Posted inଖେଳ

ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍‌: ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌

ସାଉଥାମ୍ପଟନ୍‌,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଉଛି। କିନ୍ତୁ ଆପଣ ଜାଣନ୍ତି କି ନ୍ୟୁଜିଲାଣ୍ଡର ଏହି ବୋଲର ବ୍ୟାଟିଂରେ ମଧ୍ୟ ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଲମ୍ବା ଛକା ମାରିବାରେ ଟିମ ସାଉଥିଙ୍କ ନାମ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରୋହିତ ଶର୍ମା, ରିକି ପଣ୍ଟିଂ, ଏବି ଡି ଭିଲିୟର୍ସଙ୍କ ଆଗରେ ଆସିଥାଏ। ମଙ୍ଗଳବାର ସେ ଭାରତ ବିପକ୍ଷରେ ୨ଟି ଛକା ମାରି ରିକି ପଣ୍ଟିଙ୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଖୁବ ଶୀଘ୍ର ଏମଏସ ଧୋନୀଙ୍କୁ ମଧ୍ୟ ଅତିକ୍ରମ କରିପାରନ୍ତି।
୩୨ ବର୍ଷୀୟ ଟିମ ସାଉଥି ୪୬ ବଲରୁ ୩୦ ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ଦୁଇଟି ଛକା ମାରିଥିଲେ। ଏହା ସହ ସାଉଦି ଟେଷ୍ଟ କ୍ୟାରିୟରରେ ମୋଟ ୭୫ଟି ଛକା ମାରିଛନ୍ତି। ଏହି ମ୍ୟାଚ ପୂର୍ବରୁ ସାଉଥି ଏବଂ ରିକି ପଣ୍ଟିଙ୍ଗ ୭୩-୭୩ ଛକା ଥିଲା। ୭୯ଟି ଟେଷ୍ଟ ମ୍ୟାଚରେ ସାଉଥି ୭୫ଟି ଛକା ମାରିଛନ୍ତି। ସେ ବର୍ତ୍ତମାନ ସର୍ବାଧିକ ଛକା ମାରିବାରେ ଶ୍ରେଷ୍ଠ -୧୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ସେ ୧୦୧ଟି ମ୍ୟାଚରେ ୧୦୭ ଛକା ମାରିଛନ୍ତି। ୧୦୦ଟି ଛକା ସହ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହେନ୍ଦ୍ର ସିଂ ଧୋନୀ ୭୮ ଛକା ସହ ୧୪ ନମ୍ବରରେ ଅଛନ୍ତି। ଏମଏସ ଧୋନୀ ଏବେ ଟିମ ସାଉଥିଙ୍କ ଟାର୍ଗେଟରେ ଅଛନ୍ତି। ଧୋନୀଙ୍କୁ ଅତିକ୍ରମ କରିବାକୁ ତାଙ୍କୁ ମାତ୍ର ୪ ଟି ଛକା ଦରକାର।
ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିରେନ୍ଦର ସେହୱାଗ ଏକ ନମ୍ବର ସ୍ଥାନରେ ଅଛନ୍ତି। ସେ ୧୦୪ଟି ମ୍ୟାଚରେ ୯୧ଟି ଛକା ମାରିଛନ୍ତି। ଟେଷ୍ଟରେ ଦୁନିଆର ସର୍ବାଧିକ ଛକା ମାରିବାରେ ସେହ୍ବାଗ ମ୍ୟାକକୁଲମ, ଗିଲକ୍ର୍ରିଷ୍ଟ, କ୍ରିସ ଗେଲ ଏବଂ ଜ୍ୟାକ କଲିସଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଟେଷ୍ଟ କ୍ୟାରିୟରରେ ୬୯ ଛକା ମାରିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ଟେଷ୍ଟ କ୍ରିକେଟରେ ୫୭ ଛକା ରହିଛି। ଏବେକାର ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ରୋହିତ ଶର୍ମା ୫୯ ଛକା ସହ ଆଗରେ ଅଛନ୍ତି। ବିରାଟ କୋହଲିଙ୍କ ନାମରେ ୨୨ଟି ଛକା ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?