Home

ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଟୋକନ, ପରିଚୟପତ୍ର ଲୋଡ଼ା

ପୁରୀ ଅଫିସ,୨୨।୧୨: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପର୍ଯ୍ୟାୟ କ୍ରମେ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ଜିଲା ପ୍ରଶାସନ ସୋମବାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରିଛି। ପ୍ରଥମ ୩ଦିନ କେବଳ ସେବାୟତ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ…

ସନ୍ତୁଷ୍ଟି ଦେଉନି ସବୁଜିମା ସର୍ଭେ

ଅନୁଗୋଳ ଅଫିସ,୨୨ା୧୨ ପ୍ରତିବର୍ଷ ଅନୁଗୋଳ ଜିଲାରେ ହେଉଛି ବନୀକରଣ। ସହସ୍ରାଧିକ ହେକ୍ଟର ଜମିରେ ଲଗାଯାଉଛି ଲକ୍ଷାଧିକ ଚାରା। ଏଥିରୁ ବନ ବିଭାଗ ନିଜେ କିଛି ରୋପଣ କରୁଥିବାବେଳେ ବଳକା ଚାରା ସରକାରୀ ଓ ବେସରକାରୀ ସଂସ୍ଥା ସହ ସାଧାରଣରେ ବଣ୍ଟନ କରାଯାଉଛି।…

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌: ଭାରତୀୟ ପୁରୁଷ ୪, ମହିଳା ୯

ଲାଉସାନେ (ସୁଇଜରଲାଣ୍ଡ), ୨୨।୧୨(ପି.ଟି.)- କୋଭିଡ୍‌-୧୯ ମହାମାରୀ ପାଇଁ ବର୍ଷର ଅଧିକାଂଶଭାଗ ଖେଳ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏଫଆଇଏଚ୍‌ (ଅନ୍ତର୍ଜାତୀୟ ହକି ଫେଡେରେଶନ) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ୪ର୍ଥ ଓ ମହିଳା ଦଳ ୯ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ବିଶ୍ୱ…

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ। ସମ୍ମାନଜନକ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସ ସମେତ ବ୍ୟାଙ୍କକ୍‌ରେ ଖେଳାଯିବାକୁଥିବା ୩ଟିି ଟୁର୍ନାମେଣ୍ଟରେ ସେମାନେ…

‘ଜାତୀୟ ଗଣିତ ଦିବସ’

ପ୍ରତି ବର୍ଷ ଡିସେମ୍ବର ୨୨ ତାରିଖକୁ ‘ଜାତୀୟ ଗଣିତ ଦିବସ’ ଭାବରେ ପାଳନ କରାଯାଇଥାଏ। ସେ ସମ୍ପର୍କରେ ଉପସ୍ଥାପନା… ବିଶିଷ୍ଟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ (ଡିସେମ୍ବର ୨୨)କୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ବିଶିଷ୍ଟ ବ୍ୟକ୍ତି…

ପିଲାଙ୍କ ସ୍ମୃତିଶକ୍ତିକୁ ପ୍ରଖର କରିବା ପାଇଁ…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ। ଏନେଇ ଆମେରିକା ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନଟିଜ୍‌ ଆଣ୍ଡ୍‌ ସାଇନ୍ସ୍‌ ପକ୍ଷରୁ କରାଯାଇଥିବା ଏକ…

ପ୍ରବଳ ଥଣ୍ଡା: ଏଠାରେ ହିଟିଂ ଗ୍ୟାରେଜ୍‌ରେ ଗରମ ହୁଏ ଗାଡ଼ି ଗିୟର ବକ୍ସ୍‌….

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଏବେ ଏଠାକାର ତାପମାତ୍ରା ମାଇନସ୍‌ ୪୪ ଡିଗ୍ରୀ ରହିଛି। ଏଠାରେ ସୂର୍ଯ୍ୟ…

ଏଭଳି ନେତା ଯାହାଙ୍କୁ ଦେଖି ଥରୁ ଥିଲା କଂଗ୍ରେସ

ହାଇଦ୍ରାବାଦ୍‌,୨୨।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ୪୮ ବର୍ଷରେ ପାଦ ଦେଇଛନ୍ତି। ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (YSRCP)ର ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ଲୋକ…

ସ୍ପେଶାଲ ପ୍ଲାନିଂ ଅଫିସ ଟ୍ରେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୨୧ା୧୨-ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ସ୍ପେଶାଲ ପ୍ଳାନିଂ ଅଫିସର ଟ୍ରେସର(ନକ୍ସା ଅଙ୍କନକାରୀ)ଜୀବଦୀଶ ପାତ୍ରଙ୍କ ଘର ଓ ଅଫିସରେ ସୋମବାର ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍‌ ପାତ୍ରଙ୍କ ବଲାଙ୍ଗୀର ସହର ଆଦର୍ଶପଡାସ୍ଥିତ ଘର, ଭାଇଙ୍କ ଘର, କଲେଜ…

୧୦୦ ଟଙ୍କାରେ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ରାଜ୍ୟର ଘରୋଇ ଲ୍ୟାବ୍‌ରେ କରୋନା ଚିହ୍ନଟ ପାଇଁ କରାଯାଉଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ୧୦୦ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଘରୋଇ ଲାବୋରୋଟୋରିଗୁଡ଼ିକ…

ସିକିମ୍‌ ସଡ଼କ ଦୁର୍ଘଟଣା: ଆସନ୍ତାକାଲି ଆସିବ ଓଡ଼ିଆ ଯବାନଙ୍କ ମୃତଦେହ

କବିସୂର୍ଯ୍ୟନଗର,୨୧ା୧୨-ସିକିମ୍‌ର ନାଥୁଲାରେ ଏକ ବରଫାବୃତ୍ତ ରାସ୍ତାରେ ଯବାନଙ୍କ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୩ ଯବାନ ଓ ଜିପ୍‌ରେ ଥିବା କମାଣ୍ଡିଂ ଅଫିସରଙ୍କ ୭ ବର୍ଷୀୟ ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତ ଓଡ଼ିଆ ଯବାନ ହେଲେ ଗଞ୍ଜାମ…

ଭାରତୀୟ ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ମୃତ

ଗ୍ୟାଙ୍ଗଟକ,୨୧।୧୨-ଉତ୍ତର ପୂର୍ବ ସିକିମ ନାଥୁଲାର ଚୀନ-ଭାରତ ସୀମା ନିକଟ ଜବାହରଲାଲ ନେହେରୁ ରୋଡରେ ରବିବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି ଘାଟିରୁ ଖସିପଡିବାରୁ ୩ ଜଣ ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri