Posted inଖେଳ

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇ ସିରିଜକୁ ୨-୧ ସ୍ଥିତିକୁ ଆଣିଥିଲା। ତେବେ ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବାରୁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଖେଳଜଗତ ସହ ଜଡ଼ିତ ଲୋକେ ମଇଦାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ପୂର୍ବ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ଅହମ୍ମଦାବାଦ ପିଚ୍‌ର ଆଲୋଚନା କରି ଟୁଇଟ୍‌ କରିଥିଲେ। ଏହ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଟୁଇଟ୍‌କୁ ନେଇ ନିଜର ସହମତି ପ୍ରକାଶ କରିଥିବା ବେଳେ ଅନେକ ଜଣେ ଭାରତୀୟ ଖେଳାଳିକୁ ଏଭଳି କହିବା ଶୋଭା ପାଉନାହିଁ ବୋଲି କହିଥିଲେ।

ଏବେ ଗୌତମ ଗମ୍ଭୀର ଯୁବରାଜଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଇକେଟ ଭିନ୍ନ। ହେଲେ ଡିସିଜନ ରିଭ୍ୟୁ ସିଷ୍ଟମ(ଡିଆର୍‌ଏସ୍‌) ଆଜିକାଲି ପ୍ରମୁଖ ଭୂମିକା ନିର୍ବାହ କରୁଛି। ଯେତେବେଳେ ଅନିଲ କୁମ୍ବଲେ, ହରଭଜନ ସିଂହ ବୋଲିଂ କରୁଥିଲେ ସେତେବେଳେ କ’ଣ ଡିଆର୍‌ଏସ୍‌ ଥିଲା। କୁମ୍ବଲେଙ୍କୁ ପ୍ରାୟ ୧୦୦୦ ଏବଂ ହରଭଜନଙ୍କ ପାଖାପାଖି ୭୦୦ ଉଇକେଟ ମିଳିଥାଇପାରେ। କାରଣ ଡିଆର୍‌ଏସ୍‌ର ଭୂମିକା ଭାରତରେ ଅଧିକ। ଏହି ଦୃଷ୍ଟିକୋଣରୁ ଯୁବରାଜଙ୍କ ସହ ସହମତ ହେବି। ହେଲେ ଏଭଳି ପିଚ୍‌ରେ ଖେଳିଥିଲେ ସେମାନେ ଉଇକେଟ ନେଇ ଚାଲିଥାନ୍ତେ ଦୃଷ୍ଟିକୋଣକୁ ବିରୋଧ କରିବି। କାରଣ ଉଇକେଟ ସମସ୍ତଙ୍କ ପାଇଁ ସମାନ। ଅଶ୍ୱିନ ଏଭଳି ପିଚ୍‌ ପ୍ରସ୍ତୁତ କରିବାକୁ କହି ନ ଥାନ୍ତି। କାରଣ ଏହା ବିସିସିଆଇର କାମ। ଯେତେବେଳେ ଏଭଳି ପଡ଼ିଆ ପ୍ରସ୍ତୁତ ହୋଇଥାଏ ଅଶ୍ୱିନଙ୍କ ଉପରେ ନିଜକୁ ପ୍ରମାଣ କରିବାକୁ ଅଧିକ ଚାପ ରହିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri