ଅନ୍ତର୍ଜାତୀୟ

ଭୁଶୁଡ଼ିଲା ଖଣି: ୨ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ

ବେଜିଂ,୨୨ା୨: ବୁଧବାର ଚାଇନାର ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳରେ ଏକ ଖଣି ଭୁଶୁଡ଼ି ପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଆଜି ଅପରାହ୍ନରେ ଆଲକ୍ସା ଲିଗ୍‌ର ଏକ ଖଣି ଭୁଶୁଡ଼ି…

ପାକିସ୍ତାନକୁ ସହାୟତା ଦେଲା ଚାଇନା

ଇସଲାମାବାଦ୍‌,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ବାକି ଅଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ, କାର୍ଯ୍ୟାଳୟ…

ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ…

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ…

ରୁଷିଆ-ୟୁକ୍ରେନ ଯୁଦ୍ଧର ସମାଧାନ କ୍ଷୀଣ: ବର୍ଷକରେ ୩ ଲକ୍ଷରୁ ଅଧିକ ମୃତ, ହଜାର ହଜାର ନିଖୋଜ, ଚାରିଆଡେ ଧ୍ୱଂସସ୍ତୁପ…

ମସ୍କୋ/କିଭ୍‌,୨୨।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷ ପୂରଣ ହେବାକୁ ଯାଉଛି। ୨୪ ଫେବୃଆରୀ ୨୦୨୨ ରୁ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା। ତଥାପି ଏହି ଯୁଦ୍ଧ ଚାଲିଛି । ଦୁଇ ଦେଶ ମଧ୍ୟ ପଛକୁ…

ସପ୍ତାହରେ ୪ ଦିନ କାମ, ୩ ଦିନ ଆରାମ, ନୀତିକୁ ପସନ୍ଦ କରୁଛନ୍ତି ବ୍ରିଟେନ ଲୋକେ…

ଲଣ୍ଡନ,୨୨।୨ : ବ୍ରିଟେନରେ, ଅନେକ କମ୍ପାନୀ ସପ୍ତାହରେ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷା ବହୁତ ସଫଳ ବୋଲି କୁହାଯାଉଛି। ବ୍ରିଟେନର କର୍ମଚାରୀମାନେ…

୩୦୦ ଯାତ୍ରୀଙ୍କୁ ନେଇ ଆମେରିକାରୁ ଭାରତକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ସ୍ବିଡେନରେ କଲା ଜରୁରୀ ଅବତରଣ…

ଓ୍ବାଶିଂଟନ,୨୨।୨ : ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଏଆଇ -୧୦୬ ସ୍ବିଡେନର ଷ୍ଟକହୋମ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଏକ ବୈଷୟିକ ତ୍ରୁଟି ଦେଖିବା ପରେ ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି। ବିମାନରେ ଥିବା ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ…

ଜାତିଆଣ ଭେଦଭାବ ନିଷିଦ୍ଧ କରିଥିବା ପ୍ରଥମ ଆମେରିକୀୟ ସହର ହେଲା ସିଆଟେଲ, ସିଟି କାଉନସିଲରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୨।୨ : ଜାତିଆଣ ଭେଦଭାବକୁ ନିଷିଦ୍ଧ କରିବାରେ ସିଆଟେଲ ଆମେରିକାର ପ୍ରଥମ ସହର ହୋଇପାରିଛି। ସିଆଟେଲ ସିଟି ପରିଷଦ ଜାତିଭେଦକୁ ସହରର ଭେଦଭାବ ବିରୋଧୀ ଆଇନରେ ଅନ୍ତର୍ଭୁକ୍ତ କରିବାକୁ ଭୋଟ ଦେଇଥିଲା। ଏହା ହେଉଛି ଆମେରିକାର ପ୍ରଥମ ସହର ଯାହାକି ଜାତି…

ଆମେରିକାରେ ପୁଣି ବଢିଲା କରୋନା ସଂକ୍ରମଣ: ୪ ସପ୍ତାହରେ ୧ଲକ୍ଷ ୩୦ ହଜାର ଶିଶୁ ସଂକ୍ରମିତ

ୱାଶିଂଟନ,୨୨ ।୨: ସାରା ବିଶ୍ୱରେ କମ୍ ହେଲେ ବି କରୋନା ସଂକ୍ରମଣ ଏବେ ଜାରି ରହିଛି । ଭାରତ ସମେତ ଅନେକ ଦେଶ କରୋନା କଟକଣାକୁ ହଟାଇ ଦେଇଛନ୍ତି । ହେଲେ ଏହାକୁ ରୋକିବାକୁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନାର ପ୍ରବେଶ: ବଢ଼ିଲା ପଶ୍ଚିମ ଦେଶଙ୍କ ଚିନ୍ତା…

ବେଜିଂ,୨୨।୨ : ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସୈନ୍ୟଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। କିନ୍ତୁ ଚାଇନା ନେଇଥିବା ପଦକ୍ଷେପ ଏହି ସବୁ ଦେଶର ଚିନ୍ତା ବଢ଼ାଇ ଦେଇଛି। ଫେବୃଆରୀ ୨୪ ରେ ଯୁଦ୍ଧକୁ…

କମ୍ ଜନସଂଖ୍ୟାକୁ ନେଇ ଚିନ୍ତାରେ ଚାଇନା ସରକାର, ଜନସଂଖ୍ୟା ବୃଦ୍ଧି ପାଇଁ ଲାଗୁ ହେବ ଯୋଜନା

ବେଜିଂ,୨୨ ।୨: ଚାଇନାରେ ବେଳକୁ ବେଳ ଜନସଂଖ୍ୟା କମ୍ ହେବାରେ ଲାଗିଛି । ଆଉ ଏବେ ଏହା ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଜନ୍ମହାରକୁ ବୃଦ୍ଧି କରିବାକୁ ଏବେ ନୂଆ ସ୍କିମ ଲାଗୁ କରାଯିବ । ଏହି…

ବାଲଟ ପାଇଁ ଅର୍ଥ ନାହିଁ: ଶ୍ରୀଲଙ୍କାରେ ନିର୍ବାଚନ ସ୍ଥଗିତ

କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳଗୁଡ଼ିକ ମଙ୍ଗଳବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?