Posted inଖେଳ

ରାହୁଲ ଦ୍ରାଭିଡଙ୍କ ଏହି ଗୋଟିଏ ପରାମର୍ଶ ମାନି ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ

ମୁମ୍ବାଇ ଇଣ୍ଡିଆନ୍ସ ଓପନର୍‌ ତଥା ଝାଡଖଣ୍ଡର ଅଧିନାୟକ ଇଶାନ କିଷନ ଟି -୨୦ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ କିଷନ ୫ ଚୌକା ଓ ୪ ଛକା ସହାୟତାରେ ୩୨ ବଲରେ ୫୬ ରନ ସଂଗ୍ରହ କରିଥିଲେ। ୨୨ ବର୍ଷୀୟ କିଷନଙ୍କୁ  ଏହି ଇନିଂସ ଯୋଗୁ  ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ତାଙ୍କ ସଫଳତା ପଛରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ରାହୁଲ ଦ୍ରାବିଡଙ୍କ ଭୂମିକା ରହିଛି ବୋଲି ସେ କହିଛନ୍ତି। ଇଶାନ କହିଛନ୍ତି ଯେ, ତାଙ୍କ ବ୍ୟାଟିଂ ସୁଧାରିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ସେ କଥା ହୋଇଥିଲେ। ସେ ପରାମର୍ଶ ଦେଇଥିଲେ ଯେ ତାଙ୍କୁ ବଡ ଇନିଂସ ଖେଳିବା ପାଇଁ ଅଫ ସାଇଡ ଖେଳରେ ଉନ୍ନତି ଆଣିବାକୁ ପଡ଼ିବ। ଇଶାନ ରାହୁଲ ଦ୍ରାବିଡଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିଥିଲେ। ଆଇପିଏଲ ୨୦୨୦ରେ ଇଶାନ କିଷନ ମୁମ୍ବାଇ ପାଇଁ ସର୍ବାଧିକ ୫୧୬ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

ଆସିବେ ରାଷ୍ଟ୍ରପତି, ସଜେଇ ହେଉଛି ରାଉରକେଲା

ରାଉରକେଲା,୨୦।୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହେଉଛି ଇସ୍ପାତ ସହର। ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ…

ବଜ୍ରପାତରେ ପରମହଂସନାଥ ମନ୍ଦିର ଦଧିନଉତିରୁ ଖସିପଡ଼ିଲା ପଥର

କଟକ ସଦର,୨୦ା୪(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସନାଥ ମନ୍ଦିରରେ ସୋମବାର ରାତିରେ ଅଘଟଣ ଘଟିଯାଇଛି। ରବିବାର ରାତିରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା।…

ପରାଜୟ ପରେ ରିଷଭ ପନ୍ତଙ୍କ ବଡ଼ ବୟାନ: ‘ଜିତିବା ପାଇଁ, ପଞ୍ଜାବ କିଙ୍ଗସ…’

ନୂଆଦିଲ୍ଲୀ,୨୦।୪: ରବିବାର IPL 2026ର ୨୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୫୪ରନରେ ପରାଜୟ ବରଣ କରିଛି। LSG ଅଧିନାୟକ…

୫ ହଜାର ଶସ୍ତା ହେଲା ରୂପା; ସୁନା ବି କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୦ା୪: ଅକ୍ଷୟ ତୃତୀୟାରେ ସୋମବାର ବଜାର ଖୋଲିବା ସହିତ, ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ୫,୪୦୦ ରୁ ଅଧିକ…

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା…

ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା।…

ବ୍ଲାକଆଉଟ, ଏଲପିଜି ସଙ୍କଟ, ଅନାହାର ସହିତ ସଂଘର୍ଷ କରୁଛି ପାକିସ୍ତାନ…, ଯୁଦ୍ଧ ଆଲୋଚନାକୁ ନେଇ ମୁନିର-ଶେହବାଜଙ୍କ ଯୋଜନା କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୦।୪: ପାକିସ୍ତାନ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତିରେ ଅଛି। ଗୋଟିଏ ପଟେ, ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି; ଅନ୍ୟପଟେ, ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri