କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ ବସି ଭୋ ଭୋ ହୋଇ କାନ୍ଦୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଏହି କୋହଭରା ଭିଡିଓକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।

ଜିଲାରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଚାଲିଛି। ଗତ ୨୪ ଏପ୍ରିଲରୁ ୨୯ ତାରିଖ ମଧ୍ୟରେ ଜିଲାରେ ୧୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅକ୍ସିଜେନ ଅଭାବରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରୋଗୀଙ୍କ ମୃତ୍ୟୁ ଦେଖି ଡାକ୍ତର ନିଜର କୋହ ସମ୍ଭାଳି ପାରିନାହାନ୍ତି। କହିଛନ୍ତି, ଆଖି ସାମ୍ନାରେ ଏମିତି ଘଟୁଥିଲେ ମଧ୍ୟ ଆମେ ରୋଗୀଙ୍କୁ ବଞ୍ଚାଇ ପାରୁନୁ। ସେ ମୁହଁରେ ହାତ ଦେଇ ଭୋ ଭୋ କାନ୍ଦିଥିଲେ। ଭିଡିଓଟିକୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ସୂର୍ଯ୍ୟ ପ୍ରତାପ ସିଂ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ପୂରା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଭେଣ୍ଟିଲେଟରରେ। ତାଙ୍କର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୭।୫: କରୋନା ମହାମାରୀ ସହ ଲଢିବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଏମାନେ ସାଧାରଣ ଜନତାକୁ ଘରେ ସୁରକ୍ଷିତ ରଖିବାକୁ ଯାଇ ଦିନ ରାଜି ରାଜରାସ୍ତାରେ...

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ...

ପ୍ରିୟଙ୍କା ଚତୁର୍ବେଦୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କଲା ଶିବସେନା

ମୁମ୍ବାଇ,୧୩।୩(ପି.ଟି.): ଶିବସେନା ଉପନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଗୁରୁବାର ମହାରାଷ୍ଟ୍ରରୁ ରାଜ୍ୟ ସଭା ପ୍ରାର୍ଥ କରାଯାଇଛି। ୨୦୧୯ ଏପ୍ରିଲରେ କଂଗ୍ରେସ ସହ ମତଭେଦକୁ ନେଇ ଦଳ ଛାଡ଼ି...

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶହେ ଲକ୍ଷ କୋଟି ହେବ ବିନିଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶହେ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରତ୍ୟେକ ନାଗରିକଙ୍କ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସରକାର ନେଉଛନ୍ତି ଏପରି ପଦକ୍ଷେପ ଜାଣନ୍ତୁ

ନୂଆଦିଲ୍ଲୀ,୨୮ା୯: ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ଦେଶର ପ୍ରତ୍ୟେକ...

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

ଋଣ ବୋଝ: ୪ ବର୍ଷରେ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛନ୍ତି ୧୨ ହଜାର ଚାଷୀ

ମୁମ୍ବାଇ,୨୨।୬: ଋଣ ବୋଝ ସହି ନ ପାରି ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୪ ବର୍ଷରେ ରାଜ୍ୟରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା...

Advertisement


Archives

Model This Week