Home

ପିଏମ୍‌ଏଓ୍ବାଇରେ ବହୁ କୋଟିର ଦୁର୍ନୀତି

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବହୁକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍‌ କରିଛି ସିବିଆଇ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟର କପିଲ୍‌ ଓ ଧୀରଜ ଓ୍ବାଧଓ୍ବାନଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛନ୍ତି।…

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ବୁଧବାର ଏନେଇ ଏକ ସଂକ୍ଷିପ୍ତ ବିବୃତି ପ୍ରକାଶ ପାଇଛି। ଇନ୍‌-ହାଉସ୍‌ ପ୍ରକ୍ରିୟାରେ ଯାଞ୍ଚ…

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୫ା୩:ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ଦୁହେଁ ହେଲେ ମଙ୍କୁ ଓୟାମ୍‌(ଜୟରାମ) ଏବଂ ଲାଛୁ ମାଡ଼କାମ(ବିଶ୍ୱନାଥ)। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି ଲାଛୁଙ୍କ ଘର ଆଡ଼ିସମେଟ ଗ୍ରାମରେ। ଦୁହେଁ…

‘ଶତପ୍ରତିଶତ ପ୍ରସ୍ତୁତି ପ୍ରମାଣପତ୍ର ଦିଅ’

ଭୁବନେଶ୍ୱର, ୨୫ା୩(ବ୍ୟୁରୋ): ରାଜ୍ୟର ପାନୀୟଜଳ ଯୋଗାଣ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ କର୍ତ୍ତୃପକ୍ଷ ପାନୀୟ ଜଳ ଯୋଗାଣ ନେଇ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣପତ୍ର ଦେବା ଲାଗି…

ରାଜ୍ୟରେ ୪୮୫୩ ସୁନା ଦୋକାନ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ମୋଟ ୪୮୫୩ ସୁନା ଦୋକାନ ଅଛି। ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ୨୭୬ ଦୋକାନରେ ଚଢ଼ାଉ କରାଯାଇ ୬ ଲକ୍ଷ ୬ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୯-୨୦ରେ ୪୦୦ ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ…

ଧାରଣାରେ ବସିଲେ ତାରା

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରେ ଖାଇବା ତେଲ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସବୁ ମହଙ୍ଗା। ସୋରିଷ ତେଲ ଦୁଇମାସ ତଳେ ୭୦ଟଙ୍କା ଥିଲା। ଏବେ ୧୮୦ଟଙ୍କା ହୋଇଗଲାଣି। ସାଧାରଣ ଲୋକ ତ୍ରାହି ତାହି ଡାକିଲେଣି। ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାନସଭାରେ…

ଚାନ୍ଦବାଲିବାସୀଙ୍କ ପାଇଁ କହିବାକୁ କେହି ରୋକିପାରିବେ ନାହିଁ: ବ୍ୟୋମକେଶ

ଭୁବନେଶ୍ୱର,୨୫ା୩(ବ୍ୟୁରୋ) :ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲା ବାଁଶଡ଼ା ଥାନାର ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ଏଏସଆଇ)ଙ୍କୁ ଫୋନରେ ଧମକ ଦେବା ପ୍ରସଙ୍ଗକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉଠାଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି,…

ବିଧାନସଭାରେ ମାଣ୍ଡିଆ ଖାଇବେ ବିଧାୟକ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ବିଧାୟକମାନେ ବିଧାନସଭାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବେ। ଖୋଦ୍‌ କୃଷି ମନ୍ତ୍ରୀ ବିଧାୟକମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖୁଆଇବେ। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଭଲ। ସକାଳେ ଖାଇଲେ ଏହାର ଉପକାର ମିଳିଥାଏ। ବାଚସ୍ପତି ଯଦି ଅନୁମତି ଦେବେ ତେବେ ବିଧାୟକମାନଙ୍କୁ ବିଧାନସଭାରେ…

ନିଖୋଜ ଛାତ୍ରଙ୍କ ମୃତଦେହ ହୋଟେଲରୁ ମିଳିଲା

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଦୁଇଦିନ ଧରି ନିଖୋଜ ଥିବା କଟକ ଜେକେବିକେ କଲେଜ ଛାତ୍ର ଅଭିଷେକ କୁମାର ନାୟକଙ୍କ ମୃତଦେହ ବୁଧବାର ଭୁବନେଶ୍ୱରରୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ରିଜେଣ୍ଟ ହୋଟେଲ କବାଟ ଭାଙ୍ଗି ପୋଲିସ ମୃତଦେହକୁ ଜବତ କରିଛି। ପରେ ତାହାକୁ…

ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ। ବୁଧବାର ମହିଳାଙ୍କ ସ୍କେଚ୍‌ ଥିବା ପୋଷ୍ଟରକୁ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ସହ ସହରର ବିଭିନ୍ନ…

ବର୍ଷେ ପରେ କମିଲା ତେଲ ଦର

ଭୁବନେଶ୍ୱର,୨୫ା୩: ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ତେଲ ଦର ବୁଧବାର କମିଛି। ପେଟ୍ରୋଲ ଲିଟର ପିଛା ୧୮ ଏବଂ ଡିଜେଲ ୧୭ ପଇସା ଖସିଛି। ଫଳରେ ଭୁବନେଶ୍ୱରରେ ଏହାର ଦର ଯଥାକ୍ରମେ ୯୧.୭୨ ଟଙ୍କା ଏବଂ ୮୮.୬୦…

ମିସେସ୍‌ ଫେମିନା ୨୦୨୧: ଟପ୍‌-୨୦ରେ ଈପ୍‌ସିତା

ଭଦ୍ରକ ଅଫିସ, ୨୫।୩: ସାରା ଭାରତବର୍ଷର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଟପ୍‌ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୋହୂ ଈପ୍‌ସିତା ପ୍ରିୟଦର୍ଶିନୀ(୨୭)। ପେସାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିଲେ ହେଁ ମଡେଲିଂ ନିଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri