Posted inଜାତୀୟ

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗେି ରହିଛି। ଧୀରେଧୀରେ ପବନର ବେଗ ବଢୁଥିବାରୁ ଗଛ ଭାଙ୍ଗି ପଡ଼ି ରାସ୍ତା ଅବରୋଧ ହୋଇଯାଇଛି। ଏହି ବାତ୍ୟା ମେ’ ୧୮ରେ ଗୁଜରାଟର ଭେରାବଲ ଏବଂ ପୋରବନ୍ଦର ମଧ୍ୟରେ ଥିବା ମାଙ୍ଗରୋଲରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ଯୋଗୁ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ‘ତଉକତେ’ ପ୍ରଭାବରେ ଗୋଆ, ଗୁଜରାଟ, ମହାରାଷ୍ଟ୍ର ଏବଂ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୭ ମେ’ରେ ବାତ୍ୟା ପ୍ରଭାବରେ ମୁମ୍ବାଇ ସହିତ ଉତ୍ତର କୋଙ୍କଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳ ବାସିନ୍ଦାଙ୍କ ସ୍ଥାନାନ୍ତରଣ ଜାରି ରହିବା ସହିତ ୫୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବା ଲାଗି ସଜାଗ ରଖାଯାଇଛି। ସେହିପରି କଚ୍ଛ ଅଞ୍ଚଳରେ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ସତର୍କ ରଖାଯାଇଛି। ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ନ ଯିବା ଲାଗି ଧୀବରଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପୀଡ଼ିତାଙ୍କୁ ବିବାହ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଇନ୍ଦୋର, ୬।୯: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍‌ ଏକ ନିଆରା ରାୟ ଦେଇଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିବା ସର୍ତ୍ତରେ କୋର୍ଟ ଜେଲ୍‌ରେ ଥିବା ଅଭିଯୁକ୍ତକୁ...

ରାଫାଲର ଗୃହପ୍ରବେଶ

ନୂଆଦିଲ୍ଲୀ, ୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତରେ ଗୃହପ୍ରବେଶ କରିଛି। ଫ୍ରାନ୍ସ୍‌ରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ ୫ଟି...

‘କୃଷକ ଦେଢ ବର୍ଷ ବସିଲେ ଆପଣ ୧୫ ମିନିଟରେ ବ୍ୟସ୍ତ ହୋଇପଡିଲେ’: ସିଦ୍ଧୁ

ଚଣ୍ଡିଗଡ଼,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ବାଟରେ ତାଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ ଗାଡି ମଝି...

କ୍ୱାରାଣ୍ଟାଇନ୍‌ରେ ରହିଲେ ୪୭ ଛେଳି

ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଫଳରେ ଜଣେ...

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର...

ଭାରତର ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ,୭।୯: ପାକିସ୍ତାନ ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି। ପାକ୍‌ ବୈଦେଶିକମନ୍ତ୍ରୀ ଏମ୍‌ଏସ୍‌ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ...

ମହିଳା, ଶିଶୁ ବିରୋଧୀ ଅପରାଧ ୧୫% ବୃଦ୍ଧି

ନୂଆଦିଲ୍ଲୀ, ୩୦ା୮: ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ବିଶେଷକରି ଘରୋଇ ହିଂସାର ଶିକାର ହେଉଥିବାବେଳେ...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

Advertisement
Archives

Model This Week