Posted inଖେଳ

ବିରାଟବାହିନୀଙ୍କୁ ଡରିଗଲେ ଇଂଲଣ୍ଡ ଅଧିନାୟକ: କହିଲେ ଏମିତି କଥା

ଲଣ୍ଡନ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଅଗଷ୍ଟ ୨୫ ବୁଧବାର ଠାରୁ ଆରମ୍ଭ ହେଉଛି। ହେଡିଙ୍ଗଲିରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ। ଭାରତ ଆତ୍ମବିଶ୍ୱାସ ବଢ଼ାଇ ମ୍ୟାଚକୁ ଆସିବ ଏବଂ ସିରିଜରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଥିବାବେଳେ ଆୟୋଜକ ଇଂଲଣ୍ଡ ବିଜୟ ସହ ଆକାଉଣ୍ଟ ଖୋଲିବାକୁ ଚାହୁଁଛି। ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି। ଏହା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତାର ଆଶା ଅଛି।
ମ୍ୟାଚ ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ତାଙ୍କ ଦଳକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଗତ ମ୍ୟାଚରୁ ଆମେ ଏକ ଶିକ୍ଷା ପାଇଛୁ ଏବଂ ଅନାବଶ୍ୟକ ଭାବେ କୌଣସି ଯୁକ୍ତିରେ ପ୍ରବେଶ କରିବୁ ନାହିଁ। ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରୁଟ କହିଛନ୍ତି ଯେ, ଇଂଲଣ୍ଡ ଦଳ ଏଥର ସେମାନଙ୍କ ଧ୍ୟାନ ବୁଲିବାକୁ ଦେବ ନାହିଁ। ବିରାଟଙ୍କ ଦଳ ନିଜ ନିଜ ଶୈଳୀରେ ଖେଳିବେ କିନ୍ତୁ ମୁଁ ଚାହୁଁଛି ଯେ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବଂ ଏକାଠି ଖେଳିବା। ଆମେ ଆମର ଭୁଲରୁ ଶିଖିଛୁ, ବାକି ତିନୋଟି ମ୍ୟାଚ୍‌ରେ ଆମକୁ ଅନେକ କିଛି କରିବାକୁ ପଡିବ ଏବଂ ଫେରି ଆସିବାକୁ ଅପେକ୍ଷା କରିଛୁ। ଦଳର ଦୁର୍ବଳ ବ୍ୟାଟିଂ ଉପରେ ରୁଟ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଆମର ବ୍ୟାଟ୍ସମ୍ୟାନ୍ମାନେ ଭଲ ପ୍ରଦର୍ଶନ କରିବେ।
ସୂଚନାଯୋଗ୍ୟ, ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ପାଞ୍ଚ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ମ୍ୟାଚ୍‌ ଡ୍ର’ ରହିଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ ପ୍ରତିବନ୍ଧକ: ବାଲା ଦେବୀଙ୍କ ସ୍କଟ୍‌ଲାଣ୍ଡ ରହଣି ବଢିଲା

ନୂଆଦିଲ୍ଲୀ, ୨୧।୩ (ପି.ଟି.)- କରୋନା ଭାଇରସ ବା କୋଭିଡ-୧୯ ପ୍ରତିବନ୍ଧ ପାଇଁ ଭାରତୀୟ ମହିଳା ଫୁଟବଲ ତାରକା ଏନ୍‌ ବାଲା ଦେବୀଙ୍କ ସ୍କଟଲାଣ୍ଡ ରହିଣିରେ ବୃଦ୍ଧି...

ସ୍ପେନ୍‌ରେ ପ୍ରଫେଶନାଲ ଫୁଟ୍‌ବଲ ସସ୍‌ପେଣ୍ଡ୍‌

ମାଡ୍ରିଡ୍‌, ୨୪ା୩ (ଏଏଫ୍‌ପି)- କରୋନା ଭାଇରସ୍‌ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ଲା...

ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

ଲିସବନ୍‌,୧୬।୬: ଗୋଟିଏ ଭୁଲ୍‌ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌...

ଧିମା ବ୍ୟାଟିଂ ଲାଗି ଧୋନୀଙ୍କୁ ସମାଲୋଚନା

ସାଉଥାମ୍ପଟନ,୨୩ା୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣି ଥରେ ସମାଲୋଚନା କରାଯାଇଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନୀ ଧିମା ବ୍ୟାଟିଂ କରିଥିଲେ, ଯେଉଁ...

‘ବିରାଟ କୋହଲି ବିଶ୍ୱକପ୍‌ ପରେ ଟି-୨୦ ଫର୍ମାଟରୁ ନେବେ ଅବସର’

ଇସଲାମାବାଦ୍‌,୧୫।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ ପରେ ଖେଳର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ପରିପକ୍ୱ ହୋଇପାରିବେ ନାହିଁ ଆଫ୍ରିଦୀ: ଗମ୍ଭୀର

ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ଭାଇଙ୍କ ନିମନ୍ତେ ପାକିସ୍ତାନ ବାସୀଙ୍କ ସହ ଏକତା ଦେଖାଇବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ଗସ୍ତ କରିବା ପାଇଁ ପୂର୍ବତନ କ୍ରିକେଟର...

Advertisement
Archives

Model This Week