Posted inଖେଳ

ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍‌: ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌

ସାଉଥାମ୍ପଟନ୍‌,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଉଛି। କିନ୍ତୁ ଆପଣ ଜାଣନ୍ତି କି ନ୍ୟୁଜିଲାଣ୍ଡର ଏହି ବୋଲର ବ୍ୟାଟିଂରେ ମଧ୍ୟ ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଲମ୍ବା ଛକା ମାରିବାରେ ଟିମ ସାଉଥିଙ୍କ ନାମ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରୋହିତ ଶର୍ମା, ରିକି ପଣ୍ଟିଂ, ଏବି ଡି ଭିଲିୟର୍ସଙ୍କ ଆଗରେ ଆସିଥାଏ। ମଙ୍ଗଳବାର ସେ ଭାରତ ବିପକ୍ଷରେ ୨ଟି ଛକା ମାରି ରିକି ପଣ୍ଟିଙ୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଖୁବ ଶୀଘ୍ର ଏମଏସ ଧୋନୀଙ୍କୁ ମଧ୍ୟ ଅତିକ୍ରମ କରିପାରନ୍ତି।
୩୨ ବର୍ଷୀୟ ଟିମ ସାଉଥି ୪୬ ବଲରୁ ୩୦ ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ଦୁଇଟି ଛକା ମାରିଥିଲେ। ଏହା ସହ ସାଉଦି ଟେଷ୍ଟ କ୍ୟାରିୟରରେ ମୋଟ ୭୫ଟି ଛକା ମାରିଛନ୍ତି। ଏହି ମ୍ୟାଚ ପୂର୍ବରୁ ସାଉଥି ଏବଂ ରିକି ପଣ୍ଟିଙ୍ଗ ୭୩-୭୩ ଛକା ଥିଲା। ୭୯ଟି ଟେଷ୍ଟ ମ୍ୟାଚରେ ସାଉଥି ୭୫ଟି ଛକା ମାରିଛନ୍ତି। ସେ ବର୍ତ୍ତମାନ ସର୍ବାଧିକ ଛକା ମାରିବାରେ ଶ୍ରେଷ୍ଠ -୧୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ସେ ୧୦୧ଟି ମ୍ୟାଚରେ ୧୦୭ ଛକା ମାରିଛନ୍ତି। ୧୦୦ଟି ଛକା ସହ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହେନ୍ଦ୍ର ସିଂ ଧୋନୀ ୭୮ ଛକା ସହ ୧୪ ନମ୍ବରରେ ଅଛନ୍ତି। ଏମଏସ ଧୋନୀ ଏବେ ଟିମ ସାଉଥିଙ୍କ ଟାର୍ଗେଟରେ ଅଛନ୍ତି। ଧୋନୀଙ୍କୁ ଅତିକ୍ରମ କରିବାକୁ ତାଙ୍କୁ ମାତ୍ର ୪ ଟି ଛକା ଦରକାର।
ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିରେନ୍ଦର ସେହୱାଗ ଏକ ନମ୍ବର ସ୍ଥାନରେ ଅଛନ୍ତି। ସେ ୧୦୪ଟି ମ୍ୟାଚରେ ୯୧ଟି ଛକା ମାରିଛନ୍ତି। ଟେଷ୍ଟରେ ଦୁନିଆର ସର୍ବାଧିକ ଛକା ମାରିବାରେ ସେହ୍ବାଗ ମ୍ୟାକକୁଲମ, ଗିଲକ୍ର୍ରିଷ୍ଟ, କ୍ରିସ ଗେଲ ଏବଂ ଜ୍ୟାକ କଲିସଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଟେଷ୍ଟ କ୍ୟାରିୟରରେ ୬୯ ଛକା ମାରିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ଟେଷ୍ଟ କ୍ରିକେଟରେ ୫୭ ଛକା ରହିଛି। ଏବେକାର ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ରୋହିତ ଶର୍ମା ୫୯ ଛକା ସହ ଆଗରେ ଅଛନ୍ତି। ବିରାଟ କୋହଲିଙ୍କ ନାମରେ ୨୨ଟି ଛକା ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri