ଆଜି ବିଶ୍ୱ ପଖାଳ ଦିବସ: ପୁରୁଣା ଦିନକୁ ମନେ ପକାଇ ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ହେଉଛି ବିଶ୍ୱ ପଖାଳ ଦିବସ। ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନ୍ୟ ନେତାମାନଙ୍କ ସହ ଏକାଠି ବସି ପଖାଳ ଖାଉଥିବାର ଏକ ପୁରୁଣା ଫଟୋକୁ…
ସ୍ତ୍ରୀଙ୍କ ସହ ମିଶି ନୃତ୍ୟ କଲେ ଏହି କ୍ରିକେଟର
ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଟର କୃଣାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇଛନ୍ତି। ନିକଟରେ କ୍ରୁଣାଲ ସ୍ତ୍ରୀ ପନଖୁରି ଶର୍ମାଙ୍କ ସହ ନୃତ୍ୟ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି।…
ମାଗଣା ବିଜୁଳି-୫ ଲକ୍ଷଙ୍କୁ ରୋଜଗାର-ମହିଳାଙ୍କୁ ୨ହଜାର: ରାହୁଲଙ୍କ ୫ ନିର୍ବାଚନୀ ପ୍ରତିଶ୍ରୁତି
ମୁମ୍ବାଇ,୨୦।୩: ଆସାମରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍ସୋର୍ରେ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଜୋରହାଟରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ୫ ପ୍ରତିଶ୍ରୁତି ଦେଇଛନ୍ତି। ସେଥିମଧ୍ୟରେ ଲୋକଙ୍କୁ ୨୦୦ ୟୁନିଟ୍ ମାଗଣାରେ ବିଜୁଳି ଯୋଗାଣ,…
ଏମିତି ଉପାୟରେ ଚୋରା ମଦ ନେଉଥିଲେ ମାଫିଆ, ଭିଡିଓ ଦେଖିଲେ କହିବେ…
ମଦ ଚୋରାଚାଲାଣ ଏକ ନିତିଦିନିଆ ଘଟଣା। ମାତ୍ର ବେଳେବେଳେ ଚୋରଙ୍କ ଉପାୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେହିପରି ଏକ ଅଜବ ଉପାୟରେ ମଦ ଚୋରାଚାଲାଣ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…
କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ
ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର…
ପଟ୍ଟାମୁଣ୍ଡାଇ ସହରରେ ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି
ପଟ୍ଟାମୁଣ୍ଡାଇ,୨୦।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ନଂ. ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ସହରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ୧୪୪ ଧାରା ଜାରି କରାଯାଇଛି। ପ୍ରକାଶ…
ଚାଷୀଙ୍କୁ ଧାନକ୍ଷେତରେ ଦଳି ମାରିଦେଲା ହାତୀ
ସୋନପୁର,୨୦।୩(ନିପ): ସୁବର୍ଣ୍ଣପୁର ଜିଲା ସୋନପୁର ବନାଞ୍ଚଳ ଅନ୍ତର୍ଗତ ବାଙ୍କତେନ୍ତୁଳି ଗାଁର ଚାଷୀ ଉପେନ୍ଦ୍ର ଦୀପ(୫୫)ଙ୍କୁ ଏକ ଦନ୍ତାହାତୀ ପାଦରେ ଦଳି ମାରିଦେଇଛି। ଶନିବାର ଭୋର୍ ସମୟରେ ଏହି ଘଟଣା ଘଟିଛି। ଉପେନ୍ଦ୍ର ଧାନ କ୍ଷେତକୁ ଆସିଥିବା ବେଳେ ହାତୀ ହାବୁଡ଼ରେ ପଡ଼ି…
ପୁଣି ଉପରମୁହାଁ କରୋନା: ଆଜି ବି କଟକ ଆଗରେ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଶନିବାର ରାଜ୍ୟରୁ ୧୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭୧ ଜଣ…
କାଗଜରେ ପାଠ ଲେଖିଲେ ରହିବ ଅଧିକ ମନେ
ଟୋକିଓ,୨୦।୩: ପାଠ ପଢ଼ିଲେ ମଧ୍ୟ କେତେକ ଛାତ୍ରୀଛାତ୍ରଙ୍କର ଏହା ମନେ ରହି ନ ଥାଏ। ତେବେ ସମ୍ପ୍ରତି ଜାପାନର ଟୋକିିଓରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କାଗଜରେ ପାଠ ଲେଖିଲେ ଅଧିକ ମନେ ରହିବ। ପାଠ ପଢ଼ା…
ଏଠାରେ ଗୋଟିଏ ପାଣି ବୋତଲର ଦାମ୍ ରହିଛି…
କଥାରେ ଅଛି ଦୁନିଆରେ ସବୁ ଜିନିଷ ମିଳିଥାଏ, କେବଳ ବଜାରର ଆବଶ୍ୟକତା ରହିଛି। ସେମିତି କିଛି ଏବେ ଦେଖିବାକୁ ମିଳିଛି। ପ୍ରକୃତି ସମସ୍ତଙ୍କୁ ମାଗଣାରେ ଦଉଥିବା ପାଣି ଏବେ କିଣିବାକୁ ପଡ଼ୁଛି। କେତେକ ସ୍ଥାନରେ ଏହାର ମୂଲ୍ୟ ଏତେ ଅଧିକ ଯେ,…
ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍
ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ହତ୍ୟାକାରୀ କହିଛନ୍ତି। ସେ କହିଛନ୍ତି, ୨୦୨୦ ଆମେରିକୀୟ ନିର୍ବାଚନରେ ପୁଟିନଙ୍କ ଠକେଇର ପ୍ରମାଣ ପାଇଛନ୍ତି। ସେ ଚାହିଁଲେ ପଦକ୍ଷେପ ନେଇପାରିବେ। ପୁଟିନ୍ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ…
ପଶ୍ଚିମବଙ୍ଗରେ ୫୫ ବର୍ଷ ଧରି ବିକାଶ ଅଟକି ରହିଛି: ମୋଦି
କୋଲକାତା,୨୦।୩: ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି। ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଡ଼ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏଭଳି…
Archives


