ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନୂଆ ଡେଲ୍ଡା ପ୍ଲସ୍‌ ଭାରିଆଣ୍ଟ୍‌କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅର୍ଥାତ୍‌ ବି-୧-୬୧୭-୨-୧ କରୋନା ଭୂତାଣୁ ସଂକ୍ରମଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ନାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମ-କଶ୍ମୀରରେ ଆଦି ୮ ରାଜ୍ୟରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୬ ଜଣ, କେରଳରେ ୩ ଜଣ, ତାମିଲନାଡୁରେ ୩, କର୍ନାଟକରେ ୨, ପଞ୍ଜାବରେ ଜଣେ, ଆନ୍ଧ୍ରପ୍ରଦେଶରେ ଜଣେ ଏବଂ ଜମ୍ମୁ-କଶ୍ମୀରରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଲ୍ଟା ଭାରିଆଣ୍ଟ୍‌ ତୁଳନାରେ ଅଧିକ ବେଗରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏହାକୁ ନେଇ ଭାରତ ସହିତ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହନିଟ୍ରାପ୍‌ ଜାଲରେ ମଧ୍ୟପ୍ରଦେଶର ପୂର୍ବତନ ଏମ୍‌ପି

ଭୋପାଳ,୩୦।୯: ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଏସ୍‌ଆଇଟି ତଦନ୍ତ ଚାଲୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ଏମ୍‌ପିଙ୍କ ଅଶ୍ଲୀଳ ସିଡୀକୁ ନେଇ...

ଜମ୍ମୁ-କଶ୍ମୀର: କେନ୍ଦ୍ର ଅଧୀନରେ ରହିବ ପୋଲିସ

ନୂଆଦିଲ୍ଲୀ,୧୨ା୮: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ପୋଲିସ ଓ ଆଇନଶୃଙ୍ଖଳା ଉପରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଅନ୍ୟପକ୍ଷରେ ଜମିଜମା ଉପରେ...

ରାଜ୍ୟ ବାହାରେ ଥିବା ସରକାରୀ ରହଣି ସ୍ଥାନର ବୁକିଂ ସ୍ଥଗିତ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଦେଶର...

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେରିକାରୁ ଆସିଲା ସ୍ବତନ୍ତ୍ର ବିମାନ; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ୧।୧୦: ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ ଗୁରୁବାର ଆମେରିକାରୁ ଆସି ଦିଲ୍ଲୀ ଅନ୍ତର୍ଜାତୀୟ...

୬ ମାସ ତଳେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତାଙ୍କୁ କରୋନାର ଦ୍ୱିତୀୟ ଡୋଜ୍‌…

ଭୋପାଳ,୧୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏଥିରେ ବହୁ ଅନିମୟିତତା ପରିଲକ୍ଷିତ ହେଉଛି। ସମ୍ପ୍ରତି...

ଛତିଶଗଡ଼ ପରେ ଏବେ ଏହି ରାଜ୍ୟରେ ଲକ୍‌ଡାଉନ ଘୋଷଣା

ଭୋପାଳ,୮।୪: ଦେଶରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକୋ ଲଗାଇବା ପାଇଁ...

ହୃଦ୍‌ଘାତରେ ରାଜ୍‌ କୌଶଲଙ୍କ ପରଲୋକ …

ମୁମ୍ବାଇ,୩୦।୬:ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କର ହୃଦ୍‌ଘାତରେ ପରଲୋକ ଘଟିିଛି। ବୁଧବାର ଭୋର୍‌ ୪ଟା ୩୦ରେ ଘରେ ରାଜ୍‌ଙ୍କୁ ହୃଦ୍‌ଘାତ ହୋଇଥିଲା। କୌଣସି...

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ...

Advertisement
Archives

Model This Week