ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…

ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରିବାର ଅଧିକାରକୁ ସୁରକ୍ଷା ଦେଇଛି। ଆମେରିକାରେ ଲୋକଙ୍କର ଏବେ ଚିନ୍ତା ବଢ଼ିବାରେ ଲାଗିଛି ଯେ ସୁପ୍ରିମକୋର୍ଟ ବର୍ତ୍ତମାନ ଗର୍ଭନିରୋଧକ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହି କାରଣରୁ ମହିଳାମାନେ ଗର୍ଭନିରୋଧକ ବହୁ ପରିମାଣରେ କ୍ରୟ ଏବଂ ଷ୍ଟକ କରୁଥିବା କୁହାଯାଉଛି ।

ଚର୍ଚ୍ଚା ହେଉଛି ଯେ, ରକ୍ଷଣଶୀଳ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ଦେଶରେ ଗର୍ଭନିରୋଧକ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହାକୁ ଦୃଷ୍ଟିରେ ରଖି ନିମ୍ନ ସଦନ ଏହି ବିଲ ପାରିତ କରିଛି। ଦେଶରେ ଗର୍ଭପାତ କରିବାର ଅଧିକାରକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ଏହା ବିରୋଧରେ ଆମେରିକୀୟ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଆମେରିକାର ସୁପ୍ରିମକୋର୍ଟଙ୍କ ରାୟ ପରେ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ଏବଂ ଗର୍ଭପାତ ଔଷଧ କ୍ରୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକାର କିଛି କ୍ଲିନିକ ଅନୁଯାୟୀ, ସେମାନଙ୍କର ଗର୍ଭପାତ ସମ୍ପର୍କିତ ଅନୁସନ୍ଧାନରେ ମଧ୍ୟ ଚାରି ଗୁଣ ବୃଦ୍ଧି ଘଟିଛି। ଗର୍ଭନିରୋଧକ ଔଷଧର ଚାହିଦା ସମ୍ପର୍କରେ କ୍ଲିନିକର ଜଷ୍ଟ ଦ ପିଲକୁ ଏକ ଘଣ୍ଟା ମଧ୍ୟରେ ୧୦୦ ଅର୍ଡର ମିଳୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ଆମେରିକୀୟ ମହିଳା ନିଜ ୧୬ ବର୍ଷର ଝିଅ ପାଇଁ ଜନ୍ମ ନିୟନ୍ତ୍ରଣ ବଟିକା ସଂଗ୍ରହ କରୁଛନ୍ତି କାରଣ ଦେଶରେ ଗର୍ଭପାତ ବେଆଇନ ଅଟେ। କେଟି ଥୋମାସ ନାମକ ଏହି ମହିଳା ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ମୋ ଝିଇ ପାଇଁ ଅବାଞ୍ଛିତ ଗର୍ଭଧାରଣ ଭୟରେ ମୁଁ ଏହି ଜନ୍ମ ନିୟନ୍ତ୍ରଣ ବଟିକା କିଣିଛି । ଯଦି ତାଙ୍କର ୨୧ ବର୍ଷର ପୁଅ ଏବଂ ତାଙ୍କ ପ୍ରେମିକା କାଳେ କେବେ ଆବଶ୍ୟକ କରିବେ ସେଥି ପାଇଁ ମୁଁ ଜରୁରୀକାଳୀନ ବଟିକା ମଧ୍ୟ ଷ୍ଟକ ରଖିଛି ।

ଆମେରିକାର ୬ଟି ରାଜ୍ୟରେ ଅନଲାଇନରେ ଗର୍ଭପାତ ବଟିକା ଯୋଗାଉଥିବା ଏକ ଷ୍ଟାର୍ଟଅପ ହେ ଜେନ ଅନୁଯାୟୀ ଏହାର ୱେବସାଇଟରେ ଚାହିଦା ୧୦୦୦ ପ୍ରତିଶତ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏଭଳି ସମସ୍ୟା ଥିବା ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri