Posted inଖେଳ

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇ ସିରିଜକୁ ୨-୧ ସ୍ଥିତିକୁ ଆଣିଥିଲା। ତେବେ ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବାରୁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଖେଳଜଗତ ସହ ଜଡ଼ିତ ଲୋକେ ମଇଦାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ପୂର୍ବ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ଅହମ୍ମଦାବାଦ ପିଚ୍‌ର ଆଲୋଚନା କରି ଟୁଇଟ୍‌ କରିଥିଲେ। ଏହ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଟୁଇଟ୍‌କୁ ନେଇ ନିଜର ସହମତି ପ୍ରକାଶ କରିଥିବା ବେଳେ ଅନେକ ଜଣେ ଭାରତୀୟ ଖେଳାଳିକୁ ଏଭଳି କହିବା ଶୋଭା ପାଉନାହିଁ ବୋଲି କହିଥିଲେ।

ଏବେ ଗୌତମ ଗମ୍ଭୀର ଯୁବରାଜଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଇକେଟ ଭିନ୍ନ। ହେଲେ ଡିସିଜନ ରିଭ୍ୟୁ ସିଷ୍ଟମ(ଡିଆର୍‌ଏସ୍‌) ଆଜିକାଲି ପ୍ରମୁଖ ଭୂମିକା ନିର୍ବାହ କରୁଛି। ଯେତେବେଳେ ଅନିଲ କୁମ୍ବଲେ, ହରଭଜନ ସିଂହ ବୋଲିଂ କରୁଥିଲେ ସେତେବେଳେ କ’ଣ ଡିଆର୍‌ଏସ୍‌ ଥିଲା। କୁମ୍ବଲେଙ୍କୁ ପ୍ରାୟ ୧୦୦୦ ଏବଂ ହରଭଜନଙ୍କ ପାଖାପାଖି ୭୦୦ ଉଇକେଟ ମିଳିଥାଇପାରେ। କାରଣ ଡିଆର୍‌ଏସ୍‌ର ଭୂମିକା ଭାରତରେ ଅଧିକ। ଏହି ଦୃଷ୍ଟିକୋଣରୁ ଯୁବରାଜଙ୍କ ସହ ସହମତ ହେବି। ହେଲେ ଏଭଳି ପିଚ୍‌ରେ ଖେଳିଥିଲେ ସେମାନେ ଉଇକେଟ ନେଇ ଚାଲିଥାନ୍ତେ ଦୃଷ୍ଟିକୋଣକୁ ବିରୋଧ କରିବି। କାରଣ ଉଇକେଟ ସମସ୍ତଙ୍କ ପାଇଁ ସମାନ। ଅଶ୍ୱିନ ଏଭଳି ପିଚ୍‌ ପ୍ରସ୍ତୁତ କରିବାକୁ କହି ନ ଥାନ୍ତି। କାରଣ ଏହା ବିସିସିଆଇର କାମ। ଯେତେବେଳେ ଏଭଳି ପଡ଼ିଆ ପ୍ରସ୍ତୁତ ହୋଇଥାଏ ଅଶ୍ୱିନଙ୍କ ଉପରେ ନିଜକୁ ପ୍ରମାଣ କରିବାକୁ ଅଧିକ ଚାପ ରହିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକଦା ପଙ୍କଚର ମାରିବା ପାଇଁ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଉଥିଲେ; ଏବେ କୋଟିପତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ଏକାଦଶରେ ସ୍ଥାନ ମିଳିଛି। ଏଯାବତ ସେ ୬ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଲେଣି। ଉପରକୁ ସ୍ବାଭାବିକ ଲାଗୁଥିଲେ ହେଁ...

ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ...

ମଜୁରିଆ କୁସ୍ତିଯୋଦ୍ଧାଙ୍କୁ ୨.୫ ଲକ୍ଷ ସହାୟତା

ନୂଆଦିଲ୍ଲୀ, ୫ା୨ (ପି.ଟି.)-ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି।...

ଅଡ଼ୁଆରେ ପିସିବି: ମୁଖ୍ୟ ଚୟନକର୍ତ୍ତା ଦୌଡ଼ରୁ ହଟିଲେ ଅକ୍ରମ

କରାଚି,୧୦।୧୨: ଅଡ଼ୁଆରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବ ଦ୍ରୁତ ବୋଲର ମହମ୍ମଦ ଅକ୍ରମ ବର୍ତ୍ତମାନର ଚୟନ ବ୍ୟବସ୍ଥାରେ କାମ କରିବାକୁ ମନା କରି ତାଙ୍କ ନାମ...

ସେମିଫାଇନାଲ ମ୍ୟାଚ୍‌ ହାରିବା ପରେ ଅଧିନାୟକଙ୍କ ସହ କଥା ହେଲେ ମୋଦି

ଟୋକିଓ,୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସ୍ବର୍ଣ୍ଣ ଜିତିବା ଆଶା ଭାଙ୍ଗିଯାଇଛି। ବେଲଜିୟମ ପ୍ରଥମ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ୨-୫ରେ...

ହକି ସୁନ୍ଦରଗଡ଼ର ସ୍ପନ୍ଦନ

ସମୃଦ୍ଧ ଜନଜାତି ପରମ୍ପରା, ନୈସର୍ଗିକ ପ୍ରାକୃତିକ ସୌନ୍ଦଯର୍‌ୟ, ଖଣିଜ ସମ୍ପଦରେ ରତ୍ନଗର୍ଭା, ଆଦିମାନବଙ୍କ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଓଡ଼ିଶାର ଉପାନ୍ତରେ ଅବସ୍ଥିତ ସୁନ୍ଦରଗଡ଼ ଜିଲା।...

ଆଜି ଖେଳାଯିବ ନିର୍ଣ୍ଣାୟକ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

ଅହମ୍ମଦାବାଦ,୧।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ କରିବା ପରେ ଏବେ ଟିମ୍‌ ଇଣ୍ଡିଆ ପାଖରେ ଟି୨୦ ସିରିଜକୁ ଜିତିବାର ଭଲ ସୁଯୋଗ ରହିଛି।...

ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍‌ କୋଚ୍‌

ମାରଗାଓ, ୧୫।୩(ପି.ଟି.)- ଆଇଏସ୍‌ଏଲ୍‌ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍‌ ରନର୍ସଅପ୍‌ ହୋଇଛି। ତେବେ ଏହା ଚେନ୍ନାଇନ୍‌ ହେଡ୍‌ କୋଚ୍‌ ଓଓ୍ବେନ କୋଏଲ୍‌ଙ୍କର...

Advertisement
Archives

Model This Week