ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ ପ୍ରମାଣପତ୍ର ଯୋଗାଇବା ପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିଥାଏ, ଯାହାଦ୍ୱାରା ସେମାନଙ୍କର ବ୍ୟକ୍ତିଗତ ସୂଚନାର ଗୋପନୀୟତା ଏବଂ ନିରାପତ୍ତା ସୁନିଶ୍ଚିତ ହୁଏ।

ବିକେନ୍ଦ୍ରୀକୃତ ପରିଚୟ (ଡିଆଇଡି) ପ୍ରଯୁକ୍ତିବିଦ୍ୟା ଉପରେ ଆଧାର କରି ସିଷ୍ଟମ ଏକ ସ୍ବ-ସାର୍ବଭୌମତ୍ୱ ପରିଚୟ ମଡେଲ ବ୍ୟବହାର କରେ, ଯାହା ଲୋକଙ୍କୁ ସେମାନଙ୍କର ବ୍ୟକ୍ତିଗତ ସୂଚନା ଉପରେ ଅଧିକ ନିୟନ୍ତ୍ରଣ ଦେଇଥାଏ।

ଭୁଟାନର ପ୍ରଥମ ଡିଜିଟାଲ ନାଗରିକ ଭାବରେ ତାଙ୍କ ମାନ୍ୟତା ପାଇଥିବାରୁ ଆମେ ଗୌରବାନୱିତ ଏବଂ ସୌଭାଗ୍ୟବାନ ବୋଲି ଭୁଟାନର କାର୍ଯ୍ୟନିର୍ବାହୀ ସଚିବ ଜିଗମେ ତେନଜିଙ୍ଗ ଗଣମାଧ୍ୟମକୁ ଏହା କହିଛନ୍ତି।
ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସେବା ଯୋଗାଇ ଦିଆଯିବା ପଦ୍ଧତିକୁ ପରିବର୍ତ୍ତନ କରିବା ପାଇଁ ପରିଚୟ ମଡେଲ ଏକ ପ୍ରମୁଖ ପଦକ୍ଷେପ। ସରକାରଙ୍କ ଏହି ଫ୍ଲାଗସିପ ପଦକ୍ଷେପ ନାଗରିକମାନଙ୍କୁ ଏକ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ଡିଜିଟାଲ ପରିଚୟ ପ୍ରଦାନ କରିବ, ଯାହା ଆମର ଡିଜିଟାଲ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ।

ଆମେ ଆଶା କରୁଛୁ ଯେ ଗୋପନୀୟତାକୁ ସୁରକ୍ଷା ଦେବାବେଳେ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାର ଏହି ଉଦାହରଣ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ଏବଂ ପ୍ରେରଣା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?