ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା
ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର ସିରିଜ ଥିଲା ବୋଲି କୋହଲି ଇଲଂଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସୂଚନା ଦେଇଛନ୍ତି।…
ଖୋର୍ଦ୍ଧା ଲଜ୍ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ
ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ ଟାଉନ ପୋଲିସ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ମୃତଦେହ ଜବତ…
୧୪୪ରେ ପହଞ୍ଚିଲା ପୋଷ୍ୟ ବିଦ୍ୟାଳୟ
ଭୁବନେଶ୍ୱର, ୪ା୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ଆରମ୍ଭ ହୋଇଥିବା ‘ସ୍କୁଲ ଆଡ୍ପଶନ କାର୍ଯ୍ୟକ୍ରମ’କୁ ସମଗ୍ର ରାଜ୍ୟରୁ ବିପୁଳ ସମର୍ଥନ ମିଳିଛି। ରାଜ୍ୟର ବହୁ ବିଶିଷ୍ଟ ଏବଂ ଜଣାଶୁଣା ବ୍ୟକ୍ତିଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ…
ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍
ମହାକାଳପଡ଼ା,୫।୨(ଡି.ଏନ୍.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ ଓ ବାଲିଚରରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ…
ବୈତରଣୀ ସେତୁ ପ୍ରତି ବିପଦ
ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୫।୨: ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ସୀମାରେଖା ଭାବେ ବୈତରଣୀ ନଦୀ ପରିଚିତ। ଏହି ୩ ଜିଲା ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଛି ବୈତରଣୀ ସେତୁ। ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ବୈତରଣୀ…
କୋହଲି ନୁହେଁ,ଏହି କ୍ରିକେଟରଙ୍କୁ ଭୟ କରୁଛି ଇଂଲଣ୍ଡ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ଲମ୍ବା ଇନିଂସ ଖେଳିବାର ଚେତେଶ୍ୱର ପୂଜାରାଙ୍କ ଦକ୍ଷତାକୁ ବିଚାର କରି ଇଂଲଣ୍ଡ ଅଧିନାୟକ ଜୋ ରୁଟ ତାଙ୍କ ଉଇକେଟ ଏବଂ ବ୍ୟାଟିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ରାଜକୋଟରେ ଜନ୍ମଗ୍ରହଣ…
ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ
ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର ନିଦ ହଜିଛି। ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ୧୦ଦିନ ପରେ ବି…
ବାଲିଶୁୁଆଙ୍କ ସଂଖ୍ୟା କମୁଛି
ନୟାଗଡ ଅଫିସ,୫।୨: ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ ବାଲି ଶୁଆ ଭିନ୍ନ । ସାଧାରଣତଃ ଶୁଆମାନେ ଡାଳକୁ ଡାଳ ଉଡି ବୁଲନ୍ତି । ଗଛରେ ବସା ବାନ୍ଧି ରୁହନ୍ତି । କିନ୍ତୁ ବାଲି ଶୁଆ ବାଲିରେ ସୁଡ଼ଙ୍ଗ କରି ରୁହେ ଓ…
୧୧ରେ ପିଜି ସ୍ପଟ୍ ନାମଲେଖା-୨: ୬ରେ ପ୍ରକାଶ ପାଇବ ମେଧା ତାଲିକା
ଭୁବନେଶ୍ୱର,୫।୨(ବ୍ୟୁରୋ): ପୋଷ୍ଟ ଗ୍ରାଜୁଏଟ(ପିଜି) ପାଇଁ ସ୍ପଟ୍ ନାମଲେଖା-୨ ନିମନ୍ତେ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନାମଲେଖା ନେଇ ପ୍ରସ୍ତୁତ ଗାଇଡ୍ଲାଇନ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ ଅଧ୍ୟକ୍ଷ, ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ…
ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ କରିବ ଭାରତ
ଚେନ୍ନାଇ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ଅଦତ୍ନାୟକ ଜୋ ରୁଟ୍ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଏକାଦଶ:…
ହାଇକୋର୍ଟରେ ନୟାଗଡ଼ ଚିନିକଳର ଶୁଣାଣି: ସତ୍ୟପାଠ, ସମ୍ପତ୍ତି ଆକଳନ ତାଲିକା ଦାଖଲ
ନୟାଗଡ଼ ଅଫିସ,୫।୨: ହାଇକୋର୍ଟରେ ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ବିଚାରପତି ବିଶ୍ୱରଞ୍ଜନ ରଥଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ନୟାଗଡ଼ ଚିନିକଳର ଭିଡିଓ କନ୍ଫରେନ୍ସ ମୋଡ୍ରେ ଶୁଣାଣି କରିଛନ୍ତି। ନୟାଗଡ଼ ଜିଲାପାଳ ପୋମା ଟୁଡୁ ଓ ଚିନିଶିଳ୍ପର ପରିଚାଳନା…
କମିଲା ଶୀତ, ୬ରେ ହାଲୁକା ବର୍ଷା
ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ତେବେ ଶୁକ୍ରବାର ଠାରୁ ଏହା ହ୍ରାସ ପାଇଛି। କେତେକ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ଯାଏ ପାରଦ ଉପରମୁହାଁ…
Archives


