Posted inଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାଭିଡ ଯୋଡି

ନୂଆଦିଲ୍ଲୀ,୨୬।୫: ଏକଦିବସୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ ବିପକ୍ଷ ଦଳକୁ ଅନେକ ଥର ଟାର୍ଗେଟ କରିଛନ୍ତି। ୧୯୯୯ ବିଶ୍ୱକପରେ ଅର୍ଥାତ୍‌ ଦୀର୍ଘ ୨୨ ବର୍ଷ ପୂର୍ବେ, ଗାଙ୍ଗୁଲି ଏବଂ ଦ୍ରାଭିଡ ଟୋଟେନ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଉଇକେଟ ପାଇଁ ରେକର୍ଡ ୩୧୮ ରନ କରିଥିଲେ। ଏକଦିବସୀୟ କ୍ରିକେଟ ଇତିହାସରେ ସେହି ସମୟରେ ଯେକୌଣସି ୱିକେଟ ପାଇଁ ଏହା ସବୁଠାରୁ ବଡ ଭାଗିଦାରୀ ଥିଲା। ଏହି ବିଶ୍ୱକପ୍ର ଗ୍ରୁପ ପର୍ଯ୍ୟାୟର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେକୁ ହରାଇଥିଲା। ତୃତୀୟ ମ୍ୟାଚ୍‌ରେ ଭାରତ ଗତ ବିଶ୍ୱକପ୍‌ର ବିଜେତା ଦଳ ଶ୍ରୀଲଙ୍କାକୁ ଭେଟିଥିଲା। ଶ୍ରୀଲଙ୍କା ଦଳ ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟିକତ୍ୱରେ ଖେଳୁଥିଲା।

ଶ୍ରୀଲଙ୍କାର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଭଲ ଆରମ୍ଭ ନ ଥିଲା। ପ୍ରଥମ ଓଭରରେ ସଦାଗୋପନ ରମେଶ ୫ ରନରେ ହୋଇଥିଲେ। ଏହା ପରେ ରାହୁଲ ଦ୍ରାବିଡ ଗାଙ୍ଗୁଲିଙ୍କୁ ସମର୍ଥନ ଦେବାକୁ ଆସିଥିଲେ। ଗାଙ୍ଗୁଲି ୧୫୮ ବଲରେ ୧୮୩ ରନ ସଂଗ୍ରହ କରି ୧୭ ଚୌକା ଓ ୭ ଛକା ମାରିଥିଲେ। ଯାହା ଏକ ଦିନିକିଆ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ଥିଲା। ଏହି ସମୟ ମଧ୍ୟରେ, ଗାଙ୍ଗୁଲି ୧୯୮୩ ବିଶ୍ୱକପରେ ୧୭୫ ରନ ଇନିଂସ ସ୍କୋର କରିଥିବା କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ ୧୨୯ ବଲରୁ ୧୪୫ ରନରେ ଆଉଟ ହୋଇଥିଲେ। ଦ୍ରାବିଡଙ୍କ ବ୍ୟାଟରୁ ୧୭ଚୌକା ଓ ଗୋଟିଏ ଛକା ଆସିଥିଲା। ଦ୍ରାବିଡ ଏବଂ ଗାଙ୍ଗୁଲିଙ୍କ ଇନିଂସ ଯୋଗୁ ୫୦ ଟି ଓଭରରେ ୬ଟି ଉଇକେଟ ହରାଇ ଭାରତୀୟ ଦଳ ୩୭୩ ରନ ସଂଗ୍ରହ କରିଥିଲା।

ଏକ ଦିନିକିଆ କ୍ରିକେଟର ଶ୍ରେଷ୍ଠ ୫ ଭାଗିଦାରୀ

କ୍ରିସ ଗେଲ-ମାର୍ଲନ ସାମୁଏଲ୍ସ (ୱେଷ୍ଟଇଣ୍ଡିଜ) – ୩୭୨ ରନ
ଜନ କ୍ୟାମ୍ପବେଲ-ଲାଜ ହୋପ (ୱେଷ୍ଟଇଣ୍ଡିଜ) -୩୬୫ ରନ
ସଚିନ ତେନ୍ଦୁଲକର-ରାହୁଲ ଦ୍ରାବିଡ (ଭାରତ) -୩୩୧ ରନ
ରାହୁଲ ଦ୍ରାବିଡ-ସୌରଭ ଗାଙ୍ଗୁଲି (ଭାରତ) -୩୧୮ ରନ
ଇଞ୍ଜାମାମ ଉଲ ହକ-ଫଖର ଜମାନ (ପାକିସ୍ଥାନ) -୩୦୪ ରନ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?