Home

ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ

ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଏହି ଅଭିଯୋଗକୁ…

ବନ୍ଦ ହେଲା ଧାରାବାହିକ, ଚଳଚ୍ଚିତ୍ର ଶୁଟିଂ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବୋଲ ମାନୁନାହିଁ କରୋନା। ତେଣେ ଦିନକୁ ଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳିସ୍ଥିତିରେ ଜରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରିଦିଆଯାଇଥିବା ବେଳେ ରବିବାର ଏସ୍‌ଆର୍‌ସିଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ…

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗେି ରହିଛି। ଧୀରେଧୀରେ ପବନର ବେଗ ବଢୁଥିବାରୁ ଗଛ ଭାଙ୍ଗି ପଡ଼ି ରାସ୍ତା…

ବେକାବୁ କରୋନା: ଆଜି ରାଜ୍ୟରେ ୧୧,୭୩୨ ପଜିଟିଭ୍‌ ଚିହ୍ନଟ; ପୁଣି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫୬୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୫୧୬୩ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ…

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ଜୀବନ ବଞ୍ଚାଇବା ଲାଗି କଢ଼ାଗଲା ଆଖି…

ଯୋଧପୁୁର,୧୬।୫: କରୋନାରେ ମହାମାରୀ ସଂକ୍ରମଣ ସହିତ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଧୀରେଧୀରେ ବ୍ଲାକ୍‌ ଫଙ୍ଗସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଜଣେ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ବ୍ଲାକ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଆଖିକୁ ଅପରେଶନ…

ହସ୍ପିଟାଲରେ ମିଳୁନି ବେଡ୍‌: ଘରେ ମରୁଛନ୍ତି ଲୋକେ…

ବେଙ୍ଗାଲୁରୁ,୧୬।୫: କରୋନାରେ ମହାମାରୀ ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳୁନି। ଏପରିସ୍ଥଳେ ଲୋକେ ଘରେ ରହି ଚିକିତ୍ସିତ ହୋଇ ଶେଷରେ ମରୁଛନ୍ତି। ଗତବର୍ଷ ବ୍ରିଟେନ୍‌ରେ ଦେଖାଦେଇଥିବା ସ୍ଥିତି କର୍ନାଟକରେ ସୃଷ୍ଟି…

କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍‌ପି ରାଜୀବ ସାତଭ୍‌ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୨୨ରେ ରାଜୀବଙ୍କ ନମୁନା…

ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଗତମାସରେ ସେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ସେ କହିଛନ୍ତି ‘ ଦୁସରା…

କରୋନା ଦ୍ୱିତୀୟ ଲହର: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତକଙ୍କ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ…

ସରକାରଙ୍କ ଟିକା ନୀତି ତୃତୀୟ ଲହରକୁ ଡାକିଆଣିବ

ନୂଆଦିଲ୍ଲୀ, ୧୬।୫(ପି.ଟି.): ଏକ ଉପଯୁକ୍ତ ଜାତୀୟ ଟିକା ରଣନୀତି ପ୍ରସ୍ତୁତି ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆହ୍ବାନ ଦେଇଛନ୍ତି। ସରକାରଙ୍କ ବିନାଶକାରୀ ଟିକା ନୀତି ଦେଶରେ କରୋନାର ବିଧ୍ୱଂସକାରୀ ତୃତୀୟ ଲହରକୁ ଡାକିଆଣିବ ବୋଲି ସେ କହିଛନ୍ତି। ଗଙ୍ଗାନଦୀରୁ…

ଇସ୍ରାଏଲ୍‌ ଆକ୍ରମଣରେ ଗାଜା ଟାଓ୍ବାର ଧ୍ୱଂସ

ଗାଜା ସିଟି, ୧୬।୫: ଗାଜା ସିଟିର ଦୁଇଟି ସ୍ଥାନରେ ଶନିବାର ଇସ୍ରାଏଲ୍‌ ବିମାନ ଆକ୍ରମଣ କରିଛି। ଏଥିରେ ଏକ ସୁଉଚ୍ଚ ଟାଓ୍ବାର ଧ୍ୱଂସ ହୋଇଯାଇଛି। ଉକ୍ତ ୧୨ ମହଲା ଅଟ୍ଟାଳିକାରେ ଆସୋସିଏଟେଡ୍‌ ପ୍ରେସ୍‌ ଏବଂ ଅଲ୍‌ ଜଜିରାର କାର୍ଯ୍ୟାଳୟ ସମେତ ଅନ୍ୟ…

ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ

କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସରକାରଙ୍କ ଭୁଲ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିକା ନୀତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?