Posted inଜାତୀୟ

ପୁଟିନ୍‌ଙ୍କୁ ଫୋନ୍‌ କଲେ ମୋଦି…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଙ୍ଗଳବାର ମଧ୍ୟାହ୍ନରେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଦୁଇ ନେତା ବିସ୍ତୃତ ଭାବେ କଥା ହୋଇଥିବା କୁହାଯାଉଛି। ସମ୍ପ୍ରତି ବିଭିନ୍ନ ଦେଶ ଆଫଗାନିସ୍ତାନରେ ରହିଥିବା ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ନେବା ଅଭିଯାନ ଜାରି ରଖିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଫଗାନିସ୍ତାନ ସଙ୍କଟ ନେଇ ଜର୍ମାନ ଚାନ୍ସଲର୍‌ ଏଞ୍ଜେଲା ମର୍କେଲଙ୍କ ସହିତ କଥାବାର୍ତ୍ତା ହୋଇ ସାରିଛନ୍ତି। କାବୁଲ ବିମାନ ବନ୍ଦରରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ସମସ୍ତ ଦେଶର ସହଯୋଗକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ମଧ୍ୟରେ ଏଭଳି ଆଲୋଚନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା...

ଜଣେ କଏଦୀଙ୍କ ପାଇଁ ଦିନକୁ ଖର୍ଚ୍ଚ ୧୧୮ ଟଙ୍କା: ଏନ୍‌ସିଆର୍‌ବି ରିପୋର୍ଟ

ନୂଆଦିଲ୍ଲୀ, ୬।୯: ଦେଶରେ ଥିବା ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ରିପୋଟ ପ୍ରକାଶ ପାଇଛି। ନ୍ୟାଶନାଲ...

ବିଲ ଗେଟ୍‌ସଙ୍କୁ ଖେଚୁଡିରେ ଛୁଙ୍କ ଲଗାଇବା ଶିଖାଇଲେ ସ୍ମୃତି: ଭିଡିଓ ଭାଇରଲ

ନୂଆଦିଲ୍ଲୀ,୩ ।୩: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଭାରତୀୟ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରନ୍ତି । ଏବେ ଏକ ଭିଡିଓ ଦେଖିଲେ ଏହା ସ୍ପଷ୍ଟ ହୋଇଛି...

ରାଗିଲେ ପରିଣିତି

ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ...

କରୋନା ପାଇଁ ବଢୁଛି ଟ୍ରେନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ,୨୬।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଭଡ଼ା ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ୩୦ରୁ ୪୦ କି.ମି ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ା...

ମୁଣ୍ଡ ନୋଇଲେ କେନ୍ଦ୍ର ସରକାର, ରୋହିଙ୍ଗ୍ୟା ଇଡବ୍ଲୁଏସ୍‌ ଫ୍ଲାଟ ପରିବର୍ତ୍ତେ ଡିଟେଂଶନ ସେଣ୍ଟରରେ ରହିବେ…

ନୂଆଦିଲ୍ଲୀ, ୧୭।୮ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରୱାଲା ଅଞ୍ଚଳରେ ଇଡବ୍ଲୁଏସ୍‌ ଫ୍ଲାଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଥିଲେ। ଏହା ପରେ...

Advertisement
Archives

Model This Week