ମେଡିକାଲ ଅକ୍ସିଜେନ୍‌

ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍‌ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ କ୍ରୟ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ପ୍ରଶ୍ନ ଉଠେ, ମେଡିକାଲ ଅକ୍ସିଜେନ୍‌ କ’ଣ ଏବଂ ଏହା ସାଧାରଣ ଅକ୍ସିଜେନ୍‌ଠାରୁ ଅଲଗା କିପରି? ଆମ ବାୟୁମଣ୍ଡଳରେ ୨୧ ପ୍ରତିଶତ ଅର୍ଥାତ୍‌ ଏକ-ପଞ୍ଚମାଂଶ ଅକ୍ସିଜେନ୍‌ ଥିଲାବେଳେ ଏହାକୁ ବାୟୁମଣ୍ଡଳରୁ ସିଧାସଳଖ ଗ୍ରହଣ କରି ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ରୋଗୀଙ୍କ ଶ୍ବାସକ୍ରିୟା ନିମନ୍ତେ ହସ୍‌ପିଟାଲକୁ ଯୋଗାଣ କରାଯାଇ ପାରିବ ନାହିଁ କାହିଁକି? ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ କରାଯାଏ କିପରି, ଇତ୍ୟାଦି ଇତ୍ୟାଦି?
ମେଡିକାଲ ଅକ୍ସିଜେନ୍‌ କ’ଣ : ଆଇନ ଅନୁସାରେ ମେଡିକାଲ ଅକ୍ସିଜେନ୍‌ ସ୍ବାସ୍ଥ୍ୟକ୍ଷେତ୍ର ନିମନ୍ତେ ଏକ ଅତ୍ୟାବଶ୍ୟକ ସାମଗ୍ରୀ, ଯାହାକୁ୨୦୧୫ରେ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚୀରେ ଏକ ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ମାନ୍ୟତା ଲାଭ କରିଛି । ମେଡିକାଲ ଅକ୍ସିଜେନ୍‌ର ତାତ୍ପର୍ଯ୍ୟ ହେଉଛି ୯୮ ପ୍ରତିଶତ ପର୍ଯ୍ୟନ୍ତ ବିଶୁଦ୍ଧ ଅକ୍ସିଜେନ୍‌ ଯାହା ଅନ୍ୟ ପଦାର୍ଥ ଯଥା ଧୂଳିକଣା, ଜଳୀୟବାଷ୍ପ ଏବଂ ବିଭିନ୍ନ ଗ୍ୟାସ ସବୁରୁ ମୁକ୍ତ ଥାଏ। ଏହାକୁ ବାୟୁମଣ୍ଡଳରୁ ସିଧାସଳଖ ଗ୍ରହଣ କରି ସିଲିଣ୍ଡରରେ ଭର୍ତ୍ତି କରାଯାଇ ପାରିବ ନାହିଁ କାହିଁକି? ଆମ ଚାରିପଟେ ଥିବା ବାୟୁମଣ୍ଡଳରେ ମାତ୍ର ୨୧ ପ୍ରତିଶତ ଅକ୍ସିଜେନ୍‌ ଉପଲବ୍ଧ ଅଛି। ମାତ୍ର ଏହାକୁ ହସ୍‌ପିଟାଲରେ ଜରୁରିକାଳୀନ ଆବଶ୍ୟକତା ନିମନ୍ତେ ବିନିଯୋଗ କରାଯାଇ ପାରିବ ନାହିଁ। ମେଡିକାଲ ଅକ୍ସିଜେନ୍‌କୁ ପ୍ରକୃତପକ୍ଷରେ ବଡ ବଡ କାରଖାନାରେ ତରଳ ରୂପରେ ପ୍ରସ୍ତୁତ କରି ବିତରଣ କରାଯାଏ।
ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ କରାଯାଏ କିପରି : ଯେପରି ଜଳକୁ ଶୂନ (୦) ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାକୁ ଥଣ୍ଡା କଲେ ଏହା ଅବସ୍ଥା ପରିବର୍ତ୍ତନ କରି ବରଫ ଏବଂ ୧୦୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାକୁ ଗରମ କଲେ ଅବସ୍ଥା ପରିବର୍ତ୍ତନ କରି ବାଷ୍ପରେ ପରିଣତ ହୁଏ।
ସେହିପରି ବାୟୁରେ ଥିବା ଅକ୍ସିଜେନ୍‌, ନାଇଟ୍ରୋଜେନ୍‌ ସମେତ ବିଭିନ୍ନ ଗ୍ୟାସ୍‌ ତାପମାତ୍ରା ଅନୁସାରେ ସେମାନଙ୍କ ଅବସ୍ଥା ପରିବର୍ତ୍ତନ କରିଥା’ନ୍ତି । ପ୍ରକୃତପକ୍ଷରେ, ସେମାନଙ୍କ ସ୍ଫୁଟନାଙ୍କ ଅତି କମ୍‌ ଥିବାରୁ ସେମାନେ ସାଧାରଣ ବାୟୁମଣ୍ଡଳୀୟ ତାପମାତ୍ରାରେ ଗ୍ୟାସ୍‌ ରୂପରେ ଥାଆନ୍ତି। ଅକ୍ସିଜେନ୍‌ -୧୮୩ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଅବସ୍ଥା ପରିବର୍ତ୍ତନ କରି ତରଳରୁ ଗ୍ୟାସ୍‌ ରୂପରେ ପହଞ୍ଚତ୍ ଥାଏ। ଫଳରେ ଗ୍ୟାସୀୟ ଅକ୍ସିଜେନ୍‌କୁ -୧୮୩ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ଥଣ୍ଡା କଲେ ତାହା ତରଳ ଅକ୍ସିଜେନ୍‌ରେ ପରିଣତ ହୋଇଥାଏ। ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ ନିମନ୍ତେ ଆମ ଚାରିପଟର ବାୟୁମଣ୍ଡଳରୁ ଶୁଦ୍ଧ ଅକ୍ସିଜେନ୍‌କୁ ବୈଜ୍ଞାନିକ ପ୍ରଣାଳୀରେ ପୃଥକ କରାଯାଇଥାଏ। ବାୟୁର ଗଠନ ଅନୁସାରେ, ଏହାର ୭୮ ପ୍ରତିଶତ ଭାଗ ନାଇଟ୍ରୋଜେନ୍‌, ୨୧ ପ୍ରତିଶତ ଅକ୍ସିଜେନ୍‌ ଏବଂ ଅବଶିଷ୍ଟ ପ୍ରତିଶତ ଆର୍ଗନ୍‌, ହିଲିୟମ୍‌, ନିୟନ୍‌, କ୍ରିପ୍ଟନ୍‌, ଜେନୋନ୍‌ ଭଳି କିଛି ଗ୍ୟାସରେ ଗଢା।  ଏହି ସବୁ ଗ୍ୟାସର ସ୍ଫୁଟନାଙ୍କ ଅତି କମ୍‌ ହୋଇଥିଲେ ମଧ୍ୟ ଅଲଗା ଅଲଗା। ଫଳରେ ଆମେ ବାୟୁକୁ ଥଣ୍ଡା କଲେ -୧୦୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ପ୍ରଥମେ ଜେନୋନ୍‌ ଗ୍ୟାସ୍‌ ତରଳୀକୃତ ହେବାରୁ ଏହାକୁ ଅଲଗା କରାଯାଇପାରେ। ତା’ପରେ -୧୫୩ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ କ୍ରିପ୍ଟନ୍‌ ଗ୍ୟାସ୍‌ ତରଳୀକୃତ ହୋଇ ଅଲଗା ହୋଇଯାଏ I ଆଉ ତା’ପରେ, ଅକ୍ସିଜେନ୍‌ -୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରରେ ତରଳୀକୃତ ହୋଇ ପୃଥକ ହୋଇଯାଏ। ବାୟୁରୁ ବିଭିନ୍ନ ଗ୍ୟାସକୁ ଅଲଗା କରିବାର ଏହି ପଦ୍ଧତିକୁ ‘କ୍ରାୟୋଜେନିକ ପଦ୍ଧତି’ କୁହାଯାଏ। ଏହି ପଦ୍ଧତି ଜରିଆରେ ବାୟୁରୁ ପୃଥକୀକୃତ ହେଉଥିବା ଅକ୍ସିଜେନ୍‌ ୯୯.୫ ପ୍ରତିଶତ ପର୍ଯ୍ୟନ୍ତ ଶୁଦ୍ଧ ହୋଇଥାଏ। ଏହି ସମସ୍ତ ପ୍ରକ୍ରିୟା ଅତି ଉଚ୍ଚ ଚାପରେ ସମ୍ପାଦିତ କରାଯାଏ ଯାହାଦ୍ବାରା ଗ୍ୟାସର ସ୍ଫୁଟନାଙ୍କ ଯଥେଷ୍ଟ ବଢି ଯାଉଥିବାରୁ ଗ୍ୟାସକୁ ବେଶି ଥଣ୍ଡା କରିବାକୁ ପଡେ ନାହିଁ। ଏହି ପ୍ରକ୍ରିୟା ସମ୍ପାଦନ ପୂର୍ବରୁ ସାଧାରଣ ବାୟୁରୁ ବିଭିନ୍ନ ଅଦରକାରୀ ପଦାର୍ଥ ଯଥା ଧୂଳିକଣା, ତୈଳକଣିକା ଇତ୍ୟାଦିକୁ ଫିଲ୍ଟର ଜରିଆରେ ଛାଣି ଅଲଗା କରାଯାଏ।
ଅକ୍ସିଜେନ୍‌ ହସ୍‌ପିଟାଲରେ ପହଞ୍ଚେ କିପରି : ଉତ୍ପାଦନକାରୀ କାରଖାନା ତରଳ ଅକ୍ସିଜେନକୁ ବଡ ବଡ କ୍ରାୟୋଜେନିକ ଟ୍ୟାଙ୍କରରେ ଭର୍ତ୍ତି କରି ଅତି ଶୀତଳ ତାପମାତ୍ରାରେ ଯାନ ଦ୍ବାରା ବିତରଣକାରୀ ସଂସ୍ଥାଙ୍କ ନିକଟରେ ପହଞ୍ଚାଏ।  ବିତରଣକାରୀ ସଂସ୍ଥା ଏହାର ଚାପ ହ୍ରାସ କରି ଗ୍ୟାସ୍‌ ରୂପକୁ ଆଣି ଅଲଗା ଅଲଗା ଆୟତନର ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ହସ୍‌ପିଟାଲକୁ କିମ୍ବା ଛୋଟ ଯୋଗାଣକାରୀ ସଂସ୍ଥା ନିକଟକୁ ପ୍ରେରଣ କରେ।
ଜଣେ ମନୁଷ୍ୟ ପାଇଁ କେତେ ଅକ୍ସିଜେନ୍‌ ଆବଶ୍ୟକ : ପରିଶ୍ରମ କରୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଶ୍ବାସକ୍ରିୟା ପାଇଁ ପ୍ରତି ମିନିଟରେ ୭ ରୁ ୮ ଲିଟର ବାୟୁ ଆବଶ୍ୟକ ହୋଇଥାଏ। ଶ୍ବାସକ୍ରିୟା ଜରିଆରେ ଫୁସ୍‌ଫୁସକୁ ପ୍ରବେଶ କରୁଥିବା ବାୟୁରେ ପ୍ରାୟ ୨୦ ପ୍ରତିଶତ ଅକ୍ସିଜେନ୍‌ ଥିଲାବେଳେ ପ୍ରଶ୍ବାସରେ ନିର୍ଗତ ବାୟୁରେ ୧୫ ପ୍ରତିଶତ ଅକ୍ସିଜେନ୍‌ ରହିଥାଏ। ଅର୍ଥାତ୍‌, ଶ୍ବାସକ୍ରିୟା ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରୁଥିବା ବାୟୁର ମାତ୍ର ୫ ପ୍ରତିଶତ ଶରୀର ଦ୍ବାରା ବ୍ୟବହୃତ ହୋଇଥାଏ। ସୁତରାଂ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ପ୍ରତି ୨୪ ଘଣ୍ଟାରେ ୫୫୦ ଲିଟର ଶୁଦ୍ଧ ଅକ୍ସିଜେନ୍‌ ଆବଶ୍ୟକ ହୋଇଥାଏ।
ମାତ୍ର ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଅକ୍ସିଜେନ୍‌ ଆବଶ୍ୟକ ପଡିଥାଏ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତି ମିନିଟ୍‌ କୁ ୧୨ ରୁ ୨୦ ଥର ଶ୍ବାସକ୍ରିୟା ସମ୍ପାଦନ କରିଥା’ନ୍ତି I ଏହାଠାରୁ ଅଧିକ କିମ୍ବା କମ୍‌ ଶ୍ବାସକ୍ରିୟା ହାର କିଛି ଅସୁସ୍ଥତାର ଲକ୍ଷଣ ହୋଇପାରେ। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?