ବରୁଣେଇ ପୁରୁଣା ଡିଆରଡିଏ କୋଠା ଜବରଦଖଲ ମୁକ୍ତ ଦାବିରେ ଧାରଣା

ଖୋର୍ଦ୍ଧା ଅଫିସ,୧୫।୩: ରାଜ୍ୟ ସରକାର ୧୯୯୮ ମସିହାରେ ପ୍ରାୟ ୫୦ ଲକ୍ଷ ବ୍ୟୟ ଅଟକଳରେ ବରୁଣେଇ ପାହାଡ଼ ପାଦଦେଶରେ ୧.୮୩୨ ଏକର ଜାଗା ଉପରେ ଏକ ଡିଆରଡିଏ କୋଠା ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ନୂତନ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଏହା ସ୍ଥାନାନ୍ତରିତ ହୋଇଥିଲା। ପୁରୁଣା କୋଠାରେ ଡିଆରଡିଏର ତାଲିମ କେନ୍ଦ୍ର ଲାଗି ଯୋଜନା ରହିଥିଲା। ସେଠାରେ ଇଡ୍‌କୋ ପକ୍ଷରୁ ଏକ ଘରୋଇ କଲେଜ ନିର୍ମାଣ ଲାଗି ୧୫ ଏକର ଜାଗା ଯୋଗାଇ ଦିଆଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ଡିଆରଡିଏ କୋଠା ସହ ସଂପୃକ୍ତ ଜମି ନିଜ ଅକ୍ତିଆରକୁ ନେଇ ସେଠାରେ ନିଜ କୋଠା ନିର୍ମାଣ କରିଛି। ଅନ୍ୟପକ୍ଷରେ ସେଠାରେ ରାଷ୍ଟ୍ରପତିଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ଲାଗି ଆବଶ୍ୟକ ୧୦ ଏକର ଜମି ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ବେଆଇନ ଭାବେ ସଂପୃକ୍ତ କଲେଜ ଅଧୀନରେ ପୁରୁଣା ଡିଆରଡିଏ କୋଠା ଓ ୧.୮୩୨ ଜମି ଜବରଦଖଲ ମୁକ୍ତ କରି ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିନିଯୋଗ ଦାବିରେ ସୋମବାର ସାମାଜିକ ଅନୁଷ୍ଠାନ ‘ନ୍ୟୁ ଥିଙ୍କିଙ୍ଗ ଫୋରମ’ ଏବଂ ଖୋର୍ଦ୍ଧା ସଚେତନ ନାଗରିକ ମଞ୍ଚ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପାଇକ ସଙ୍ଗଠନର କର୍ମକର୍ତ୍ତା ଏହି ଧାରଣାରେ ସାମିଲ ହୋଇଛନ୍ତି। ଏଥିସହିତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜପତ୍ରରେ ରୋଗୀ ସେବା

ସୁନାବେଡ଼ା, ୬।୫ (ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ କାଗଜପତ୍ରରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର। ୨୦୧୫-୧୬ରେ ୧୭ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ କରି ଏଇଏଫ୍‌...

ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ...

ରକ୍ଷଣାବେକ୍ଷଣ ଅଭାବ, ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମରାମତି ହୋଇନାହିଁ: ମରଣଯନ୍ତ୍ରା ପାଲଟିଛି ନୂଆଗୁଡା-ଭେଜିପଦର ରାସ୍ତା

ଜୁନାଗଡ,୨।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନୂଆଗୁଡା-ଭେଜିପଦର ଗ୍ରାମକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ରକ୍ଷଣାବେକ୍ଷଣ ଅଭାବ ଏବେ ମରଣଯନ୍ତ୍ରା ପାଲଟିଛି। ଦୀର୍ଘ ୧୦ ବର୍ଷରୁ...

ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧ା୪: ଅବକାରୀ ଗୁଇନ୍ଦା ଟିମ୍‌ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ଛକରେ ପାଟ୍ରୋଲିଂ କରୁଥିଲା। ଏକ ଅଟୋକୁ...

ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ...

ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ...

ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସର ଫାଇଦା ନେଲା ଭାଜପା

ଫୁଲବାଣୀ ଅଫିସ,୨୮।୩: ଫୁଲବାଣୀ ପୌର ପରିଷଦ ଗଠନ ହେବା ପରଠାରୁ ଏହା ବିଜେଡି ହାତରେ ଥିଲାା ଚଳିତଥର ମଧ୍ୟ ବିଜେଡି ଏହାକୁ ଜିତି ହାଟ୍ରିକ କରିବ ବୋଲି...

କାମ ନ ସରିବା ଆଗରୁ ଫାଟିଗଲାଣି ରାସ୍ତା

ଉମରକୋଟ, ୮।୨(ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି କାମ। କିନ୍ତୁ କାମ ସରିବା ପୂର୍ବରୁ ହିଁ ରାସ୍ତା ଫାଟିଗଲାଣି। ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟସ୍ଥିତ...

Advertisement
Archives

Model This Week