ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪ ଟିରେ, ୨୩୫ଟି ସମ୍ପତ୍ତି ପ୍ରକଳ୍ପରେ ୧.୩ କୋଟି ଲୋକ ଗୃହଋଣ କିସ୍ତି ପୈଠ କରୁ ନାହାଁନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିଲଡରମାନେ ଠିକ ସମୟରେ ସମ୍ପତ୍ତି ହସ୍ତାନ୍ତର କରୁନାହାଁନ୍ତି। କରୋନା ଅବଧିରେ, ଚାଇନାରେ ଶୂନ କୋଭିଡ ନୀତି ଅନୁଯାୟୀ କଡା ଲକଡାଉନ ଯୋଗୁଁ ସମ୍ପତ୍ତି କ୍ଷେତ୍ରରେ ବହୁ କ୍ଷତି ଘଟିଥିଲା। ଏଭଳି ପରିସ୍ଥିତିରେ ପ୍ରକଳ୍ପଗୁଡ଼ିକ ଠିକ ସମୟରେ ଶେଷ ହେଉ ନଥିବାରୁ ସମସ୍ୟା ଉପୁଜୁଛି।

 

ରିସର୍ଚ୍ଚ ସଂଗଠନ କ୍ୟାପିଟାଲ ଇକୋନୋମିକ୍ସର ଜୁଲିୟାନ ଇଭାନ୍ସ କହିଛନ୍ତି ଯେ ସମ୍ପତ୍ତି କ୍ଷେତ୍ରର ମନ୍ଥରତା ଚାଇନାର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ରହିଛି॥ ନଭେମ୍ବରରେ, କମ୍ୟୁନିଷ୍ଟ ପାର୍ଟିର ସମ୍ମିଳନୀରେ ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ମଧ୍ୟବିତ୍ତ ଶ୍ରେଣୀର ଏହି ବିଦ୍ରୋହ ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ବୋଲି କୁହାଯାଉଛି। ଚାଇନାର କମ୍ୟୁନିଷ୍ଟ ପାର୍ଟିର ପ୍ରାୟ ୧୦ କୋଟି ସଦସ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଭୋଟ ଦେବେ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ପ୍ରାୟ ୭୦ ପ୍ରତିଶତ ଲୋକ ସମ୍ପତ୍ତିରେ ବିନିଯୋଗ କରିଛନ୍ତି, ଯାହା ଆମେରିକା ତୁଳନାରେ ବହୁତ ଅଧିକ। ଆମେରିକାର ପ୍ରାୟ ୪୦ରୁ ୫୦ ପ୍ରତିଶତ ଲୋକ ସମ୍ପତ୍ତିରେ ବିନିଯୋଗ କରିଥାନ୍ତି।

ଚାଇନାର ୪୦୦୦ ବ୍ୟାଙ୍କ ଏବେ ବନ୍ଦ ହେବାର ସ୍ଥିତିରେ ପହଞ୍ଚିଛନ୍ତି। ୪ ଲକ୍ଷରୁ ଅଧିକ ଆକାଉଣ୍ଟଧାରୀଙ୍କ ହଜାର ହଜାର କୋଟି ଟଙ୍କା ଏଥିରେ ଫସି ରହିଛି। ସେମାନଙ୍କ ଟଙ୍କା ପାଇଁ ଅନେକ ପ୍ରଦେଶର ଲୋକମାନେ ବ୍ୟାଙ୍କ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି। ତେଣୁ ଏହି ବିରୋଧକୁ ନେଇ ଜିନପିଙ୍ଗ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ଛଅ ମାସରେ ଦେଶରେ ୩୧ ଲକ୍ଷ ଶିଳ୍ପ ଏବଂ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହାଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। କୋଭିନ୍‌ ଶୂନ ନୀତି ଯୋଗୁ ଚାଇନା ପୃଥିବାଠାରୁ ବିଚ୍ଚିନ୍ନ ହେବା ଯୋଗୁ ସମସ୍ତ କାରବାର କ୍ଷତିଗ୍ରସ୍ତ ହୋଇଥିବା ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?