କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍‌ପି ରାଜୀବ ସାତଭ୍‌ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୨୨ରେ ରାଜୀବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ। ସେ ୧୯୭୪ ସେପ୍ଟମ୍ବର ୨୧ରେ ମହାରାଷ୍ଟ୍ରର ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ଥିଲେ। ୨୦୧୪ରେ ହିଙ୍ଗୋଲି ଲୋକସଭା ଆସନରୁ ସେ ବିଜୟୀ ହୋଇଥିଲେ। ୨୦୨୦ରେ ସେ ରାଜ୍ୟସଭା ଏମ୍‌ପି ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଟାର୍ଗେଟ୍‌ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ...

ଚିନ୍ତା ବଢ଼ାଇଲାଣି ସଂକ୍ରମଣ

ନୂଆଦିଲ୍ଲୀ,୧୬।୩: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଦେଶରେ ମୋଟ ୨୬,୨୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ...

୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ...

ମହାରାଷ୍ଟ୍ର ଗସ୍ତରେ ମୋଦି,ତୁକାରାମ ମନ୍ଦିରର କରିବେ ଉଦ୍‌ଘାଟନ

ମୁମ୍ବାଇ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ଗସ୍ତ କରିବେ। ସେଠାରେ ମୋଦି ପୁଣେ ଦେହୁରେ ଥିବା ଜଗତଗୁରୁ ସନ୍ତ ତୁକାରାମ ମହାରାଜଙ୍କ ପ୍ରତିମୂର୍ତ୍ତି ଏବଂ...

୧୩ ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିବାରୁ ମୁଣ୍ଡରେ ଲାଗିଥିଲା ଗଭିର ଆଘାତ

ନୂଆଦିଲ୍ଲୀ,୧୩।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁଇଦିନ ତଳେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ଜଣାପଡିଥିଲା। ଏବେ ଦିଲ୍ଲୀର ଏକ ହସ୍ପିଟାଲରେ...

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ...

୩୮ ବର୍ଷ ହେବ ବିଜୁଳି ସଂଯୋଗ ନ ପାଇ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଲେ ଚାଷୀ

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ଜଣେ ୩୯ ବର୍ଷୀୟ ଯୁବ ଚାଷୀ ବୁଲଦାନାଠାରେ ୨ଜଣ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଈଶ୍ୱର ସୁପରାଓ...

ନରମିଲେ ସିଦ୍ଧୁ

ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍‌...

Advertisement
Archives

Model This Week