ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନାର ପ୍ରବେଶ: ବଢ଼ିଲା ପଶ୍ଚିମ ଦେଶଙ୍କ ଚିନ୍ତା…

ବେଜିଂ,୨୨।୨ : ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସୈନ୍ୟଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। କିନ୍ତୁ ଚାଇନା ନେଇଥିବା ପଦକ୍ଷେପ ଏହି ସବୁ ଦେଶର ଚିନ୍ତା ବଢ଼ାଇ ଦେଇଛି। ଫେବୃଆରୀ ୨୪ ରେ ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ। ଗୋଟିଏ ବର୍ଷ ପୂରଣ ପୂର୍ବରୁ ମଧ୍ୟ ଆମେରିକା ଏହି ଯୁଦ୍ଧରେ ଚାଇନାର ପ୍ରବେଶକୁ ଏକ ବଡ଼ ବିପଦ ବୋଲି ଘୋଷଣା କରିସାରିଛି। ଆମେରିକା କହିଛି ଯେ ଚାଇନା ରୁଷିଆକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିବାକୁ ଯାଉଛି, ଯେଉଁଥିପାଇଁ ପୁଟିନଙ୍କ ସେନା ୟୁକ୍ରେନ ଉପରେ ଅଧିକ ଆକ୍ରମଣାତ୍ମକ ହେବେ।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନାକୁ ଦୁଇ ଦେଶର ଯୁଦ୍ଧରେ ଏକ ବିପଦ ବୋଲି କହିଛନ୍ତି।
ଆମେରିକାର ଗୁପ୍ତଚର ଏଜେନ୍ସି ସୂଚନା ଦେଇଛି ଯେ ରୁଷିଆକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଇବାକୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଚିନ୍ତା କରୁଛନ୍ତି। ଯାହା ଆଗାମୀ ସମୟରେ ସଙ୍କଟ ସୃଷ୍ଟି କରିପାରେ। ଆଣ୍ଟୋନି ବ୍ଲିଙ୍କେନ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନା ଏବଂ ରୁଷିଆର କାର୍ଯ୍ୟକୁ ମ୍ୟୁ ସମାଲୋଚନା କରୁନାହିଁ କିମ୍ବା ରୁଷିଆ ଉପରେ ୟୁକ୍ରେନର ଆକ୍ରମଣକୁ ଭୁଲ ମନେ କରୁନାହିଁ। ସେ ଚେତାବନୀ ଦେଇଛନ୍ତି ଯେ ଚାଇନାରୁ ଯେକ କୌଣସି ଅସ୍ତ୍ରଶସ୍ତ୍ର ଯୋଗାଣ କେବଳ ପାଶ୍ଚାତ୍ୟ ଦେଶ ପାଇଁ ନୁହେଁ ବରଂ ବିଶ୍ୱର ଅନ୍ୟ ଦେଶ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।

ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ମିଥ୍ୟା ତଥ୍ୟ ବିସ୍ତାର କରୁଥିବା ଅଭିଯୋଗ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯୁଦ୍ଧକ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ବିତରଣ କରିବା କାମ ଚାଇନା କରୁ ନାହିଁ, ଏହା ଆମେରିକାର କରୁଛି। ଚାଇନା ଉପରେ ତଦନ୍ତ କରିବାର ଆମେରିକାର କୌଣସି ଅଧିକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri