ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ବେଶ୍‌ ଗୋପନୀୟ ଭାବେ କରାଯାଇଛି। ଏଥିରେ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଲୋକ ଉପସ୍ଥିତ ଥିଲେ।

ଓ୍ବେବ୍‌ସିରିଜ ‘ବାରିଶ୍‌’ ସହ ଧାରାବାହିକ ‘ଯାଦୁ ହେ ଜିନ୍ନ କା’, ‘କୁବୁଲ ହେ’, ‘ଏକ ହସିନା ଥି’, ‘ଜାନା ନା ଦିଲ ସେ ଦୂର’ରେ ଅଭିନୟ କରିଛନ୍ତି ବିକ୍ରମ। ସବୁଥିରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି। ଏବେ ସେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବିବାହର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ସେ ଲେଖିଛନ୍ତି, ଆଜିଠାରୁ ଆମେ ଆଧିକାରିକ ଭାବେ ଏକ ହୋଇଯାଇଛୁ। ମା’ବାପା ଏବଂ ଭଗବାନଙ୍କ ଆଶୀର୍ବାଦରୁ ସ୍ନେହା ଏବଂ ମୁଁ ଜୀବନର ନୂଆ ଯାତ୍ରା ଆରମ୍ଭ କରୁଛି। ଏହି ଦିନରେ ବନ୍ଧୁମାନଙ୍କ ଗହଣରେ ରହିପାରୁନାହିଁ। ହେଲେ ଭଲପାଇବା ପାଇଁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼

ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ...

ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି।...

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକଙ୍କ ସହ ଛୁଟିକାଟିବାକୁ ବାହାରିଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ବିକି ଜୈନ୍‌ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଙ୍କିତା ଏବେ ବିକିଙ୍କ ପ୍ରତିଥିବା ପ୍ରେମକୁ ପ୍ରକାଶ କରିବାକୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ,୩୧।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଶୁକ୍ରବାର ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ ଗୌତମ କିଚ୍‌ଲୁଙ୍କୁ ସେ ବିବାହ କରିଛନ୍ତି।...

ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ...

ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍‌ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍‌ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’

ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ...

ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି...

ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା।...

Advertisement
Archives

Model This Week