧ, ପେଟ୍ରୋଲ ଆଦି ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମ୍ରଗୀ ପାଇବାରୁ ମଧ୍ୟ ଦେଶବାସୀ ବଞ୍ଚିତ ହେଉଛନ୍ତି। ତେଣୁ ସରକାରୀ ଅଧିକାରୀମାନେ ସପ୍ତାହକୁ ଆଉ ଗୋଟିଏ ଦିନ ଛୁଟି ନେଇ ଚାଷ କରିବା ଉଚିତ ବୋଲି ସରକାର କହିଛନ୍ତି। ଏଥିପାଇଁ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦିଆଯିବ ବୋଲି ଶ୍ରୀଲଙ୍କା କ୍ୟାବିନେଟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏଥିସହ ଉକ୍ତ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୩ମାସ ପର୍ଯ୍ୟନ୍ତ ଶୁକ୍ରବାର ଜରୁରୀ ସେବା ଯୋଗାଉଥିବା ବିଭାଗ ବ୍ୟତୀତ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ମନ୍ତ୍ରୀମଣ୍ଡଳ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ସୁଦ୍ଧା ସରକାର ଖାଦ୍ୟ ସଙ୍କଟ ବିଷୟରେ ଚେତାବନୀ ଦେବା ପରଠାରୁ ଅଧିକାରୀମାନେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବାର ଉପାୟ ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲେନ୍‌ସ୍କିଙ୍କ ଦାବି ରୁଷିଆ କରିପାରେ ପରମାଣୁ ଆକ୍ରମଣ, ଆଣ୍ଟି ରେଡିଏଶନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବିଶ୍ୱ

କ୍ୱିଭ,୧୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହେଲାଣି । ହେଲେ କେହି ପଛକୁ ହଟିବାକୁ ରାଜି ନୁହେଁ । ଇତିମଧ୍ୟରେ ଏକ ଚମକାଇବା ଭଳି...

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଲିବିୟାରେ...

ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ପାକିସ୍ତାନ…

ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ...

ଫିନଲ୍ୟାଣ୍ଡକୁ ଚେତାବନୀ ଦେଲା ରୁଷିଆ

ହେଲସିଙ୍କି,୧୫।୫:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଫିନଲ୍ୟାଣ୍ଡ ସରକାର ରବିବାର ଏକ ବଡ ଘୋଷଣା କରିଛନ୍ତି। ଫିନଲ୍ୟାଣ୍ଡ ନାଟୋର...

ବେଳକୁ ବେଳ ବିଗୁଡୁଛି କ୍ୱିଭ୍‌ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ...

ଏହି ଦେଶରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ: ମାସ୍କ ନ ପିନ୍ଧିଲେ ମିଳୁଛି ଏପରି ଦଣ୍ଡ…

ସିଓଲ, ୨୭।୭: ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଏହା ବିପଦ...

ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ

ଇସ୍‌ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ...

ରୁଷିଆ-ୟୁକ୍ରେନ ବିବାଦ ବଢୁଛି, ୩୦୦୦ ସୈନ୍ୟ ପଠାଇବାକୁ ଆମେରିକାର ଘୋଷଣା

ଓ୍ବାଶିଂଟନ,୩ା୨: ରୁଷିଆ ସହିତ ୟୁକ୍ରେନ ସୀମାରେ ଯୁଦ୍ଧ ତିକ୍ତତା ବଢ଼ି ଚାଲିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବ ୟୁରୋପକୁ ୩୦୦୦ ଅତିରିକ୍ତ ସୈନ ପଠାଇବାକୁ ଆମେରିକା...

Advertisement
Archives

Model This Week