ସଚିନ୍, ୟୁସୁଫ୍ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ
ନୂଆଦିଲ୍ଲି, ୨୯।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ୟୁସୁଫ୍ ପଠାନଙ୍କ ପରେ ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏସ୍ ବଦ୍ରିନାଥ। ଏ ନେଇ ବଦ୍ରିନାଥ ନିଜେ ଟୁଇଟ…
ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…
ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍ସ ୩୯ ବଲରେ ୩୫ ରନ୍ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ହାତଯୋଡି ପଡ଼ିଆରେ ନତମସ୍ତକ ହୋଇ ସମସ୍ତ ଖେଳାଳିଙ୍କୁ କ୍ଷମା ମାଗିଥିଲେ।…
ସି-୬୦ କମାଣ୍ଡୋଙ୍କୁ ସଫଳତା: ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ
ଗଡ଼ଚିରୋଲି,୨୯।୩: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଖେଡ଼ା ଅଞ୍ଚଳରେ ସି-୬୦ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେଶନ୍ରେ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଖୋବ୍ରା ମେଢ଼ା ଜଙ୍ଗଲରେ ମାଓବାଦୀମାନେ ସି-୬୦ କମାଣ୍ଡୋଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ କମାଣ୍ଡୋଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା।…
ଆଖିବୁଜିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଜଲାଲ ଆଦେନି
ଭୁବନେଶ୍ୱର, ୨୯।୩(ବ୍ୟୁରୋ): ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଆଦେନିଙ୍କର କଟକ ବାସଭବନରେ ହୃଦ୍ଘାତରେ ପରଲୋକ ଘଟିଥିବା ତାଙ୍କ…
ସ୍କୁଟିରେ ମିନି ସ୍କୁଲ
ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍ଲାଇନ୍ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ ମୋବାଇଲ୍…
ବନ୍ଦ ହେବନି ସରକାରୀ ସ୍କୁଲ: ମନ୍ତ୍ରୀ
ଭୁବନେଶ୍ୱର, ୨୯।୩(ବ୍ୟୁରୋ): ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ। ତେଣୁ ନବମ ଏବଂ ଏକାଦଶ କ୍ଲାସ ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତ। ଏନେଇ ମନ୍ତ୍ରୀ କହିଛନ୍ତି,…
ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର
ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ପରେ ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
କ୍ଷମତା ଦଖଲ ଲକ୍ଷ୍ୟ: ହ୍ବିଲ୍ଚେୟାରରେ ବସି ପ୍ରଚାର କଲେ ମମତା
କୋଲକାତା,୨୯।୩: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍ ୧ରେ କରାଯିବ। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ହଟାଇବା ଲାଗି ପ୍ରୟାସ ଜାରି ରଖିଛି। ଅପରପକ୍ଷରେ ମମତା ରାଜ୍ୟରେ ପୁଣି ତୃଣମୂଳ କଂଗ୍ରେସର ସଫଳତା ଦୋହରାଇ…
ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ,୨୯।୩: ଏନ୍ସିପି ଅଧ୍ୟକ୍ଷ ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। ସେଠାର ତାଙ୍କର ଏଣ୍ଡୋସ୍କୋପି କରାଯାଇଛି। ତାଙ୍କ ଗଲ୍ ବ୍ଲାଡରରେ ସମସ୍ୟା ଥିବା ଡାକ୍ତର କହିଛନ୍ତି।…
କମଲା ହାରିସ୍ ହୋଲି ଅବସରରେ କହିଲେ ଏପରି…
ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ ଥିବା ମତଭେଦ ଭୁଲି ଏକାଠି ହେବା ଆବଶ୍ୟକ। ହୋଲିର ରଙ୍ଗ ଭଲ ପାଉଥିବା ଲୋକଙ୍କୁ…
ଲକ୍ଷେ ମୁହାଁ କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ଟପିଲା
ନୂଆଦିଲ୍ଲୀ,୨୯।୩: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି। ଦେଶରେ ଲଗାତାର ତୃତୀୟ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨…
ସୁଏଜ୍ କେନାଲ ଉପରୁ ସଙ୍କଟ ହଟିଲା
କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ ଏଭଳି…
Archives


