Home

ରଥରେ ସାମାନ୍ୟ ଫାଟ, ଚାଲିଛି ମରାମତି

ପୁରୀ ଅଫିସ,୧୫ା୭: ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ଼। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ଯାଞ୍ଚ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଗୁରୁବାର ଏହି ଯାଞ୍ଚ କରାଯାଇଛି। ତେବେ ତିନିରଥରେ ସାମାନ୍ୟ ଫାଟ ଥିବା…

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୧୫।୭: ଆସାଇନ୍‌ମେଣ୍ଟ କାର୍ଯ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ହେଲେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କରୋନା ସଂକ୍ରମଣ ବଢ଼ିଲା। ବନ୍ଦ ହୋଇଗଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ। ବର୍ଷାଧିକ ରହଣି ଭିତରେ ଅବଧି ସରିଯିବା ପରେ ବାତିଲ ହୋଇଗଲା ଭିସା। ଫଳରେ…

ଭାରତୀୟ ଦଳ ପାଇଁ ବଢିଲା ଚିନ୍ତା: ରିଷଭ ପନ୍ତଙ୍କୁ କରୋନା

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୟୁରୋ କପରେ ଇଂଲଣ୍ଡ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ପନ୍ତ କିଛି ଦିନ ପୂର୍ବରୁ ଲଣ୍ଡନର ୱେମ୍ବଲି…

ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: କାର୍‌ କାଚ ଭାଙ୍ଗିଲେ, ଶିଶୁ, ଡ୍ରାଇଭର ଆହତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍‌ ନିକଟରେ ବୁଧବାର ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜେଇ ଥିବା ସନ୍ଦେହରେ ଯାଞ୍ଚ ବେଳେ ଅବକାରୀ କର୍ମଚାରୀ ଏକ ବୋଲେରୋ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।…

ଛାଡ଼ପତ୍ର ପରେ ବି ଏକାଠି ନାଚିଲେ କିରନ୍‌-ଆମିର…

ମୁମ୍ବାଇ,୧୫।୭: ବଲିଉଡ୍‌ ଅଭିନେତା ଆମିର ଖାଁ ତାଙ୍କ ଦ୍ୱିତୀୟ ପତ୍ନୀ କିରନ୍‌ ରାଓଙ୍କୁ ଛାଡ଼ପତ୍ର ଦେଇଛନ୍ତି। ତେବେ ଛାଡ଼ପତ୍ର ଘୋଷଣା ପରେ ମଧ୍ୟ ଦୁହିଁଙ୍କୁ ଏକାଠି ନାଚୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ଲାଲ୍‌…

ବ୍ରାଉନସୁଗାର : ବଡ଼ବଡ଼ିଆଙ୍କୁ ମାଫ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ରାଜ୍ୟରେ ନିଶା କାରବାର ବନ୍ଦ କରିବାକୁ ଦୀର୍ଘଦିନ ହେବ ସ୍ବତନ୍ତ୍ର ଡ୍ରାଇଭ୍‌ ଚଳାଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, କମିଶନରେଟ୍‌ ପୋଲିସର କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାଡ୍‌ ବିଭିନ୍ନ ସମୟରେ ଚଢାଉ କରି ପୁଳା ପୁଳା…

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ମହାମାରୀ ସତ୍ତ୍ୱେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷ…

ଟିକା ପାଇଁ ଭୁଲିଗଲେ ସାମାଜିକ ଦୂରତା

କଟକ ଅଫିସ,୧୫।୭: କଟକ ସହରରେ ପ୍ରାୟ ୬ଦିନ ପରେ ବୁଧବାର ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା। ହେଲେ ଇନ୍‌ଡୋର ଷ୍ଟାଡିୟମରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଟିକାକେନ୍ଦ୍ରରେ ପ୍ରବେଶ…

ସତର୍କ ପରେ ବି ଚେତା ପଶୁନି

ଭୁବନେଶ୍ୱର,୧୫।୭: ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ପୂର୍ବରୁ ରାଜ୍ୟ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ପାକିସ୍ତାନ ସମେତ ବାଂଲାଦେଶୀ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ରହିଥିବା ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ତତ୍‌କାଳୀନ ମୁଖ୍ୟ ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ସମେତ ବିଭିନ୍ନ…

ବସ୍‌ ଟିକସ ଛାଡ଼ ନେଇ ବିଚାର ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନରୁ ଦୀର୍ଘ ୧୬ ମାସ ହେବ ଗାଡିମଟର ଚଳାଚଳ ବନ୍ଦ ହୋଇ ରହିଛି। ଫଳରେ ବସ୍‌ ମାଲିକମାନେ ସର୍ବାଧିକ କ୍ଷତି ସହିଛନ୍ତି। ଏହାକୁ ଦୃଷ୍ଟି ଦେଇ ରାଜ୍ୟରେ ବସ୍‌ ଟିକସ ଛାଡ଼ ପାଇଁ ବିଚାର ଚାଲିଥିବା ପରିବହନ…

ଜଳନ୍ତା କୋଠାରୁ ଶିଶୁପୁତ୍ରକୁ ତଳକୁ ଫିଙ୍ଗିଦେଲେ ମହିଳା, ଭିଡିଓ ଭାଇରାଲ

କେପ୍‌ଟାଉନ,୧୫ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ୍‌ ଜୁମା ଗିରଫ ହେବା ପରେ କେତେକ ସହରରେ ହିଂସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପରିସ୍ଥିତି ଏତେ ଖରାପ ଯେ, ଜଣେ ମହିଳା ଜଳୁଥିବା କୋଠାରୁ…

ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲର ରୂପରଙ୍ଗ ଏକ ପ୍ରକାର ବଦଳିଯାଇଛି। ଅନ୍ୟପଟେ ଶିକ୍ଷକ ଉଦୟ ରଶ୍ମି ପାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri